ETV Bharat / sitara

ବିକ୍କି କୌଶଲଙ୍କୁ ଏମିତି ୱିଶ୍ କଲେ ପ୍ରେମିକା !

author img

By

Published : May 17, 2021, 12:32 PM IST

ବିକ୍କୀଙ୍କୁ ସ୍ପେଶାଲ ବର୍ଥ ୱିଶ କଲେ ରିୟୁମର ଗାର୍ଲଫ୍ରେଣ୍ଡ କ୍ୟାଟ
ବିକ୍କୀଙ୍କୁ ସ୍ପେଶାଲ ବର୍ଥ ୱିଶ କଲେ ରିୟୁମର ଗାର୍ଲଫ୍ରେଣ୍ଡ କ୍ୟାଟ

ଭାଇରାଲ ହେଲା କ୍ୟାଟ୍ରିନାଙ୍କ ନୂଆ ଇନଷ୍ଟାଗ୍ରାମ ପୋଷ୍ଟ । ଯେଉଁଥିରେ ସେ ବିକ୍କୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

ମୁମ୍ବାଇ: ରବିବାର ‘ଉରି’ ଫେମ ବିକ୍କୀ କୌଶଲଙ୍କ 33ତମ ଜନ୍ମଦିନ ଥିଲା । ଯାହାର ଶୁଭେଚ୍ଛା ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଠୁ ନେଇ ସେଲିବ୍ରିଟି ତାଙ୍କୁ ଜଣାଇଥିଲେ । ହେଲେ ତାଙ୍କ ରିୟୁମର ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫ ଖାସ୍ ଅନ୍ଦାଜରେ ତାଙ୍କୁ ବର୍ଥଡେ ୱିଶ କରି ଚର୍ଚ୍ଚାରେ ।

ଜନ୍ମଦିନରେ ବିକ୍କୀଙ୍କୁ ସ୍ପେଶାଲ ଫିଲ୍ କରାଇବା ପାଇଁ କ୍ୟାଟ ଇନଷ୍ଟାଗ୍ରାମରେ ବିକ୍କୀଙ୍କ ‘ଉରି’ ଫିଲ୍ମର ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ହାପି ବର୍ଥଡେ ବିକ୍କୀ କୌଶଲ । ଆଶା କରୁଛି ତୁମେ ସର୍ବଦା ଏମିତି ହସୁଥିବ ।’

ପ୍ରକାଶ ଥାଉକି କିଛି ଦିନରୁ ବିକ୍କୀ ଓ କ୍ୟାଟଙ୍କ ରିଲେସନଶିପକୁ ନେଇ ବଲିଉଡ ଗ୍ୟାଲେରିରେ ବେଶ୍ ଚର୍ଚ୍ଚା ହେଉଛି । ଶୁଣିବାକୁ ମିଳୁଛି ଯେ ଏହି ଦୁହେଁ ପରସ୍ପରକୁ ଡେଟ୍ କରୁଛନ୍ତି । ହେଲେ ଏଯାବତ କେହି ମଧ୍ୟ ରିଲେସନଶିପକୁ ନେଇ କୌଣସି ଖୁଲାସା କରିନାହାଁନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.