ETV Bharat / sitara

ଜୟପୁରରେ ପହଞ୍ଚିଲେ ଏହି ତାରକା,ଜାଣନ୍ତୁ...

author img

By

Published : Dec 30, 2020, 7:35 AM IST

deepika-padukone-ranveer-singh-alia-bhatt-reached-rajasthan-for-new-year-celebration
ଜୟପୁରରେ ପହଞ୍ଚିଲେ ଏହି ତାରକା,ଜାଣନ୍ତୁ...

ନୂଆ ବର୍ଷ ଆରମ୍ଭ ହେବା ପୂର୍ବରୁ ବଲିଉଡ ତାରକାମାନେ ଜୟପୁରରେ ପହଞ୍ଚିଛନ୍ତି । ମଙ୍ଗଳବାର ଦିନ ଆଲିଆ ଭଟ୍ଟ, ରଣବୀର କପୁର ଏବଂ ନୀତୁ କପୁର ଜୟପୁରରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ବଲିଉଡ ତାରକା ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ନୂଆ ବର୍ଷ ପାଳନ କରିବାକୁ ଜୟପୁରରେ ପହଞ୍ଚିଥିଲେ । ଏଥିସହିତ ମଙ୍ଗଳବାର ଦିନ ଆଲିଆ ଭଟ୍ଟ, ରଣବୀର କପୁର ଏବଂ ନୀତୁ କପୁର ଜୟପୁରରେ ପହଞ୍ଚିଛନ୍ତି ।

ଜୟପୁରରେ ପହଞ୍ଚିବା ପରେ ରଣଭୀର-ଦୀପିକା, କପୁର ପରିବାର ଏବଂ ଆଲିଆ ଭଟ୍ଟ ସମସ୍ତେ ସାୱାଇ ମାଧୋପୁର ଅଭିମୁଖେ ଯାତ୍ରା କରିଥିଲେ । ଆଶା କରାଯାଉଛି ଯେ କପୁର ପରିବାର ନୂଆ ବର୍ଷରେ ସୱାଇ ମାଧୋପୁରର ରଣଥାମ୍ବୋର ନ୍ୟାସନାଲ ପାର୍କ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ଉଲ୍ଲେଖନୀୟ କଥା ହେଉଛି, ଲକଡାଉନ ପରେ ରଣଥାମ୍ବୋର ନ୍ୟାସନାଲ ପାର୍କ ପର୍ଯ୍ୟଟକଙ୍କ ପାଇଁ 1 ଅକ୍ଟୋବରରୁ ଖୋଲା ଯାଇଥିଲା । ଏହା ପରେ ସମସ୍ତ ବଲିଉଡ ତାରକା ଜୟପୁର ବିମାନବନ୍ଦରରେ ପହଞ୍ଚି ନିଜ କାରରେ ସାୱାଇ ମାଧୋପୁର ଅଭିମୁଖେ ଯାତ୍ରା କରିଥିଲେ ।

ଏହାପୂର୍ବରୁ ଅନିଲ ଅମ୍ବାନୀଙ୍କ ପରିବାର ଦିୱାଲୀ ଉପଭୋଗ କରିବା ପାଇଁ ଜୟପୁରରୁ ସୱାଇ ମାଧୋପୁରର ରଣଥାମ୍ବୋରରେ ପହଞ୍ଚିଥିଲେ । ସେଠାରେ ଅନିଲ ଅମ୍ବାନୀ ମଧ୍ୟ ପ୍ରାୟ ତିନିରୁ ଚାରି ଦିନ ପର୍ଯ୍ୟନ୍ତ ରଣଥାମ୍ବୋରରେ ରହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.