ETV Bharat / sitara

Chakda Xpress: ଅନୁଷ୍କାଙ୍କ ଫଟୋରେ ଏମିତି ପ୍ରତିକ୍ରିୟା ଦେଲେ ଝୁଲଣ ଗୋସ୍ବାମୀ

author img

By

Published : Feb 25, 2022, 6:28 PM IST

ଅନୁଷ୍କାଙ୍କ ଫଟୋରେ ଏମିତି ପ୍ରତିକ୍ରିୟା ଦେଲେ ଝୁଲଣ ଗୋସ୍ବାମୀ
ଅନୁଷ୍କାଙ୍କ ଫଟୋରେ ଏମିତି ପ୍ରତିକ୍ରିୟା ଦେଲେ ଝୁଲଣ ଗୋସ୍ବାମୀ

ଅନେକ ମାସ ଅପେକ୍ଷା କରିବା ପରେ ପ୍ରଶଂସକମାନେ ଅନୁଷ୍କା ଶର୍ମାଙ୍କୁ ବଡ଼ ପରଦାରେ ଦେଖିବେ । ସେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ଚକଦା ଏକ୍ସପ୍ରେସ ପାଇଁ ପ୍ରସ୍ତୁତି ଶେଷ କରୁଛନ୍ତି । ଶୁକ୍ରବାର ଦିନ ଅନୁଷ୍କା ଫିଲ୍ମ ପ୍ରସ୍ତୁତି ପାଇଁ ନେଟ୍ ସେସନର କିଛି ଝଲକ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଅନେକ ମାସ ଅପେକ୍ଷା କରିବା ପରେ ପ୍ରଶଂସକମାନେ ଅନୁଷ୍କା ଶର୍ମାଙ୍କୁ ବଡ଼ ପରଦାରେ ଦେଖିବେ । ସେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ଚକଦା ଏକ୍ସପ୍ରେସ' ପାଇଁ ପ୍ରସ୍ତୁତି ଶେଷ କରୁଛନ୍ତି । ଶୁକ୍ରବାର ଦିନ ଅନୁଷ୍କା ଫିଲ୍ମ ପ୍ରସ୍ତୁତି ପାଇଁ ନେଟ୍ ସେସନର କିଛି ଝଲକ ସେୟାର କରିଛନ୍ତି । ଏହି ଚଳଚ୍ଚିତ୍ରରେ ଅନୁଷ୍କା ଭେଟେରାନ ଭାରତୀୟ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି।

ଅନୁଷ୍କା ଚଳିତ ବର୍ଷ ଆରମ୍ଭରେ ଫିଲ୍ମ ଘୋଷଣା କରିଥିଲେ। ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଅନୁଷ୍କା ଅଭ୍ୟାସ କରୁଥିବାର କିଛି ଝଲକ ସେୟାର କରିଛନ୍ତି। ଅନୁଷ୍କା ଶର୍ମା କ୍ରିକେଟ୍ ପଡ଼ିଆରେ ମଧ୍ୟ ଦେଖାଇ ଦେଇଛନ୍ତି କି କାହିଁକି ସେ ଏହି ରୋଲକୁ କରିବା ପାଇଁ ପୂରାପୂରି ଏହି ଭୂମିକାରେ ପଶିବା ପାଇଁ ଚେଷ୍ଟା କରୁଛନ୍ତି। ଅନୁଷ୍କାଙ୍କ ଏହି ଫଟୋ ଉପରେ ଝୁଲଣ ଗୋସ୍ବାମୀ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏବଂ ଲେଖିଛନ୍ତି - ବହୁତ ସୁନ୍ଦର ।

ଏହାପୂର୍ବରୁ ଅନୁଷ୍କା ଏକ ବୟାନ ଦେଇଥିଲେ ଯେଉଁଥିରେ ସେ କହିଥିଲେ ଯେ ଏହା ପ୍ରକୃତରେ ଏକ ବିଶେଷ ଚଳଚ୍ଚିତ୍ର କାରଣ ଏହା ଏକ ବଳିଦାନର କାହାଣୀ ଅଟେ। ଚକଦା ଏକ୍ସପ୍ରେସ ହେଉଛି ପୂର୍ବତନ ଭାରତୀୟ ଅଧିନାୟକ ଝୁଲଣ ଗୋସ୍ବାମୀଙ୍କ କାହାଣୀ । ଯେଉଁ ସମୟରେ ଝୁଲଣ ଗୋସ୍ବାମୀ ଜଣେ କ୍ରିକେଟର ହେବାକୁ ସ୍ଥିର କଲେ ଏବଂ ବିଶ୍ୱସ୍ତରରେ ନିଜ ଦେଶକୁ ଗର୍ବିତ କଲେ, ସେହି ସମୟରେ ଜଣେ ମହିଳା ପାଇଁ କ୍ରିକେଟର ହେବା କଷ୍ଟକର ଥିଲା ।

ସୂଚନାଯୋଗ୍ୟ ଯେ ଝୁଲଣ ଗୋସ୍ବାମୀ ମହିଳା ଦିନିକିଆ କ୍ରିକେଟ୍‌ ଇତିହାସରେ ସବୁଠୁ ଅଧିକ ଓ୍ଵିକେଟ୍‌ ନେଇଥିବା ବୋଲର ଏବଂ ସାରା ବିଶ୍ବରେ ଦ୍ବିତୀୟ ସ୍ପିଡ୍‌ ବୋଲର। ତାଙ୍କ ଆତ୍ମ ଜୀବନୀକୁ ଅନୁଷ୍କା ଶର୍ମା ପରଦାରେ ଉପସ୍ଥାପନ କରିବେ। ଖବର ଅନୁଯାୟୀ ଫିଲ୍ମ ‘ଚକଦା ଏକ୍ସପ୍ରେସ’ର ସୁଟିଂ ଭାରତ ତଥା ବ୍ରିଟେନରେ ମଧ୍ୟ କରାଯିବ। ଏହି ଚଳଚ୍ଚିତ୍ରଟି ଅନୁଷ୍କା ଶର୍ମାଙ୍କ ପ୍ରଡକ୍ସନ୍ ହାଉସ୍ କ୍ଲିନ୍ ସ୍ଲେଟ୍ ଫିଲ୍ମଜ୍ ଦ୍ବାରା ନିର୍ମିତ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.