ETV Bharat / sitara

କ୍ୟାଟ୍ରିନାଙ୍କ ସହ ରୋମାନ୍ସ କରିବେ ବିଜୟ ଦେବରକୋଣ୍ଡା !

author img

By

Published : May 5, 2021, 5:19 PM IST

After Liger, Vijay Deverakonda to star opposite Katrina Kaif in next Hindi film?
କ୍ୟାଟ୍ରିନାଙ୍କ ସହ ରୋମାନ୍ସ କରିବେ ବିଜୟ ଦେବରକୋଣ୍ଡା !

ଏବେ ଚର୍ଚ୍ଚାରେ ବିଜୟ ଦେବରକୋଣ୍ଡା ଏବଂ କ୍ୟାଟ୍ରିନା କୈଫ । ଏବେ ଖବର ଆସୁଛି ଯେ ଅଭିନେତାଙ୍କୁ ତାଙ୍କର ପରବର୍ତ୍ତୀ ଫିଲ୍ମରେ କ୍ୟାଟ୍ରିନା କୈଫଙ୍କ ସହିତ ରୋମାନ୍ସ କରୁଥିବାର ଦେଖିବାକୁ ମିଳିପାରେ । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ତେଲୁଗୁ ସିନେମାର ହାର୍ଟଥ୍ରୋବ ବିଜୟ ଦେବରକୋଣ୍ଡା ଲିଗର ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏବେ ଖବର ଆସୁଛି ଯେ, ଅଭିନେତାଙ୍କୁ ତାଙ୍କର ପରବର୍ତ୍ତୀ ଫିଲ୍ମରେ କ୍ୟାଟ୍ରିନା କୈଫଙ୍କ ସହିତ ରୋମାନ୍ସ କରୁଥିବାର ଦେଖିବାକୁ ମିଳିପାରେ ।

ବିଜୟଙ୍କ ବଲିଉଡ ଫିଲ୍ମ ଲିଗରର ସୁଟିଂ ଏବେ ଅଧାରେ ଥିବାବେଳେ ସେ ଦ୍ବିତୀୟ ବଲିଉଡ ଫିଲ୍ମ ସାଇନ୍ କରିଥିବାର ଖବର ବର୍ତ୍ତମାନ ଚର୍ଚ୍ଚାରେ ।

ଉଲ୍ଲେଖନୀୟ କଥା ହେଉଛି, ଯେତେବେଳେ କ୍ୟାଟ୍ରିନା ଇନଷ୍ଟାଗ୍ରାମରେ ବିଜୟଙ୍କୁ ଫଲୋ କରିବା ଆରମ୍ଭ କଲେ, ସେତେବେଳେ ଏହି ଖବର ଖୁବ୍ ଭାଇରାଲ ହେବାରେ ଲାଗିଲା । ତଥାପି ଏହି ଖବର ଅଫିସିଆଲ ଭାବେ ଘୋଷଣା ହୋଇ ନାହିଁ ।

ପ୍ରକାଶ ଥାଉ ଯେ, 'ଲିଗର୍'ରେ ବିଜୟ ଆଉଟ-ଆଣ୍ତ-ଆକ୍ସନ୍ ପ୍ୟାକ୍ ଚରିତ୍ରରେ ନଜର ଆସିବେ, ଯେଉଁଥିପାଇଁ ସେ ଥାଇଲ୍ୟାଣ୍ଡରେ ମାର୍ଶଲ ଆର୍ଟ ଟ୍ରେନିଂ ମଧ୍ୟ ନେଇଛନ୍ତି । ପୁରୀ ଜଗନ୍ନାଥ ହେଉଛନ୍ତି 'ଲିଗର୍'ର ନିର୍ଦ୍ଦେଶକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.