ETV Bharat / sitara

'ବାର୍ଡ ଅଫ ବ୍ଲଡ' ର ସୁଟିଂ ଶେଷ କଲେ କୀର୍ତ୍ତି

author img

By

Published : Mar 16, 2019, 11:43 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@କୀର୍ତ୍ତି କୁଲହାରି

ତର୍ଚ୍ଚାରେ ନେଟଫ୍ଲିକ୍ସ ସିରିଜ 'ବାର୍ଡ ଅଫ ବ୍ଲଡ'। ଏହି ସିରିଜରେ ନଜର ଆସିବେ ବି-ଟାଉନ ଅଭିନେତ୍ରୀ କୀର୍ତ୍ତି କୁଲହାରି । ସିରିଜର ସୁଟିଂ ଶେଷ କରି ଖୁସି ଅଛନ୍ତି କୀର୍ତ୍ତି ।

ମୁମ୍ବାଇ: ଅଭିନେତ୍ରୀ କୀର୍ତ୍ତି କୁଲହାରି ନିଜର ଅପକମି ୱେବ ସିରିଜକୁ ନେଇ ଖୁବ୍ ଉତ୍ସାହିତ । ସେ ଖୁବ୍ ଶୀଘ୍ର ନେଟଫ୍ଲିକ୍ସ ସିରିଜ 'ବାର୍ଡ ଅଫ ବ୍ଲଡ'ରେ ନଜର ଆସିବେ, ଯାହାର ସୁଟିଂ ସେ ନିକଟରେ ଶେଷ କରିସାରିଛନ୍ତି । 'ବାର୍ଡ ଅଫ ବ୍ଲଡ'ର କାହାଣୀ ଲେଖକ ବିଲାଲ ସିଦ୍ଦିକୀ ଉପନ୍ୟାସ ଉପରେ ଆଧାରିତ ।

କିଛି ଦିନ ପୂର୍ବରୁ ଏହି ଶୋର ସୁଟିଂ ରାଜସ୍ଥାନର ମଣ୍ଡାୱାରେ ଶେଷ ହୋଇଥିଲା । ବି-ଟାଉନର କିଙ୍ଗ ଖାନ ଶାହରୁଖ ଖାନଙ୍କ ବ୍ୟାନରରେ ତିଆରି ହୋଇଥିବା ଏହି ସିରିଜକୁ ଦର୍ଶକ ଦୀର୍ଘ ସମୟରୁ ଦେଖିବାକୁ ଅପେକ୍ଷା କରି ବସିଛନ୍ତି । ସୁଟିଂ ଶେଷ କରିବା ଅବସରରେ କୀର୍ତ୍ତି ଏକ ସାକ୍ଷାତକାରରେ କହିଥିଲେ ଯେ, ରାଜସ୍ଥାନ ଏମିତି ଏକ ସ୍ଥାନ, ଯେଉଁଠାକୁ ସେ ଅନେକ ଥର ଯାଇଛନ୍ତି । ତାଙ୍କ ଜେଜେବାପା-ଜେଜେମାଆ ରାଜସ୍ଥାନର ଏକ ଗାଁରେ ରହୁଛନ୍ତି, ସେ ମଧ୍ୟ ରାଜସ୍ଥାନର ବାସିନ୍ଦା । ସେଠାରେ ସୁଟିଂ କରିବାକୁ ସବୁବେଳେ ଶାନଦାର ଅନୁଭବ ହୋଇଥାଏ । ଆମେ ମଣ୍ଡାୱା ନାମକ ଏକ ସୁନ୍ଦର ସ୍ଥାନରେ ସିରିଜର ସୁଟିଂ କରିଛୁ । ଯାହା ସୌନ୍ଦର୍ଯ୍ୟରେ ଭରପୂର ।

ପ୍ରକାଶ ଥାଉକି 'ବାର୍ଡ ଅଫ ବ୍ଲଡ'ରେ କିର୍ତ୍ତି ଜଣେ ବଲୁଚି ଝିଅ ଭୂମିକାରେ ଅଭିନୟ କରିଛନ୍ତି । ତାଙ୍କ ଲୁକ ସିରିଜରେ ଅନ୍ୟ କଳାକାରଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏହି ୱେବ ସିରିଜର ନିର୍ଦ୍ଦେଶନା ରିଭୁ ଦାସଗୁପ୍ତା ସମ୍ଭାଳିଥିବା ବେଳେ ଏହାର ନିର୍ମାଣ ଶାହରୁଖଙ୍କ ରେଡ ଚିଲିଜ ଏଣ୍ଟରଟେନମେଣ୍ଟ କରିଛି । ଏହା ପ୍ରଥମ ସିରିଜ ଯାହା ଜରିଆରେ ଶାହରୁଖଙ୍କ ପ୍ରଡକ୍ସନ ହାଉସ ଡିଜିଟାଲ ଦୁନିଆରେ ପଦାର୍ପଣ କରିଛି । କିନ୍ତୁ ଏହି ଏଣ୍ଟ୍ରି କୌଣସି ଅଭିନେତା ରୂପେ ନୁହେଁ ଜଣେ ନିର୍ମାତା ରୂପେ କରିଛନ୍ତି ଶାହରୁଖ ।

ଜଣାଇ ଦେଉଛୁ ଯେ 2017ରେ ଶାହରୁଖ ଏହି ସିରିଜ ପାଇଁ ନେଟପ୍ଲିକ୍ସ ସହ ହାତ ମିଳାଇଥିଲେ । ୱେବ ସିରିଜଟି ଏକ ରାଜନୀତି ଜାସୁସ ଥ୍ରିଲର ଉପରେ ଆଧାରିତ । 8ଟି ଏପିସୋଡର ଏହି ସିରିଜ ଭାରତୀୟ ବହୁଭାଷୀ ଶୃଙ୍ଖଳାର ଜଣେ ଗୁପ୍ତଚର କବୀର ଆନନ୍ଦଙ୍କ କାହାଣୀକୁ ଦର୍ଶାଉଛି ।

ସ୍ଲଗ- ସୁଷମା ହେଲେ କି କାଳ, ସୁକାନ୍ତ ଛାଡିଲେ ବିଜେଡି।
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ
ତା- 15/03/2019
ଆଙ୍କର- ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ସୁକାନ୍ତ ନାୟକ ଆଜି ଦଳ ଛାଡିଛନ୍ତି। ନିଜ ଇସ୍ତଫା ପତ୍ର ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇଥିବା ଜଣାପଡିଛି। ଅନେକ ଦଳୀୟ କାର୍ଯ୍ୟକ୍ରମରେ ସୁକାନ୍ତଙ୍କୁ ଉପେକ୍ଷା କରାଯାଇଥିବାରୁ ସେ ବିଜେଡି ଛାଡିଥିବା କହିଛନ୍ତି। ଅନ୍ୟପଟେ ସୁଷମା ବିଶାଳ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିବା ବେଳେ ସୁଷମାଙ୍କ ଟିକେଟ ଫାଇନାଲ ହେବା କଥା ଚର୍ଚ୍ଚା ହେଉଛି। ଏଥର ନିର୍ବାଚନରେ ସୁକାନ୍ତଙ୍କୁ ଟିକେଟ ଦେବାପାଇଁ ତାଙ୍କ ସମର୍ଥକମାନେ ଜିଲ୍ଲା ସଭାପତିଙ୍କୁ ପୂର୍ବରୁ ବହୁବାର ଭେଟିଛନ୍ତି। ଗୋଟେପେଟେ ସୁଷମା ବିଜେଡିରେ ମିଶିବାକୁ ସୁକାନ୍ତ ବିଜେଡି ଛାଡିବା ଘଟଣା ଏବେ ରାଜନୈତିକ ମହଲରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ସୁକାନ୍ତ ବିଜେପିରେ ମିଶିବା କଥା ମଧ୍ୟ ଆଲୋଚନା ହେଉଛି।
ଅନ୍ୟପଟେ ବିଜେପିର ଆଶାୟୀ ପ୍ରାର୍ଥୀ ଭାବେ ଲୋକମାନଙ୍କ ପାଖରେ ପହଞ୍ଚିଥିବା ସନ୍ତୋଷ ଖଟୁଆଙ୍କୁ ଦଳରୁ ବହିଷ୍କାର ପରେ ଏବେ ନୀଳଗିରି ରାଜନୀତି ସରଗରମ ହୋଇଛି। ଗୋଟେପଟେ ବିଜେପିରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିବା ପାଇଁ ସୁକାନ୍ତ ନାୟକ ଦଳକୁ ଡିଆଁ ମାରୁଥିବା ଆଲୋଚନା ହେଉଥିବା ବେଳେ ଅନ୍ୟପଟେ ସନ୍ତୋଷ ଖଟୁଆ ନିଜ ସେନାକୁ ପ୍ରସ୍ତୁତ କଲେଣି। ସୁକାନ୍ତ ଯଦି ବିଜେପିରୁ ପ୍ରାର୍ଥୀ ହୁଅନ୍ତି ତେବେ ବିଜେଡିର ପ୍ରାର୍ଥୀ ସୁଷମା ହେବେ ନା ସନ୍ତୋଷ ଖଟୁଆଙ୍କୁ ବିଜେଡି ଆମନ୍ତ୍ରଣ ଦେବ ନା ଏକ ଚତୁର୍ମୁଖୀ ଲଢେଇ ହେବ ସେନେଇ ଏବେ କଳ୍ପନା ଜଳ୍ପନା ଲାଗି ରହିଛି। ସନ୍ତୋଷଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଯିଏ ଯେଉଁ ଦଳକୁ ଡେଉଁଛି ଡେଉଁ ନିର୍ବାଚନରେ ସନ୍ତୋଷ ସେନା ହି ବାଜିମାତ କରିବ। ଗୋଟେପଟେ ସନ୍ତୋଷଙ୍କ ଦମ୍ଭକ୍ତି ଓ ଅନ୍ୟପଟେ ବିଜେଡିର ରଣନୀତି ସାଙ୍ଗକୁ ବିଜେପି କି ପ୍ରକାର ପ୍ଲାନ ପ୍ରସ୍ତୁତ କରିଛି ତାହା ଆଗାମୀ ଦିନରେ ଜଣାପଡିବ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.