ETV Bharat / sitara

କଙ୍ଗନାଙ୍କ ଠୁ ବଞ୍ଚିବା ଭ୍ୟାକ୍ସିନ ସୋନାଙ୍କ ପାଖରେ !

author img

By

Published : Feb 8, 2021, 9:41 AM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

କଙ୍ଗନାଙ୍କୁ ନେଇ ପୁଣି ସୋସିଆଲ ମିଡିଆରେ ଆଶ୍ଚର୍ଯ୍ୟକର କଥା ସେୟାର କଲେ ସୋନା । ଏଥର ତାଙ୍କୁ ଠିପ୍ କରିବା ଭ୍ୟାକ୍ସିନ ବିଷୟରେ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

ମୁମ୍ବାଇ: ସୋସିଆଲ ମିଡିଆରେ ସେଲିବ୍ରିଟି ଟ୍ରୋଲ ହେବା ଏକ ସାଧାରଣ କଥା । ହେଲେ ଜଣେ ସେଲିବ୍ରିଟି ଅନ୍ୟ ସେଲିବ୍ରିଟିଙ୍କୁ ଟାର୍ଗେଟ କରି ଟ୍ରୋଲ କଲେ ବଡ ପ୍ରସଙ୍ଗ ସାଜେ । ଏମିତି କିଛି ବର୍ତ୍ତମାନ ଲୋକପ୍ରିୟ ଗାୟିକା ସୋନା ମହାପାତ୍ର ଏବଂ ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣୱାତଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ।

କଥାଟି ହେଲା ଯେ କଙ୍ଗନା ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ସେ ପ୍ରାୟତଃ ଅନ୍ୟ ସେଲିବ୍ରିଟିଙ୍କ ସମାଲୋଚନା କରୁଥିବାର ମଧ୍ୟ ନଜର ଆସନ୍ତି । ସେପଟେ ୟୁଜର୍ସ ମଧ୍ୟ କଙ୍ଗନାଙ୍କୁ ନିରାଶ । ଇତିମଧ୍ୟରେ ଜଣେ ୟୁଜର ତାଙ୍କୁ ଟ୍ରୋଲ କରି ଲେଖିଥିଲେ, ‘କଙ୍ଗନା ରଣାୱତଙ୍କ ଠୁ ଆମକୁ ବଞ୍ଚାଇବା ପାଇଁ କିଏ ଭ୍ୟାକ୍ସନ ତିଆରି କରିବ ।’

ୟୁଜରଙ୍କ ଏହି କମେଣ୍ଟ ଦେଖି ସୋନା ସଙ୍ଗେ ସଙ୍ଗେ ଲେଖିଥିଲେ, ‘ତୁ କୌନ, ମୈଁ ଆଇକନ । ପରିଶେଷରେ ମତେ ଏହାର ଉତ୍ତର ମିଳିଯାଇଛି । ଆଉ ପ୍ରଶ୍ନର ଉତ୍ତର ହେଲା କଙ୍ଗନା ନିଜେ ।’

  • “ तू कौन ? मैं icon ! “ 🌝😬🤣
    ( it’s early in the day yet, so I have my humour intact) https://t.co/5j1jlhX9cX

    — Sona Mohapatra (@sonamohapatra) February 6, 2021 " class="align-text-top noRightClick twitterSection" data=" ">

ପ୍ରକାଶ ଥାଉକି ଏହା ପୂର୍ବରୁ ମଧ୍ୟ ସୋନା ଓ କଙ୍ଗନାଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ଦୁଇଜଣ ପରସ୍ପର ଉପରେ ଅନେକ ଅଭିଯୋଗ ଆଣି ସମାଲୋଚନା ମଧ୍ୟ କରିସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.