ETV Bharat / sitara

କଙ୍ଗନାଙ୍କ ଗାଲ ଠାରୁ ଆହୁରି ଚିକ୍କଣ ରାସ୍ତା ନିର୍ମାଣ କରିବି କହିଲେ ବିଧାୟକ

author img

By

Published : Jan 15, 2022, 3:34 PM IST

କଙ୍ଗନାଙ୍କ ଗାଲଠାରୁ ଆହୁରି ଚିକ୍କଣ ରାସ୍ତା ନିର୍ମାଣ କରିବି
କଙ୍ଗନାଙ୍କ ଗାଲଠାରୁ ଆହୁରି ଚିକ୍କଣ ରାସ୍ତା ନିର୍ମାଣ କରିବି

ବିବାଦୀୟ ବୟାନ ଦେଇ ପୁଣି ଚର୍ଚ୍ଚାରେ ବିଧାୟକ। ଏଥର ଏହି ତାଲିକାରେ କଂଗ୍ରେସ ବିଧାୟକ ଡ ଇରଫାନ ଅନସାରୀଙ୍କ ନାଁ ସାମିଲ ହୋଇଛି। କଙ୍ଗନା ରାଣାୱତଙ୍କ ସମ୍ପର୍କରେ ଏକ ବୟାନ ଦେଇ ବିବାଦରେ ସେ ଛନ୍ଦି ହୋଇଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବିବାଦୀୟ ବୟାନ ଦେଇ ପୁଣି ଚର୍ଚ୍ଚାରେ ବିଧାୟକ। ଏଥର ଏହି ତାଲିକାରେ କଂଗ୍ରେସ ବିଧାୟକ ଡ ଇରଫାନ ଅନସାରୀଙ୍କ ନାଁ ସାମିଲ ହୋଇଛି। ପୂର୍ବରୁ ଅନେକ ରାଜନେତା ଅଭିନେତ୍ରୀଙ୍କ ଗାଲ ଠାରୁ ଆହୁରି ଚିକ୍କଣ ରାସ୍ତା ନିର୍ମାଣ କରିବେ କହି ବିବାଦରେ ଛନ୍ଦି ହୋଇଥିଲେ । ପୁଣି ସମାନ ବୟାନ ଦୋହରାଇଛନ୍ତି ଇରଫାନ।

  • #WATCH | Jharkhand: I assure you that roads of Jamtara "will be smoother than cheeks of film actress Kangana Ranaut"; construction of 14 world-class roads will begin soon..: Dr Irfan Ansari, Congress MLA, Jamtara

    (Source: Self-made video dated January 14) pic.twitter.com/MRpMYF5inW

    — ANI (@ANI) January 15, 2022 " class="align-text-top noRightClick twitterSection" data=" ">

ଜାମତାରା କଂଗ୍ରେସ ବିଧାୟକ ଇରଫାନ୍ ଅନସାରୀ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ସମ୍ପର୍କରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ଇରଫାନ୍ ନିଜ ନିର୍ବାଚନ ମଣ୍ଡଳୀ ଅର୍ଥାତ ଝାଡଖଣ୍ଡର ଜାମତାରାରେ ବିଶ୍ୱସ୍ତରୀୟ ରାସ୍ତା ନିର୍ମାଣ କରିବେ ବୋଲି କହିଛନ୍ତି। ଏହି ରାସ୍ତା କଙ୍ଗନା ରାଣାୱତଙ୍କ ଗାଲ ଠାରୁ ଆହୁରି ଚିକ୍କଣ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଇରଫାନ୍ ଅନସାରୀଙ୍କ କହିଛନ୍ତି ଯେ, କଙ୍ଗନାଙ୍କ ଗାଲ ଭଳି ଚିକ୍କଣ ରାସ୍ତାର ବ୍ୟବହାର ଆଦିବାସୀ ସମ୍ପ୍ରଦାୟ ପିଲା, ବ୍ୟବସାୟୀ, ସାଧାରଣ ଲୋକ, ଯୁବଗୋଷ୍ଠୀ କରିବେ।

ସେ ଆହୁରି କହିଛନ୍ତି ଯେ ଖୁବ୍ ଶୀଘ୍ର ଏହିପରି 14 ଟି ବିଶ୍ବସ୍ତରୀୟ ରାସ୍ତା ନିର୍ମାଣ ଆରମ୍ଭ ହେବ। ଏହାପୂର୍ବରୁ ଇରଫାନ ଅନସାରୀ ଲୋକଙ୍କୁ ଅଧିକ ସମୟ ମାସ୍କ ନ ପିନ୍ଧିବାକୁ କହି ବିବାଦରେ ଫସିଥିଲେ। ଅଧିକ ସମୟ ମାସ୍କ ପିନ୍ଧିଲେ ଅଙ୍ଗାରକାମ୍ଳ ଶରୀର ମଧ୍ୟକୁ ଯାଇଥାଏ । କେବଳ ସେତିକି ନୁହେଁ ଅଧିକ ସମୟ ମାସ୍କ ପିନ୍ଧିଲେ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିଥାଏ ବୋଲି ସେ କହିଥିଲେ।

ତେବେ ୨୦୦୫ରେ ଲାଲୁ ପ୍ରସାଦ ଯାଦବ ବିହାରର ରାସ୍ତା ଅଭିନେତ୍ରୀ ହେମା ମାଳିନୀଙ୍କ ଗାଲ ଭଳି ଚିକ୍କଣ ହେବ ବୋଲି କହିଥିଲେ। ସେହିପରି ୨୦୨୧ ରେ ରାଜସ୍ଥାନର ଜଣେ ମନ୍ତ୍ରୀ କ୍ୟାଟ୍ରିନା କୈଫଙ୍କ ଗାଲ ଭଳି ତାଙ୍କ ନିର୍ବାଚନ ମଣ୍ଡଳୀର ରାସ୍ତା ନିର୍ମାଣ କରିବେ କହିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.