ETV Bharat / science-and-technology

ଗୀତ କମ୍ପୋଜ୍‌ କରିବା ହେବ ସହଜ, ସାହାଯ୍ୟ କରିବ ୟୁଟ୍ୟୁବର ଜେନ୍‌ AI ଟୁଲ୍‌

author img

By ETV Bharat Odisha Team

Published : Nov 19, 2023, 10:57 AM IST

ଆପଣ ମଧ୍ୟ ବନିପାରିବେ ମ୍ୟୁଜିସିଆନ୍, ସାହାର୍ଯ୍ୟ କରିବ ୟୁଟ୍ୟୁବର ଜେନ ଏଆଇ ଟୁଲ
ଆପଣ ମଧ୍ୟ ବନିପାରିବେ ମ୍ୟୁଜିସିଆନ୍, ସାହାର୍ଯ୍ୟ କରିବ ୟୁଟ୍ୟୁବର ଜେନ ଏଆଇ ଟୁଲ

Youtube Testing GenaAI Tools to Help Create Music: ଆପଣ ମଧ୍ୟ ସାଧାରଣ ଗୁଣୁଗୁଣୁ ଧ୍ୱନିକୁ ଉପଯୋଗ କରି ତିଆରି କରିପାରିବେ ସୁମଧୁର ସଙ୍ଗୀତ । ୟୁଟ୍ୟୁବ୍‌ ଆଣୁଛି 'ଡ୍ରିମ୍ ଟ୍ରାକ୍‌' ଫିଚର । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଏଣିକି ସାଧାରଣ ଲୋକ ମଧ୍ୟ ତିଆରି କରିପାରିବେ ସଙ୍ଗୀତର ଧୁନ ଏବଂ ବନିପାରିବେ ମ୍ୟୁଜିସିଆନ୍ । ଗୁଗୁଲ ନିୟନ୍ତ୍ରିତ ୟୁଟ୍ୟୁବ ଏ ନେଇ ନିଜର ନୂଆ ଜେନେରେଟିଭ ଏଆଇ ଫିଚର୍ସର ପରୀକ୍ଷା କରିଛି । ଯାହାକି ଲୋକଙ୍କୁ କେବଳ ଗୋଟିଏ ଟେକଷ୍ଟ ପ୍ରମ୍ପଟ କିମ୍ବା କୌଣସି ସାଧାରଣ ଗୁଣୁଗୁଣୁ ଧ୍ବନିକୁ ଉପଯୋଗ କରି ଅଭିନବ ମ୍ୟୁଜିକ୍‌ ଟ୍ରାକ୍‌ ତିଆରି କରିବାରେ ସାହାଯ୍ୟ କରିବ । କମ୍ପାନୀ ତରଫରୁ ଏହି ଫିଚରର ନାଁ 'ଡ୍ରିମ୍ ଟ୍ରାକ' ରଖାଯାଇଛି । ଯାହାକି ୟୁଟ୍ୟୁବ୍‌ ସର୍ଟସ ଉପରେ ବିଶେଷ ପ୍ରୟୋଗ କରାଯାଇଛି । ଗୁଗୁଲ ଡିପ୍ ମାଇଣ୍ଡ୍‌ର ଏ ପର୍ଯ୍ୟନ୍ତର ସବୁଠୁ ଉନ୍ନତ ମ୍ୟୁଜିକ ଜେନେରେସନ ମଡେଲ 'ଲିରିଆ' ଦ୍ବାରା ଏହି ଫିଚର ପରିଚାଳିତ । ୟୁଟ୍ୟୁବର ବିଶ୍ୱ ମ୍ୟୁଜିକ୍‌ ସେକ୍ସନ ହେଡ୍ ଲ୍ୟୋର କୋହେନଙ୍କ ମତରେ ଏହି ପରୀକ୍ଷାର ପ୍ରାଥମିକ ପର୍ଯ୍ୟାୟ ସଙ୍ଗୀତଜ୍ଞ ଏବଂ ସେମାନଙ୍କ ପ୍ରଶଂସକଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଦୃଢ଼ କରିବା ପାଇଁ ଟେକ୍ନୋଲୋଜିକୁ କିପରି ବ୍ୟବହାର କରାଯାଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି ।

ଏହା ମଧ୍ୟ ପଢନ୍ତୁ... ଗୁଗୁଲ ପ୍ଲେ ଷ୍ଟୋର ଜଣାଇବ ସୁରକ୍ଷିତ ଭିପିଏନ ଆପ୍, ରହିବନି ହ୍ୟାକିଙ୍ଗ ଡର

ଏଥି ସହ ଏଲେକ ବେଞ୍ଜାମିନ୍‌, ଚାର୍ଲି ପୁଥ, ଚାର୍ଲି ଏକ୍ସସିଏକ୍ସ, ଡେମି ଲୋବାଟୋ, ସିଆ, ପାପୋସ, ଟି ପେନ ଇତ୍ୟାଦିଙ୍କ ପରି ନଅ ଜଣ କଳାକାର ଏହି ପ୍ରୟୋଗରେ ସହଯୋଗ କରିବା ସହ ସଙ୍ଗୀତ ଦୁନିଆରେ AIର ଭବିଷ୍ୟତକୁ ନୂଆ ଦିଗ ଦେବାକୁ ୟୁଟ୍ୟୁବ ସହିତ କାମ କରିବେ । ଆମେ କିଛି ବଛା ବଛା ଆମେରିକୀୟ ସଙ୍ଗୀତଜ୍ଞଙ୍କ ସମୂହକୁ ନିଜର ସର୍ଟସ ପାଇଁ 30 ସେକେଣ୍ଡ ଯାଏଁ ସାଉଣ୍ଡଟ୍ରାକ ତିଆରି କରିବାକୁ ସୁଯୋଗ ଦେଉଛନ୍ତି । ମ୍ୟୁଜିକ AI ଇନକ୍ୟୁବେଟରରେ କଳାକାର, ଗୀତିକାର ଏବଂ ନିର୍ମାତାମାନେ ଆମକୁ ପରୀକ୍ଷା କରିବା , ଶିଖିବା ଏବଂ ପ୍ରତିକ୍ରିୟା ଜାଣିବାରେ ସାହାଯ୍ୟ କରୁଛନ୍ତି ଯାହାଦ୍ବାରା କଳାକାର, ଦର୍ଶକ ଏବଂ ପ୍ରଶଂସକ ମାନଙ୍କ ପାଇଁ ସର୍ବୋତ୍ତମ ଅନୁଭବକୁ ବିକଶିତ କରିବାକୁ ଚେଷ୍ଟା କରାଯାଇଛି । ଆମେ ଭବିଷ୍ୟତରେ ଏପରି ଉପକରଣକୁ ବିକଶିତ କରାଯାଉଛି ଯାହା ଏହି ସମ୍ଭାବନାକୁ ବାସ୍ତବିକ ରୂପ ଦେଇପାରିବ ଏବଂ ଆଶା କରାଯାଉଛି ମ୍ୟୁଜିକ AI ଇନକ୍ୟୁବେଟରରେ ସାମିଲ ଥିବା ପ୍ରତିଯୋଗୀ ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ପରୀକ୍ଷା କରିବାରେ ସକ୍ଷମ ହେବେ ବୋଲି ଲ୍ୟୋର କୋହେନ ମତ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.