ETV Bharat / sitara

ଆଥିଆଙ୍କ ସହ ରିଲେସନସିପକୁ ସାର୍ବଜନୀନ କଲେ KL Rahul, ଏମିତି ରିଆକ୍ଟ କଲେ ସୁନୀଲ

author img

By

Published : Nov 7, 2021, 1:14 PM IST

ଆଥିଆଙ୍କ ସହ ରିଲେସନସିପକୁ ସାର୍ବଜନୀନ କଲେ KL Rahul, ଏମିତି ରିଆକ୍ଟ କଲେ ସୁନୀଲ
ଆଥିଆଙ୍କ ସହ ରିଲେସନସିପକୁ ସାର୍ବଜନୀନ କଲେ KL Rahul, ଏମିତି ରିଆକ୍ଟ କଲେ ସୁନୀଲ

ସୁନୀଲ ସେଟ୍ଟୀଙ୍କ ଝିଅ ତଥା ବଲିଉଡ଼ ଅଭିନେତ୍ରୀ ଆଥିଆ ସେଟ୍ଟୀଙ୍କ ସହିତ ନିଜ ରିଲେସନସିପକୁ ସାର୍ବଜନୀନ କଲେ ଭାରତୀୟ କ୍ରିକେଟର କେ.ଏଲ ରାହୁଲ । ଛୁଟିଲା ଶୁଭେଚ୍ଛାର ସୁଅ । ଅଧିକ ପଢନ୍ତୁ...

ମୁମ୍ବାଇ: ଲଭବର୍ଡ ଆଥିଆ ସେଟ୍ଟୀ ଓ କ୍ରିକେଟର କେ.ଏଲ୍ ରାହୁଲ ଦୀର୍ଘ ସମୟ ଧରି ସେମାନଙ୍କ ସମ୍ପର୍କକୁ ଲୁଚାଇ ରଖିବା ପରେ ଶେଷରେ କରିଛନ୍ତି ସାର୍ବଜନୀନ । ଆଥିଆଙ୍କ ୨୯ତମ ଜନ୍ମ ଦିବସ ଅବସରରେ ରାହୁଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରି ନିଜ ରିଲେସନସିପ ବିଷୟରେ ଦେଇଛନ୍ତି ସ୍ପଷ୍ଟତା । ଏଥିରେ ବଲିଉଡ଼ ଅଭିନେତା ତଥା ଆଥିଆଙ୍କ ପିତା ସୁନୀଲ ସେଟ୍ଟୀଙ୍କ ସମେତ ଫିଲ୍ମ ଇଣ୍ଡଷ୍ଟ୍ରି ଓ କ୍ରିକେଟ ଜଗତରୁ ଆସିଛି ପ୍ରିତିକ୍ରିୟା ।

ଆଥିଆଙ୍କ ସହ ରିଲେସନସିପକୁ ସାର୍ବଜନୀନ କଲେ KL Rahul, ଏମିତି ରିଆକ୍ଟ କଲେ ସୁନୀଲ
ଆଥିଆଙ୍କ ସହ ରିଲେସନସିପକୁ ସାର୍ବଜନୀନ କଲେ KL Rahul, ଏମିତି ରିଆକ୍ଟ କଲେ ସୁନୀଲ

ଆଥିଆଙ୍କ ଜନ୍ମ ଦିବସ ଅବସରରେ ସେ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ଆଥିଆଙ୍କୁ କରିଥିଲେ ୱିସ । ଯେଉଁଥିରେ ସେ ଲେଖିଥିଲେ 'ହାପି ବର୍ଥ ଡେ' ମାଇଁ ଲଭ୍‌(ଇମୋଜି)' । ସେ ଏହି ପୋଷ୍ଟ କରିବା ପରେ ଏହା ଖୁବ ଭାଇରାଲ ହେବା ସହିତ ବିଭିନ୍ନ ଜଗତରୁ ଛୁଟିଥିଲା ଶୁଭେଚ୍ଛାର ସୁଅ । ଏଥିରେ ୧୦ ଲକ୍ଷରୁ ଅଧିକ ଲାଇକ୍ସ ଆସିଥିବା ମଧ୍ୟ ଦେଖିବାକୁ ମିଳିଛି । ବଲିଉଡ଼ ଇଣ୍ଡଷ୍ଟ୍ରୀ ସମେତ ଅନେକ କ୍ରିକେଟର ଓ ସେଲିବ୍ରିଟି ଏହି ପୋଷ୍ଟ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଆଥିଙ୍କ ପିତା ସୁନୀଲ ସେଟ୍ଟୀ ମଧ୍ୟ ଏକ ହାର୍ଟ ଇମୋଜି ସହିତ ରାହୁଲଙ୍କ ପୋଷ୍ଟରେ ଦେଇଛନ୍ତି ନିଜ ପ୍ରତିକ୍ରିୟା ।

ବିଭିନ୍ନ ସେଲିବ୍ରିଟିଙ୍କ ମଧ୍ୟରୁ ଅନୁଷ୍କା ଶର୍ମା, ସାନିଆ ମିର୍ଜା, ସୈୟାମି ଖେର ଲାଲ୍‌ ରଙ୍ଗର ହାର୍ଟ ସହିତ ଦେଇଛନ୍ତି ପ୍ରତିକ୍ରିୟା । ସେପଟେ ସୁନୀଲ ଓ ଆଥିଆଙ୍କ ଭାଇ ଆହାନ ସେଟ୍ଟୀ ମଧ୍ୟ ବ୍ଲାକ୍‌ ହାର୍ଟ କମେଣ୍ଟ ସେକ୍ସନରେ ଦେଇଥିବା ଦେଖିବାକୁ ମିଳିଛି । ଆଥିଆଙ୍କ ଫିଲ୍ମ କ୍ୟାରିଅର ସମ୍ପର୍କରେ ଆଲୋଚନା କଲେ ଆଥିଆ ଗତ ୨୦୧୫ ମସିହାରେ ସଲମାନ ଖାନଙ୍କ ପ୍ରଯୋଜିତ 'ହିରୋ' ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ଼ରେ ଡେବ୍ୟୁ କରିଥିଲେ । ଏହାପରେ ସେ ମୁବାରକାଁ ଓ ୨୦୧୯ରେ 'ମୋତୁଚୁର ଚକନାଚୁର'ରେ ନୱାଜଉଦ୍ଦିନ ସିଦ୍ଦିକିଙ୍କ ସହିତ ଆସିଥିଲେ ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.