ETV Bharat / sitara

କପିଲ ଶୋ’ ବିରୋଧରେ ପୁଣି କହିଲେ ଭୀଷ୍ମ ପିତାମହ

author img

By

Published : Oct 23, 2020, 8:29 PM IST

କିଛି ଦିନ ଚୁପ ରହିବା ପରେ ମୁକେଶ ପୁଣିଥରେ କମେଡି ଶୋ ‘ଦ କପିଲ ଶର୍ମା’ ଉପରେ ବୟାନ ଦେଇଛନ୍ତି । ଯାହାକୁ ନେଇ ଚର୍ଚ୍ଚା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଅଭିନେତା ମୁକେଶ ଖାନ୍ନା ନିକଟରେ ଛୋଟ ପରଦାର କମେଡି କିଙ୍ଗ କପିଲ ଶର୍ମାଙ୍କ ଫେମସ ଶୋ ‘ଦ କପିଲ ଶର୍ମା’ ଉପରେ ବିବାଦୀୟ ବୟାନ ଦେଇଥିଲେ। ଯାହାପରେ ତାଙ୍କ କୋ-ଷ୍ଟାର ଗଜେନ୍ଦ୍ର ଚୌହାନ ତାଙ୍କୁ କଡା କଥା ଶୁଣାଇଥିଲେ । ହେଲେ କିଛି ଦିନ ପୂର୍ବରୁ ଦୁଇଜଣଙ୍କ ବିବାଦ ଶେଷ ହୋଇଥିଲା ବୋଲି ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏବେ ମୁକେଶ ପୁଣି କପିଲଙ୍କ ଶୋକୁ ନେଇ ପ୍ରଶ୍ନ କରିଛନ୍ତି ।

ଏକ ସାକ୍ଷାତକାରରେ ସେ କହିଛନ୍ତି, ‘ପ୍ରସଙ୍ଗଟି ହସାଇବା ବିଷୟରେ ନୁହେଁ ବରଂ ପ୍ରସଙ୍ଗ ଲୋକଙ୍କୁ ହସାଇବା ଉପାୟ ବିଷୟରେ । ମୁଁ କେବେ କହିଲି ଲୋକଙ୍କୁ ହସାନ୍ତୁ ନାହିଁ । ଆଜିର ସମୟରେ ଲୋକଙ୍କ ମୁହଁରେ ହସ ଆଣିବା ଭଲ କଥା। ହେଲେ ଲୋକଙ୍କୁ ହସାଇବା ପାଇଁ ସାଳିନତା ବ୍ୟବହାର କରିବା ଉଚିତ୍ । ଯାହା କପିଲଙ୍କ ଶୋରେ ନାହିଁ । ତାଙ୍କ ଶୋରେ କେବଳ ମୂର୍ଖତା ଏବଂ ଅଶ୍ଳୀଳତା ଦେଖିବାକୁ ମିଳୁଛି। ମହାମାରୀ ପରଠୁ ତାଙ୍କ ଶୋରେ ଏପରି ଘଟୁଛି । ମୁଁ ଚାହୁଁଛି ଏହି ପ୍ରସଙ୍ଗ ଉପରେ ଧ୍ୟାନ ଦିଅନ୍ତୁ ।’

ପ୍ରକାଶ ଥାଉକି 90 ଦଶକର ଲୋକପ୍ରିୟ ଧାରାବାହିକ ‘ମହାଭାରତ’ରେ ମୁକେଶ ଭୀଷ୍ମ ପିତାମହଙ୍କ ଅଭିନୟ କରି ଦର୍ଶକଙ୍କ ମନ କିଣିଥିଲେ । ସେହିପରି ଗଜେନ୍ଦ୍ର ଏଥିରେ ଯୁଧିଷ୍ଠର ଭୂମିକାରେ ନଜର ଆସିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.