ETV Bharat / sitara

ସାରାଙ୍କ ଭୁଲ ସୁଧାରିଲେ ଈଶାନ

author img

By

Published : Apr 22, 2020, 8:47 PM IST

ସୋସିଆଲ ମିଡିଆରେ ସାରାଙ୍କ ଭୁଲକୁ ଧରିଲେ ‘ଧଡକ’ ଫେମ ଈଶାନ ଖଟ୍ଟର। ବିଶ୍ବ ପୃଥିବୀ ଦିବସରେ ସାରା ସୋସିଆଲ ମିଡିଆରରେ ସେୟାର କରିଥିଲେ ପୋଷ୍ଟ।

ishaan khatta
ଡିଜାଇନ ଫଟୋ

ମୁମ୍ବାଇ: ସବୁ ବର୍ଷ ଏପ୍ରିଲ 22କୁ ପୁରା ବିଶ୍ବରେ ପୃଥିବୀ ଦିବସ ରୂପେ ପାଳନ କରାଯାଏ। ଏବର୍ଷ 50ତମ ପୃଥିବୀ ଦିବସ। ଏହି ଅବସରରେ ବି-ଟାଉନର ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନ ମଙ୍ଗଳବାର ତଥା ଏପ୍ରିଲ 21ରେ ସମସ୍ତଙ୍କୁ ଧନ୍ୟବାଦ କହିବା ସହ ପ୍ରକୃତି ଓ ପୃଥିବୀ ମହତ୍ବ ବିଷୟରେ ଫ୍ୟାନ୍ସଙ୍କୁ ଜଣାଇଥିଲେ। ଯାହାର ମଜାକ ଉଡାଇ ଅଭିନେତା ଈଶାନ ଖଟ୍ଟର ତାଙ୍କୁ କହିଥିଲେ ସବୁ କିଛି ଠିକ୍ ଅଛି । ହେଲେ ପୃଥିବୀ ଦିବସ 21ରେ ନୁହେଁ ବରଂ 22 ତାରିଖରେ।

ସାରା ସୋସିଆଲ ମିଡିଆରେ ନିଜର ଅନେକ ଫଟୋ ସେୟାର କରି ପୃଥିବୀର ଆବଶ୍ୟକ ଏବଂ ମହତ୍ବ ବିଷୟରେ ଦର୍ଶାଇବାକୁ ଚେଷ୍ଟା ଚଳାଇଥିଲେ। ଫଟୋରେ ଗଛଲତା, ଜଙ୍ଗଲର ପଶୁପକ୍ଷୀ, ସମ୍ପୁଦ୍ର, ମରୁଭୂମି, ପହାଡ ପର୍ବତକୁ ନେଇ କହିଥିଲେ ଏହି ଧରାପୃଷ୍ଟ କେତେ ସୁନ୍ଦର । ଯଦି ଏହି ଧରାପୃଷ୍ଟ ସୁସ୍ଥ ରହିବ ତେବେ ଆମେ ସୁସ୍ଥ ରହିବା।’

ପ୍ରକାଶ ଥାଉକି ସାରା ନିକଟରେ କୋରୋନା ଭାଇରସ ସହ ଲଢୁଥିବା ଯୋଦ୍ଧଙ୍କୁ ସହଯୋଗ କରିବାକୁ ଯାଇ ଦାନ କରିବାର ଘୋଷଣା କରିଥିଲେ । ତାଙ୍କ ପୂର୍ବରୁ ଅନେକ ଷ୍ଟାର୍ସ କୋଟି କୋଟି ଟଙ୍କା ଦାନ କରିସାରିଲେଣି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.