ETV Bharat / sitara

ନିକିତା ହତ୍ୟା ମାମଲା: ଆଇନ ବ୍ୟବସ୍ଥାକୁ ନେଇ ସୋନାଙ୍କ ପ୍ରଶ୍ନ

author img

By

Published : Oct 30, 2020, 8:54 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନା ମହାପାତ୍ର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନା ମହାପାତ୍ର

ଟ୍ବିଟ କରି ନିକିତାଙ୍କ ହତ୍ୟା ମାମଲାରେ ମୁହଁ ଖୋଲିଲେ ସୋନା । ଗୁଳିମାରି ତାଙ୍କୁ ନିକଟରେ ହତ୍ୟା କରାଯାଇଥିଲା । ଯାହାକୁ ନେଇ କ୍ରୋଧିତ ଦେଶବାସୀ।

ଚଣ୍ଡିଗଡ: ହରିୟାଣାର ଛାତ୍ରୀ ନିକିତା ତୋମାରଙ୍କ ହତ୍ୟା ମାମଲାକୁ ନେଇ କ୍ଷୋଭ ପ୍ରକାଶ କରିଛି ସାରା ଦେଶ । ମଙ୍ଗଳବାର ଘଟଣାରେ ଏସଆଇଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହରିୟାଣା ଗୃହମନ୍ତ୍ରୀ ଅନୀଲ ବିଜ। ତେବେ ବର୍ତ୍ତମାନ ମାମଲାରେ ଏସଆଇଟି ଲଭ ଜିହାଦର ଦିଗକୁ ନେଇ ମଧ୍ୟ ଯାଞ୍ଚ କରିବ । ଇତିମଧ୍ୟରେ ଲୋକପ୍ରିୟ ଗାୟିକା ସୋନା ମହାପାତ୍ର ଦୁଃଖ ପ୍ରକାଶ କରି ଭାରତର ଆଇନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ କରିଛନ୍ତି ।

ସେ ଟ୍ବିଟ କରି ଲେଖିଛନ୍ତି, ‘ପ୍ରାୟ ସମସ୍ତେ ମହିଳାଙ୍କୁ ଏହିପରି ପଦ୍ଧତି ଅନୁସରଣ କରିବାକୁ କହୁଛି, ପୋଲିସରେ ଅଭିଯୋଗ ଦାଖଲ କର । ସେମାନଙ୍କୁ ଲଜ୍ଜିତ କର । ଦୟା କରି ନୋଟ୍ କରନ୍ତୁ । ନିକିତା ତୋମାର ସେହି ସବୁ କାମ କରିଥିଲେ ହେଲେ ତାଙ୍କୁ କଣ ସାହାଯ୍ୟ ମିଳିଲା ? ଶୋଷଣ ଯେକୌଣସି ପ୍ରକାରର ହୋଇପାରେ । ଯାହାର ସମର୍ଥନ ଆମେ କରୁଛେ । ତେବେ ଆମକୁ କଣ ସମାଜର ନକାରାତ୍ମକତାରେ ବଞ୍ଚିବା ଉଚିତ୍ କି ?’

  • To everyone who keeps asking women to ‘follow due process’, ‘lodge a police complaint’,shames them, please note #NikitaTomar did all that, did it help? Harassment of all kind is something we are supposed to somehow ‘navigate’ in the society we live in? Till we are raped/killed. https://t.co/nZRPngTHOS

    — Sona Mohapatra (@sonamohapatra) October 29, 2020 " class="align-text-top noRightClick twitterSection" data=" ">

ପ୍ରକାଶ ଥାଉକି ସୋନାଙ୍କ ପୂର୍ବରୁ ସ୍ବରା ଭାସ୍କର, କଙ୍ଗନା ରଣୱାତ ଓ ଭୂମି ପେଡନେକର ଭଳି ଅଭିନେତ୍ରୀ ନିକିତାଙ୍କ ମାମଲାରେ କ୍ରୋଧ ପ୍ରକାଶ କରିସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.