ଏଣିକି ଥ୍ରେଡସକୁ କରିପାରିବେ ଡିଆକ୍ଟିଭେଟ, କରିବାକୁ ପଡିବନି ଇନଷ୍ଟାଗ୍ରାମ ପ୍ରୋଫାଇଲ ଡିଲିଟ୍

ଏଣିକି ଥ୍ରେଡସକୁ କରିପାରିବେ ଡିଆକ୍ଟିଭେଟ, କରିବାକୁ ପଡିବନି ଇନଷ୍ଟାଗ୍ରାମ ପ୍ରୋଫାଇଲ ଡିଲିଟ୍
Threads now lets users delete accounts: ମେଟା ଆଣିଛି ୟୁଜରଙ୍କ ପାଇଁ ଏକ ଖୁସି ଖବର । ଥ୍ରେଡସ୍ ୟୁଜର ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଡିଲିଟ୍ ନ କରି ମଧ୍ୟ ନିଜର ପ୍ରୋଫାଇଲକୁ ଡିଲିଟ୍ କରିପାରିବେ । ଅଧିକ ପଢନ୍ତୁ
ନୂଆଦିଲ୍ଲୀ: ମେଟା ଆଣିଛି ୟୁଜରଙ୍କ ପାଇଁ ଏକ ଖୁସି ଖବର । ଏଣିକି ଇନଷ୍ଟାଗ୍ରାମ-ଥ୍ରେଡସ୍ ୟୁଜର ନିଜର ପ୍ରୋଫାଇଲକୁ ଡିଲିଟ୍ କରିପାରିବେ । ଏଥିପାଇଁ ଆପଣଙ୍କୁ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଡିଲିଟ୍ କରିବାକୁ ପଡିବ ନାହିଁ । କମ୍ୟୁନିଟିରୁ ମିଳିଥିବା ବ୍ୟବହାରକାରୀଙ୍କ ଫିଡବ୍ୟାକ ଅନୁଯାୟୀ, ଥ୍ରେଡ ତାର ୟୁଜରଙ୍କୁ ସେମାନଙ୍କ ପୋଷ୍ଟକୁ ଇନଷ୍ଟାଗ୍ରାମ,ଫେସବୁକ ଭଳି ଅନ୍ୟ ସୋସିଆଲ ମିଡିଆରେ ଅଟୋମେଟିକ ସେୟାରିଂକୁ ବନ୍ଦ କରିବାର ଅପ୍ସନ ପ୍ରଦାନ କରିବ ବୋଲି ଇନଷ୍ଟାଗ୍ରାମର ମୁଖ୍ୟ ଆଦାମ ମୋସେରୀ କହିଛନ୍ତି । ନିଜର ଥ୍ରେଡସ ପ୍ରୋଫାଇଲକୁ ଡିଲିଟ କରିବା ପାଇଁ ପ୍ରଥମେ ସେଟିଂକୁ ଯାଇ ନିଜ ଆକାଉଣ୍ଟରେ ଡିଲିଟ କିମ୍ବା ଡିଆକ୍ଟିଭେଟ ପ୍ରୋଫାଇଲକୁ କ୍ଲିକ କରି ଡିଲିଟକୁ ସିଲେକ୍ଟ କରିପାରିବେ । ଯଦି ଆପଣ ସବୁଦିନ ପାଇଁ ପର୍ମାନେଣ୍ଟ ଭାବେ ନିଜର ଥ୍ରେଡସ୍ ପ୍ରୋଫାଇଲକୁ ଡିଲିଟ କରିବାକୁ ଚାହୁଁନାହାଁନ୍ତି ତେବେ ଆପଣ ଏହାକୁ ସବୁଦିନ ପାଇଁ ମଧ୍ୟ ଡିଆକ୍ଟିଭେଟ କରିପାରିବେ ।
ଏହା ମଧ୍ୟ ପଢନ୍ତୁ ...ବଢିବ ଇନଷ୍ଟାଗ୍ରାମ ଷ୍ଟୋରୀର ସମୟସୀମା, ଆସିବାକୁ ଯାଉଛି ନୂଆ ଫିଚର
ନିକଟରେ ମେଟା କମ୍ପାନୀ ଏଭଳି ଏକ ଫିଚର ଆଣିଥିଲା, ଯାହା ଦ୍ବାରା ଲୋକ ମାନେ ଅତି ସହଜରେ ଥ୍ରେଡସର ପୋଷ୍ଟକୁ ଫେସବୁକ, ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦେଖିପାରୁଥିଲେ । ଏହା ଦ୍ବାରା ସେମାନେ ନିଜର ଅଡିଏନ୍ସର ପରିସୀମାକୁ ବଢାଇବା ସହ ନିଜ ରିଚ୍କୁ ବୃଦ୍ଧି କରିପାରିଥିଲେ । କିନ୍ତୁ ଏହା ୟୁଜରଙ୍କୁ ପରବର୍ତ୍ତୀ ନିର୍ଦେଶ ପାଇଁ ଅନୁମତି ମାଗୁ ନଥିଲା । ଫିଡବ୍ୟାକରୁ ମିଳିଥିବା ତଥ୍ୟ ଅନୁସାରେ ୟୁଜର ମାନେ ନିଜର ସୋସିଆଲ ମିଡିଆ ଆକାଉଣ୍ଟର ବ୍ୟବହାରରେ ନିଜର ଅଧିକ କଣ୍ଟ୍ରୋଲ ଉପରେ ଗୁରୁତ୍ବ ଦେଇଛନ୍ତି । ତେଣୁ ଆମେ ଏହି ଅଭିନବ ପ୍ରୟୋଗ କରୁଛୁ ବୋଲି ଇନଷ୍ଟାଗ୍ରାମର ମୁଖ୍ୟ ଆଦାମ ମୋସେରୀ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ ... ଏଣିକି ଡିପଫେକ ଭିଡିଓକୁ ଚିହ୍ନିବା ହେବ ସହଜ, ମାଇକ୍ରୋସଫ୍ଟ ଆଣୁଛି ଟେକସ୍ଟ ଟୁ ସ୍ପିଚ୍ ଟୁଲ୍
ମେଟା କମ୍ପାନୀର ପ୍ରତିଷ୍ଠାତା ଓ ସିଇଓ ମାର୍କ ଜୁକରବର୍ଗଙ୍କ ତଥ୍ୟ ମୁତାବକ ଲୋକପ୍ରିୟ ସୋସିଆଲ ମିଡିଆ ଥ୍ରେଡସର ବର୍ତ୍ତମାନ 100 ମିଲିୟନରୁ ଅଧିକ ମାସିକ ସକ୍ରିୟ ବ୍ୟବହାରକାରୀ ଅଛନ୍ତି । ଏହାକୁ ସେ ଚଳିତ ବର୍ଷ ଜୁଲାଇ 5 ତାରିଖରେ ସର୍ବ ସାଧାରଣରେ ଲଂଚ କରଥିଲେ । ଆଦାମ ମୋସେରୀ କହିଛନ୍ତି ଯେ, କମ୍ପାନୀ ଏବେ ଥ୍ରେଡସ ଆପ୍ଲିକେଶନ ପ୍ରୋଗ୍ରାମିଙ୍ଗ ଇଣ୍ଟରଫେସ ଉପରେ ଗବେଷଣା କରୁଛି, ଯାହା ପ୍ରତିଦ୍ବନ୍ଦୀ ସୋସିଆଲ ମିଡିଆ ଏକ୍ସର ମୁକାବିଲା ପାଇଁ ବିଭିନ୍ନ ଆପ୍ ଏବଂ ବ୍ୟବହାରିକ ଅନୁଭୂତି ତିଆରି କରିବାରେ ଆପ୍ଲିକେଶନ ଡେଭେଲପରଙ୍କୁ ସହାୟକ ହେବ ।
ବ୍ୟୁରୋରିପୋର୍ଟ, ଇଟିଭି ଭାରତ
