ETV Bharat / sitara

ଦୁଷ୍କର୍ମ ମାମଲାର ଶୁଣାଣିକୁ ନେଇ ରାଗିଲେ ତାପସୀ-ସୋନା

author img

By

Published : Mar 2, 2021, 3:45 PM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ଏକ ଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟଙ୍କ ନିକଟରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ତାପସୀ ଟ୍ବିଟ କରି ପ୍ରଶ୍ନ ପଚାରିଛନ୍ତି । ସେପଟେ ଏହି ନିଷ୍ପତ୍ତିରେ ଖୁସି ନାହାଁନ୍ତି ସୋନା । ଅଧିକ ପଢନ୍ତୁ...

ମୁମ୍ବାଇ: ଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ଶୁଣାଇ ଥିବା ରାୟରେ ଅଭିନେତ୍ରୀ ତାପସୀ ପନ୍ନୁ ଏବଂ ଗାୟିକା ସୋନା ମହାପାତ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜଣେ ସରକାରୀ କର୍ମଚାରୀ ଜଣେ ଝିଅ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ଏବଂ ସୋମବାର ସେମାନଙ୍କ ଶୁଣାଣିରେ ଏସସି ବେଞ୍ଚ ଅଭିଯୁକ୍ତଙ୍କୁ ପଚାରିଥିଲେ ଯେ ସେ ଝିଅକୁ ବିବାହ କରିବାକୁ ଇଚ୍ଛା କରୁଛନ୍ତି କି ? ଯାହାକୁ ନେଇ ଆଶ୍ଚର୍ଯ୍ୟ ଏହି ଦୁଇ ସେଲିବ୍ରିଟି ।

  • Did someone ask the girl this question ? If she wants to marry her rapist !!!??? Is that a question !!!??? This is the solution or a punishment ? Plain simple DISGUST ! https://t.co/oZABouXLUP

    — taapsee pannu (@taapsee) March 1, 2021 " class="align-text-top noRightClick twitterSection" data=" ">

ନିଜ ପ୍ରତିକ୍ରିୟା ପ୍ରକାଶ କରି ତାପସୀ ଲେଖିଛନ୍ତି, ‘କେହି ଜଣେ ଝିଅକୁ ଏହି ପ୍ରଶ୍ନ ପଚାରିଥିଲେ କି ଯଦି ସେ ତାଙ୍କ ଦୁଷ୍କର୍ମକାରୀକୁ ବିବାହ କରିବାକୁ ଚାହୁଁଛନ୍ତି । ଏହା କେବଳ ପ୍ରଶ୍ନ । ଏହା ସମାଧାନ କି ଦଣ୍ଡ ନୁହେଁ ? ଘୃଣ୍ୟ କଥା ।’

ସେପଟେ ଲେଖିଛନ୍ତି, ‘ଏହା ଅସୁସ୍ଥ ଏବଂ ଗଭୀର ସମସ୍ୟା । ଜଣେ ଦୁଷ୍କର୍ମକାରୀ ପୀଡିତାଙ୍କୁ ବିବାହ କରିବା ଅତୀତରେ ଏକ ଘୋର ତଥା ଘୃଣ୍ୟ ବଲିଉଡର ସମାଧାନ ହୋଇଆସୁଛି । ଭାରତର ସୁପ୍ରିମକୋର୍ଟ କିପରି ଏହି ସ୍ତରକୁ ଖସିପାରିବେ?’

ପ୍ରକାଶ ଥାଉକି ଏହି ମାମଲାର ଶୁଣାଣି ସମୟରେ କୋର୍ଟ ସେହି ଅଭିଯୁକ୍ତକୁ ପ୍ରଶ୍ନ କରିଥିଲେ, ‘ଯଦି ତୁମେ ତାଙ୍କୁ ବିବାହ କରିବାକୁ ଇଚ୍ଛୁକ ତେବେ ଆମେ ଏହାକୁ ବିଚାର କରିପାରିବା, ନଚେତ୍ ତୁମେ ଜେଲକୁ ଯିବ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.