ETV Bharat / sitara

କୋରୋନା ପଜଟିଭି ନୁହେଁ ଗୌହର, ଟିମ ପକ୍ଷରୁ ବୟାନ ଜାରି

author img

By

Published : Mar 16, 2021, 11:12 AM IST

ବିଏମସିର ସବୁ ନିୟମ ମାନୁଛନ୍ତି ଗୌହର ଏବଂ ସେ କୋରୋନା ସଂକ୍ରମିତ ମଧ୍ୟ ନୁହେଁ । ଯାହାର ଖୁଲାସା କରିଛି ତାଙ୍କ ଟିମ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଗୌହର ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଗୌହର ଖାନ

ମୁମ୍ବାଇ: ମଡେଲ ତଥା ଅଭିନେତ୍ରୀ ଗୌହର ଖାନଙ୍କ ଟିମ ସ୍ପଷ୍ଟ କରିଛନ୍ତି ଯେ ଅଭିନେତ୍ରୀ କୋରୋନା ସଂକ୍ରମିତ ନୁହନ୍ତି । ବ୍ରିହାନମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ର ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ନିୟମ ମଧ୍ୟ ପାଳନ କରୁଛନ୍ତି। ନିକଟରେ ଗୌହରଙ୍କ କୋରୋନା ଟେଷ୍ଟ ରିପୋର୍ଟ ପଜିଟିଭ ବାହାରିବା କଥା ସାମ୍ନାକୁ ଆସିଥିଲା । ହେଲେ ସେ ନେଗେଟିଭ ଥିବାରୁ କୌଣସି ନିୟମର ପାଳନ କରିନଥିଲେ । ଯାହାକୁ ଆଧାର କରି ତାଙ୍କ ବିରୋଧରେ ପୋଲିସରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛି ତାଙ୍କ ଟିମ ।

ଏହାର ସୂଚନା ଦେଇ ଟିମ ତରଫରୁ ଜାରି ହୋଇଥିବା ଷ୍ଟେଟମେଣ୍ଟରେ କୁହାଯାଇଛି, ‘ଗୌହର ଖାନଙ୍କ ପାଇଁ ଶୁଭେଚ୍ଛା ପଠାଇବା ସହ ଚିନ୍ତା କରିଥିବାରୁ ଧନ୍ୟବାଦ । ସମସ୍ତଙ୍କ ପାଇଁ ଏଠାରେ ସର୍ବଶେଷ ରିପୋର୍ଟ ଅଛି। ତାଙ୍କ ଏକାଧିକ ରିପୋର୍ଟ ନେଗେଟିଭ ବାହାରିଛି। ସେ ଜଣେ ଆଇନ ମାନୁଥିବା ନାଗରିକ ଏବଂ ବିଏମସିର ସମସ୍ତ ନିୟମ ମାନୁଛନ୍ତି। ବର୍ତ୍ତମାନ ସମସ୍ତ କଳ୍ପନାଜଳ୍ପନାକୁ ବନ୍ଦ କରିବାକୁ ଆମେ ଆବେଦନ କରୁଛୁ। ବିଏମସି ଆବଶ୍ୟକ କରୁଥିବା ସମସ୍ତ ଜିନିଷ ସହିତ ଗୌହର ସହଯୋଗ କରୁଛନ୍ତି।’

ଖାଲି ଏତିକି ନୁହେଁ ଟିମ ପକ୍ଷରୁ ମିଡିଆ ଚ୍ୟାନେଲକୁ ମଧ୍ୟ ମିଥ୍ୟା ଖବର ପ୍ରଚାର ପ୍ରସାର ନକରିବାକୁ ଅନୁରୋଧ କରାଯାଇଛି । ପ୍ରକାଶ ଥାଉକି କିଛି ଦିନ ପୂର୍ବରୁ ପିତାଙ୍କୁ ହରାଇଥିଲେ ଗୌହର। ପିତାଙ୍କ ମୃତ୍ୟୁର ଦୁଃଖ ସେ ସୋସିଆଲ ମିଡିଆରେ ସେୟାର କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.