ETV Bharat / sitara

ସୁନୀଲ ଶେଟ୍ଟୀଙ୍କ ଘରେ ବାଜିବ ସାହାନାଇ, ପଡିବ ପୁଅ-ଝିଅଙ୍କ ହାତଗଣ୍ଠି

author img

By

Published : Jan 22, 2022, 8:13 AM IST

ଏଥର ସୁନୀଲ ଶେଟ୍ଟୀଙ୍କ ଘରେ ବାଜିବ ସାହାନାଇ, ପଡିବ ପୁଅ-ଝିଅଙ୍କ ହାତଗଣ୍ଠି
ଏଥର ସୁନୀଲ ଶେଟ୍ଟୀଙ୍କ ଘରେ ବାଜିବ ସାହାନାଇ, ପଡିବ ପୁଅ-ଝିଅଙ୍କ ହାତଗଣ୍ଠି

ବଲିଉଡ ଅଭିନେତା ସୁନୀଲ ଶେଟ୍ଟି ପୁଅ-ଝିଅ ଆଥିଆ ଏବଂ ଆହାନଙ୍କ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଉଭୟ ଆଥିଆ ଏବଂ ଆହାନ ରିଲେସନସିପରେ ଅଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଚଳିତ ବର୍ଷ ବଲିଉଡରେ ଅନେକ ତାରକାଙ୍କ ବିବାହକୁ ଦର୍ଶକ ଉପଭୋଗ କରିସାରିଲେଣି । ଏଥିରେ ବଲିଉଡର ସବୁଠାରୁ ଚର୍ଚ୍ଚିତ ଯୋଡି ଥିଲେ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲ । 9 ଡିସେମ୍ବର 2021ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଅନେକ ଷ୍ଟାର କପଲ ମଧ୍ୟ ଚଳିତ ବର୍ଷ ବିବାହ କରିବାକୁ ଯାଉଛନ୍ତି । ଏଠାରେ ବଲିଉଡ ଅଭିନେତା ସୁନୀଲ ଶେଟ୍ଟି ଦୁଇ ସନ୍ତାନ ଆଥିଆ ଏବଂ ଆହାନଙ୍କ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।

ବଲିଉଡର 'ଆନ୍ନା' ସୁନୀଲ ଶେଟ୍ଟୀ ଚଳଚ୍ଚିତ୍ର ବ୍ୟତୀତ ଏକ ବିଳାସପୂର୍ଣ୍ଣ ଜୀବନଯାପନ କରନ୍ତି । ସେ ଚଳଚ୍ଚିତ୍ରରୁ ବହୁ ଖ୍ୟାତି ଅର୍ଜନ କରିଛନ୍ତି, କିନ୍ତୁ ଏହା ବ୍ୟତୀତ ତାଙ୍କର ନିଜର ଅନେକ ବ୍ୟବସାୟ ଅଛି । ସୁନୀଲ ଶେଟ୍ଟୀଙ୍କ ଦୁଇ ସନ୍ତାନ ଆହାନ ଏବଂ ଆଥିଆ ଶେଟ୍ଟି ମଧ୍ୟ ବଲିଉଡରେ ଡେବ୍ୟୁ କରିଛନ୍ତି। ସୁନୀଲ ଶେଟ୍ଟୀଙ୍କ ପିଲାମାନେ ରିଲେସନସିପରେ ଅଛନ୍ତି ଏବଂ ଏହି ବର୍ଷ ସେମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋରସୋରରେ ଚାଲିଛି ।

ଏକ ଇଂରାଜୀ ପୋର୍ଟାଲ ଅନୁଯାୟୀ ସୁନୀଲ ଶେଟ୍ଟୀ ତାଙ୍କର ଦୁଇ ସନ୍ତାନ ଆହାନ ଏବଂ ଆଥିଆଙ୍କୁ ଚଳିତ ବର୍ଷ ବିବାହ କରିବେ। ଆଥିଆ ଶେଟ୍ଟି କ୍ରିକେଟର କେ.ଏଲ୍ ରାହୁଲଙ୍କ ସହ ରିଲେସନସିପରେ ଥିବାବେଳେ ଆହାନଙ୍କ ଗର୍ଲଫ୍ରେଣ୍ଡଙ୍କ ନାମ ତାନ୍ୟା ଶ୍ରଫ୍ । ଖବର ଅନୁଯାୟୀ, ସୁନୀଲ ଶେଟ୍ଟୀଙ୍କ ଉଭୟ ସନ୍ତାନ ସେମାନଙ୍କ ରିଲେସନସିପକୁ ନେଇ ଗମ୍ଭୀର ଅଛନ୍ତି । ଆଥିଆ କ୍ରିକେଟର କେ.ଏଲ୍ ରାହୁଲଙ୍କ ସହ ଗତ ତିନିବର୍ଷ ଧରି ଚର୍ଚ୍ଚାରେ ଅଛନ୍ତି ।

କାମ ବିଷୟରେ କହିବାକୁ ଗଲେ, ସୁନୀଲ ଶେଟ୍ଟୀ ଆଜି ବି ଚଳଚ୍ଚିତ୍ରରେ ସାଇଡ ରୋଲ୍‌ରେ ନଜର ଆସୁଛନ୍ତି । ଏଥି ସହିତ, ଅହାନ ଫିଲ୍ମ 'ତଡପ' (2021) ସହିତ ବଲିଉଡରେ ଡେବ୍ୟୁ କରିଛନ୍ତି । ଆଥିଆଙ୍କ ବିଷୟରେ କହିବାକୁ ଗଲେ ତାଙ୍କୁ ଶେଷ ଥର ପାଇଁ ଫିଲ୍ମ 'ମୋତିଚୁର ଚକନାଚୋର' (2019) ରେ ଦେଖିବାକୁ ମିଳିଥିଲା ​​। ଆଥିଆ ଫିଲ୍ମ 'ହିରୋ' (2015)ରେ ତାଙ୍କର ବଲିଉଡ ଡେବ୍ୟୁ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.