ETV Bharat / sitara

କରନଙ୍କ ଫିଲ୍ମରେ ହଲିଉଡ ସୁପରଷ୍ଟାର ସ୍ମିଥ

author img

By

Published : Apr 13, 2019, 7:50 PM IST

ଡିଡାଇନ ଫଟୋ

କରନ ଜୋହରଙ୍କ ଆଗାମୀ ଫିଲ୍ମ 'ଷ୍ଟୁଡେଣ୍ଟ ଅଫ ଦ ଇୟର-2'ରେ ଅଭିନୟ କରୁଥିବାର ନଜର ଆସିପାରନ୍ତି ହଲିଉଡ ସୁପରଷ୍ଟାର ୱିଲ ସ୍ମିଥ । ଯାହାକୁ ନେଇ ଦର୍ଶକ ମଧ୍ୟ ଖୁବ୍ ଉତ୍ସାହିତ ।

ନୂଆଦିଲ୍ଲୀ: ନିର୍ମାତା କରନ ଜୋହରଙ୍କ ଅପକମିଂ ଫିଲ୍ମ 'ଷ୍ଟୁଡେଣ୍ଟ ଅଫ ଦ ଇୟର'ର ଶାନଦାର ଟ୍ରେଲର ଶୁକ୍ରବାର ରିଲିଜ ହୋଇଯାଇଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ଆକ୍ସନ ଅଭିନେତା ଟାଇଗର ଶ୍ରଫ, ତାରା ସୁତାରିୟା, ଅନନ୍ୟା ପାଣ୍ଡେ ନଜର ଆସିବେ । ଇତିମଧ୍ୟରେ ଫିଲ୍ମକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଯାହା ଶୁଣି ଫ୍ୟାନ୍ସ ଖୁବ୍ ଖୁସି ହୋଇଯିବେ । କଥାଟି ହେଲା କି ଏହି ଫିଲ୍ମରେ ହଲିଉଡର ଲୋକପ୍ରିୟ କଳାକାର ୱିଲ ସ୍ମିଥ ମଧ୍ୟ ନଜର ଆସିବେ ।

ଏହି କଥାଟି ସେହି ସମୟରେ ଜୋର ଧରିଥିଲା, ଯେବେ ଏକ ଭାଇରାଲ ଭିଡିଓରେ 'ଷ୍ଟୁଡେଣ୍ଟ ଅଫ ଦ ଇୟର-2'ର ଷ୍ଟାରକାଷ୍ଟଙ୍କ ସହ ସ୍ମିଥ ଡାନ୍ସ କରୁଥିବାର ଦେଖାଯାଇଥିଲା ।

'ଷ୍ଟୁଡେଣ୍ଟ ଅଫ ଦ ଇୟର-2' ଟ୍ରେଲର ଲଞ୍ଚିଂ ସମୟରେ ଶୁକ୍ରବାର ଫିଲ୍ମରେ ସ୍ମିଥଙ୍କ ଅଭିନୟ ବିଷୟରେ କରନଙ୍କୁ ପ୍ରଶ୍ନ କରାଯାଇଥିଲା । କରନ ଏହାର ଉତ୍ତରରେ କହିଥିଲେ କି ସ୍ମିଥ ଫେସବୁକର ଏକ ଶୋ 'ବକେଟ ଲିଷ୍ଟ' ସୁଟିଂ ପାଇଁ ଆସିଥିଲେ । ଏହି ଲିଷ୍ଟ ଅନୁଯାୟୀ ତାଙ୍କର ଇଚ୍ଛା ଅଛି କି ସେ ବଲିଉଡ ଗୀତରେ ଡାନ୍ସ କରିବେ ।

କରନ ଫିଲ୍ମରେ ସ୍ମିଥ କାମ କଥା ଉପରେ କହିଥିଲେ କି ଫିଲ୍ମରେ ସେ ନଜର ଆସିବେ କି ନାହିଁ ତାର ଉତ୍ତର ସେ ଏବେ ଦେଇପାରିବେ ନାହିଁ । ଏହା ଜାଣିବା ପାଇଁ ଆପଣଙ୍କୁ ଫିଲ୍ମ ଦେଖିବାକୁ ପଡିବ ।

'ଷ୍ଟୁଡେଣ୍ଟ ଅଫ ଦ ଇୟର' ଜରିଆରେ ବଲିଉଡରେ ଡେବ୍ୟୁ କରିଥିବା ଅଭିନେତା ବରୁଣ ଧୱନ, ସିଦ୍ଧାର୍ଥ ମାଲହୋତ୍ରା ଓ ଆଲିୟା ଭଟ୍ଟ ମଧ୍ୟ ଷ୍ଟୁଡେଣ୍ଟ ଅଫ ଦ ଇୟର-2ରେ କେମିୟୋ ଭୂମିକାରେ ନଜର ଆସିପାରନ୍ତି । ଫିଲ୍ମଟି ଆସନ୍ତା ମେ 10ରେ ରିଲିଜ ହେବାକୁ ଯାଉଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.