ETV Bharat / sitara

ଆସାମ ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା କଲେ ପ୍ରିୟଙ୍କା-ନିକ ଜୋନସ

author img

By

Published : Jul 27, 2020, 1:11 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଦେଶରେ କୋରୋନା ଶେଷ ହୋଇନାହିଁ । ଇତିମଧ୍ୟରେ ଆସାମ ବନ୍ୟ ସଙ୍କଟ ଦେଇ ଗତି କରୁଛନ୍ତି। ପ୍ରଭାବିତ ଲୋକଙ୍କୁ ସହଯୋଗର ହାତ ବାଇଛନ୍ତି ପ୍ରିୟଙ୍କା ଓ ନିକ ।

ମୁମ୍ବାଇ: ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ବାମୀ ନିକ ଜୋନସଙ୍କୁ ନେଇ ନୂଆ ଚର୍ଚ୍ଚା । ଦୁଇଜଣ ମହାନ କାର୍ଯ୍ୟ କରି ପୁଣିଥରେ ସମସ୍ତଙ୍କ ମନ କିଣିଛନ୍ତି । ଆଜ୍ଞା ହଁ, ଏହି ଯୋଡି ଆସାମ ବନ୍ୟାରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ଦାନ କରିଛନ୍ତି । ଏହାବ୍ୟତୀତ ସେ ନିଜ ଫ୍ୟାନ୍ସଙ୍କୁ ମଧ୍ୟ ଆସମବାସୀଙ୍କ ସାହାଯ୍ୟ ପାଇଁ ଅପିଲ କରିଛନ୍ତି । ସେ ସୋସିଆଲ ମିଡିଆରେ ଦୁଇ ଏମିତି ସଗଠନର ନାମ ସେୟାର କରିଛନ୍ତି, ଯେଉଁଠାକୁ କେହି ମଧ୍ୟ ନିଜ ଇଚ୍ଛା ଅନୁଯାୟୀ ଦାନ କରିପାରିବେ ।

ସେ ଟ୍ବିଟରରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ଆମ ସମସ୍ତେ ଏବେ କୋରୋନା ମହାମାରୀ ସହ ଲଢୁଛେ । ଦେଶର ଏକ ରାଜ୍ୟ ଆସାମ ଆଉ ଏକ ବଡ ସଙ୍କଟ ଦେଇ ଗତି କରୁଛି । ମୌସମୀର ପ୍ରବଳ ବର୍ଷ ପାଇଁ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆସାମରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ପ୍ରଭାବିତ ହୋଇଛି । ଜନଜୀବନ ସହ ଧନ, ସମ୍ପତ୍ତି ସବୁ ନଷ୍ଟ ହୋଇଯାଇଛି । ଜଳସ୍ତର ବଢିବା ପାଇଁ କାଜିରଙ୍ଗ ପାର୍କରେ ମଧ୍ୟ ପାଣି ଭରିଯାଇଛି । ଏମାନଙ୍କୁ ସହଯୋଗର ହାତ ବଢାଉନ୍ତୁ ।’

ପ୍ରିୟଙ୍କାଙ୍କ ଏହି ପୋଷ୍ଟକୁ ସୋସିଆଲ ମିଡିଆରେ ସେୟାର କରି ନିକ ମଧ୍ୟ ଲୋକଙ୍କୁ ଅପିଲ କରିଛନ୍ତି ଆସାମବାସୀଙ୍କୁ ସାହାଯ୍ୟ କରିବା ପାଇଁ ।

ପ୍ରକାଶ ଥାଉକି ବନ୍ୟା ପାଇଁ ଆସାମର ପରିସ୍ଥିତି ଜଟିଳ ଦେଖାଯାଉଛି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାଜ୍ୟବାସୀ । ସେହିପରି ବନ୍ୟାରେ ଏଯଆବତ 100 ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇସାରିଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.