ETV Bharat / sitara

ଫୋର୍ବସ 2020 ତାଲିକା: ପୁଣିଥରେ ସ୍ଥାନ ହାସିଲ କଲେ ଅକ୍ଷୟ

author img

By

Published : Jun 5, 2020, 4:33 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ସୁପରଷ୍ଟାର ଅକ୍ଷୟ କୁମାର ସବୁ ବର୍ଷ ଫୋର୍ବସ ତାଲିକାରେ ନିଜ ସ୍ଥାନ ଅକ୍ତିଆର କରନ୍ତି । ଏଥର ମଧ୍ୟ ସେ ତିନି ଖାନଙ୍କୁ ପଛରେ ପକାଇଦେଇଛନ୍ତି ।

ମୁମ୍ବାଇ: ଖିଲାଡି ଅକ୍ଷୟ କୁମାରଙ୍କୁ ଗତ ବର୍ଷ ହିଟ୍ ମେସିନର ଆଖ୍ୟା ଦିଆଯାଇଥିଲା । ତାଙ୍କର ପ୍ରାୟ ସବୁ ଫିଲ୍ମ ବ୍ଲକବଷ୍ଟର ହୋଇଛି । ତେବେ ଏହି ସଫଳତା ପଛରେ ଅକ୍ଷୟଙ୍କ 25 ବର୍ଷର କଠିନ ପରିଶ୍ରମ ରହିଛି | ଅକ୍ଷୟଙ୍କ ଏହି ବିଶ୍ବସନୀୟତାର ପ୍ରଭାବ ହେଉଛି ନିର୍ମାତାମାନେ ତାଙ୍କୁ କୋଟି କୋଟି ଟଙ୍କା ଦେଇ ନିଜ ଫିଲ୍ମରେ ନେବା । ଇତିମଧ୍ୟରେ ସେ ଏପରି ଏକ ସ୍ଥାନ ନିଜ ନାଁରେ କରିଛନ୍ତି । ଯାହା କେବଳ ବଲିଉଡର ତିନି ଖାନ ନୁହେଁ ବରଂ ହଲିଉଡର ଅନେକ ସୁପରଷ୍ଟାରଙ୍କୁ ମଧ୍ୟ ପଛରେ ପକାଇଛନ୍ତି ।

ବର୍ତ୍ତମାନ, ଫୋର୍ବସ୍ 2020 ତାଲିକା ଚଳିତ ବର୍ଷର ତାଲିକା ଜାରି କରିଛି ଏବଂ ଅକ୍ଷୟଙ୍କ ସ୍ଥିତି ପୁଣିଥରେ ପ୍ରମାଣ କରିଛି । ଏହି ତାଲିକା ଅନୁଯାୟୀ ଅକ୍ଷୟ ହେଉଛନ୍ତି ଏକମାତ୍ର ଭାରତୀୟ ଅଭନେତା ଯିଏକି ଏବର୍ଷର ସର୍ବାଧିକ ଟଙ୍କା ଆୟ କରିବା ତାଲିକାରେ ସ୍ଥାନ ପାଇଛନ୍ତି ।

ଏହି ତାଲିକାରେ ଅକ୍ଷୟ 52ତମ ସ୍ଥାନ ହାସିଲ କରିବାରେ ସଫଳ । ଆଉ ଅନେକ ଇଣ୍ଟରନ୍ୟାସନାଲ ଷ୍ଟାର୍ସଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ରିପୋର୍ଟ ଅନୁଯାୟୀ ଅକ୍ଷୟଙ୍କ ବାର୍ଷିକ ଆୟ ପାଖାପାଖି 48.850 ମିଲିୟନ ଡଲାର କହୁଛି ।

ପ୍ରକାଶ ଥାଉକି ହଲିଉଡର ସୁପରଷ୍ଟାର ୱିଲ ସ୍ମିଥ, ଜେନିଫର ଲୋପେଜ ଭଳି କଳକାର ମଧ୍ୟ ଅକ୍ଷୟଙ୍କ ପଛରେ ରହିଯାଇଛନ୍ତି । ଏଥର ଏହି ତାଲିକାରେ ସ୍ଥାନ ପାଇନାହାଁନ୍ତି ଶାହରୁଖ ଖାନ, ସଲମାନ ଖାନ ଓ ଆମୀର ଖାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.