ETV Bharat / science-and-technology

ଏଣିକି ଡିପଫେକ ଭିଡିଓକୁ ଚିହ୍ନିବା ହେବ ସହଜ, ମାଇକ୍ରୋସଫ୍ଟ ଆଣୁଛି ଟେକସ୍ଟ ଟୁ ସ୍ପିଚ୍ ଟୁଲ୍‌

author img

By ETV Bharat Odisha Team

Published : Nov 20, 2023, 6:23 AM IST

Microsoft Unveils Text-to-Speech Avatar Tool in Deepfake Era: ମାଇକ୍ରୋସଫ୍ଟ ଏକ ନୂଆ ଫିଚର ଆରମ୍ଭ କରିଛି ଯାହାକୁ ଟେକସ୍ଟ୍‌-ଟୁ-ସ୍ପିଚ୍ (Text to Speech) ଟୁଲ୍‌ କୁହାଯାଉଛି । ଏହା ମଣିଷ-କମ୍ପ୍ୟୁଟର ମଧ୍ୟରେ ସରଳ ସମ୍ବାଦ, ବିପଦଜନକ ଡିପ୍‌ଫେକ୍‌ ଭିଡିଓ ତଥା କଣ୍ଟେଣ୍ଟ୍‌କୁ ରୋକିବାରେ ସହାୟକ ହୋଇପାରିବ । ଅଧିକ ପଢ଼ନ୍ତୁ

ଏଣିକି ଡିପଫେକ ଭିଡିଓକୁ ଚିନ୍ହିବା ହେବ ସହଜ, ମାଇକ୍ରୋସଫ୍ଟ ଆଣୁଛି ଟେକସ୍ଟ ଟୁ ସ୍ପିଚ୍ ଟୁଲ
ଏଣିକି ଡିପଫେକ ଭିଡିଓକୁ ଚିନ୍ହିବା ହେବ ସହଜ, ମାଇକ୍ରୋସଫ୍ଟ ଆଣୁଛି ଟେକସ୍ଟ ଟୁ ସ୍ପିଚ୍ ଟୁଲ

ସାନ ଫ୍ରାନ୍ସିସ୍କୋ : ମାଇକ୍ରୋସଫ୍ଟ ଏକ ନୂଆ ଫିଚର ଆରମ୍ଭ କରିଛି ଯାହା ଦେଖିବାର କ୍ଷମତାଯୁକ୍ତ ଟେକ୍ନୋଲୋଜିକୁ ବିକଶିତ କରିଛି । ଏହାକୁ ଟେକସ୍ଟ ଟୁ ସ୍ପିଚ୍ (Text to Speech) ଟୁଲ୍‌ କୁହାଯାଉଥିବା ବେଳେ ଏହାଦ୍ବାରା ଟେକସ୍ଟ କୁ ଇନପୁଟ୍‌ କରିବା ଦ୍ବାରା କଥା କହିପାରୁଥୁବା ନିଜର ଅବତାର ଭିଡିଓକୁ ତିଆରି କରିପାରିବେ । ଏହି ଟୁଲ୍‌ ପ୍ରକୃତ ମଣିଷର ଫୋଟୋକୁ ବ୍ୟବହାର କରି ରିଅଲ ଟାଇମ୍ ଇଣ୍ଟରାକ୍ଟିଭ ବଟ୍ ତିଆରି କରି ପାରିବ ଏବଂ ଏହାକୁ ଆଜୁରେ ଏଆଇ (Azure AI) ସ୍ପିଚ୍ ଟେକସ୍ଟ କୁହାଯାଉଛି । ଏହା ପବ୍ଲିକ ପ୍ରିଭ୍ୟୁ ପାଇଁ ଉପଲବ୍ଧ ହେବାସହ ଜଣେ ୟୁଜରଙ୍କୁ ନିଜର 2-ଡି ଫୋଟୋ ରିୟାଲିଷ୍ଟିକ କଥାକୁହା ଅବତାରର ସିନ୍ଥେଟିକ ଭିଡିଓ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ ।

ଏହା ମଧ୍ୟ ପଢନ୍ତୁ...ଗୀତ କମ୍ପୋଜ୍‌ କରିବା ହେବ ସହଜ, ସାହାଯ୍ୟ କରିବ ୟୁଟ୍ୟୁବର ଜେନ୍‌ AI ଟୁଲ୍‌

ମାଇକ୍ରୋସଫ୍ଟ କମ୍ପାନୀ ତରଫରୁ ସୂଚନା ଦିଆ ଯାଇଛି ଯେ, ଟେକସ୍ଟ ଟୁ ସ୍ପିଚ୍ (Text to Speech) ଅବତାର ମଡେଲଗୁଡିକ ଡିପ୍ ନ୍ୟୁରାଲ ନେଟୱର୍କ ଦ୍ବାରା ପ୍ରଶିକ୍ଷିତ, ଯାହା ହ୍ୟୁମାନ ଭିଡିଓ ରେକର୍ଡିଂ ଉପରେ ପର୍ଯ୍ୟବେଶିତ । ଡିଜିଟାଲ ବା ଆଭାସୀ କଥୋପକଥନରେ ମନୁଷ୍ୟ ସମ୍ପୃକ୍ତ ହୋଇ ପାରିବେ । ୟୁଜର ମାନେ ଏହି ଅବତାରକୁ କଥାକୁହା ଏଜେଣ୍ଟ୍‌, ଆଭାସୀ ସହାୟକ, ଚାଟ୍‌ବଟ୍‌ ଆଦି ଭାବେ କାର୍ଯ୍ୟ କରାଇପାରିବେ । ବ୍ୟକ୍ତିଗତ ଓ ସମାଜର ଗୋପନୀୟତା ଅଧିକାରକୁ ରକ୍ଷା କରିବା ଭଳି ଏହାକୁ ଡିଜାଇନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ... ସବୁଠୁ ଲୋକପ୍ରିୟ ଚାଟ୍ ଜିପିଟି ଏଆଇ, ବହୁ ପଛରେ ଗୁଗୁଲ ବାର୍ଡ ଏବଂ ମାଇକ୍ରୋସଫ୍ଟ ବିଙ୍ଗ

ଏହା ମଣିଷ-କମ୍ପ୍ୟୁଟର ମଧ୍ୟରେ ସରଳ ସମ୍ବାଦ, ବିପଦଜନକ ଡିପ୍‌ଫେକ୍‌ ଭିଡିଓ ତଥା କଣ୍ଟେଣ୍ଟ୍‌କୁ ରୋକିବାରେ ସହାୟକ ହୋଇପାରିବ । ଏହି କଷ୍ଟମ ଅବତାରକୁ ନିର୍ଦ୍ଦିଷ୍ଟ କାରଣ ସହ ସୀମିତ ଫିଚର ବ୍ୟବହାର କରିବାକୁ ଅନୁମତିରେ ରେଜିଷ୍ଟ୍ରେସନ ବ୍ୟବସ୍ଥା କରାଯାଇଛି । କେବଳ ବ୍ୟବସାୟିକ ବ୍ୟବହାର ପାଇଁ ନିଜର ବ୍ୟବହାରର କାରଣକୁ ଦର୍ଶାଇ ସମ୍ପୂର୍ଣ୍ଣ ରେଜିଷ୍ଟ୍ରେସନର ବ୍ୟବସ୍ଥା ରହିଛି । ମାଇକ୍ରୋସଫ୍ଟ କମ୍ପାନୀ ଏହି ଟୁଲ୍‌ରେ ଦୁଇ ପ୍ରକାର ଟେକସ୍ଟ ଟୁ ସ୍ପିଚ୍ ଅବତାର ଫିଚରର ବ୍ୟବସ୍ଥା ରହିଛି ଯଥା ପୂର୍ବ ନିର୍ମିତ ଟେକସ୍ଟ ଟୁ ସ୍ପିଚ୍ ଅବତାର ଏବଂ କଷ୍ଟମ ଟେକସ୍ଟ ଟୁ ସ୍ପିଚ୍ ଅବତାର । ଏହି ଅବତାରଗୁଡିକ ଆବଶ୍ୟକ ମୁତାବକ ଟେକସ୍ଟ ଇନପୁଟ ଦ୍ବାରା ବିଭିନ୍ନ ଭାଷା ଏବଂ ସ୍ବରରେ କଥା କହିପାରିବେ । ଏନେଇ ମାଇକ୍ରୋସଫ୍ଟ ପକ୍ଷରୁ ଇଗ୍‌ନାଇଟ ଇଭେଣ୍ଟରେ ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.