ETV Bharat / science-and-technology

ଆସନ୍ତାବର୍ଷ ଶସ୍ତାରେ ମିଳିପାରେ Samsung Galaxy A-series

author img

By

Published : Oct 5, 2022, 11:24 AM IST

ଆସନ୍ତା ବର୍ଷ ଶସ୍ତାରେ ମିଳିପାରେ Samsung Galaxy A-series
ଆସନ୍ତା ବର୍ଷ ଶସ୍ତାରେ ମିଳିପାରେ Samsung Galaxy A-series

ଆସନ୍ତାବର୍ଷ ସୁଲଭ ମୂଲ୍ୟର ଫେମସ୍ ସ୍ମାର୍ଟଫୋନ୍ ସିରିଜ୍ ଲଞ୍ଚ୍ କରିବ ଦକ୍ଷିଣ କୋରିଆର ଟେକ୍ ଜଏଣ୍ଟ ସାମସଙ୍ଗ(Samsung Galaxy A-series may launch under affordable range) । ଅଧିକ ପଢନ୍ତୁ

ସିଓଲ୍: ଆସନ୍ତା ବର୍ଷ ସୁଲଭ ମୂଲ୍ୟର ଫେମସ୍ ସ୍ମାର୍ଟଫୋନ୍ ସିରିଜ୍ ଲଞ୍ଚ୍ କରିବ ସାମସଙ୍ଗ୍ ! ଦକ୍ଷିଣ କୋରିଆର ଟେକ୍ ଜଏଣ୍ଟ ସାମସଙ୍ଗ ଏକ ନୂତନ ସୁଲଭ ମୂଲ୍ୟର ଗାଲାକ୍ସି ଏ-ସିରିଜ୍ ସ୍ମାର୍ଟଫୋନ(Samsung Galaxy A-series smartphone) ଉପରେ କାମ କରୁଥିବା ଜଣାପଡିଛି, ଯେଉଁଥିରେ 50 MPର ପ୍ରାଇମେରୀ କ୍ୟାମେରା ସେନ୍ସର ରହିପାରେ । ଏକ ଗିଜମୋଚିନା ରିପୋର୍ଟ(Gizmochina report) ଅନୁଯାୟୀ, ବର୍ତ୍ତମାନ ଗାଲାକ୍ସି A54 ଆସନ୍ତା ବର୍ଷ ଲଞ୍ଚ ହେବାର ସମ୍ଭାବନା ରହିଛି ଏବଂ ଆସନ୍ତା ବର୍ଷ Samsung Galaxy Galaxy A54 mobile ଲଞ୍ଚ୍ ହୋଇପାରେ ।

ନିକଟରେ ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ, ଟେକ୍ ଜଏଣ୍ଟ ଗାଲାକ୍ସି A54 ରେ ଏକ ୱାଇଡ୍ ଆଙ୍ଗଲ୍ କ୍ୟାମେରା, ଅଲ୍ଟ୍ରା ୱାଇଡ୍ କ୍ୟାମେରା ଏବଂ ମାକ୍ରୋ କ୍ୟାମେରା ରହିବ । ମାକ୍ରୋ ସେନସର 5 MP ଏବଂ ଅଲଟ୍ରାୱାଇଡ୍ ଲେନ୍ସ ମଧ୍ୟ 5 MPର ହୋଇପାରେ ବୋଲି ଜଣାପଡିଛି । ସାମସଙ୍ଗ ଗାଲାକ୍ସି ଗାଲାକ୍ସି A54 ସ୍ମାର୍ଟଫୋନ୍ ଆସନ୍ତାବର୍ଷ ଗାଲାକ୍ସି A53 (Samsung Galaxy Galaxy A53 mobile) ଭାବରେ ଲଞ୍ଚ ହୋଇପାରେ ।

A53 ଚଳିତ ବର୍ଷ ପ୍ରାରମ୍ଭରେ 6.5-ଇଞ୍ଚ୍ FHD+ ସୁପର AMOLED ଇନଫାନାଇଟି-ଓ ଡିସପ୍ଲେ(Infinity-O Disply) ସହିତ 120Hz ରିଫ୍ରେସ୍ ରେଟ୍ ଏବଂ 800 ବବ୍ରାଇଟନେସ୍ ସmହ ଲଞ୍ଚ୍ ହୋଇଥିଲା । ଏହି ସ୍ମାର୍ଟଫୋନ୍ 5nm Exynos 1280 SoC ଦ୍ୱାରା 8GB RAM ଏବଂ 256GB ଇଣ୍ଟରନାଲ ଷ୍ଟୋରେଜ୍ ରହିଛି । ଏଥିରେ 5000 mAh ବ୍ୟାଟେରୀ ଅଛି ଏବଂ 25 W ଚାର୍ଜିଂକୁ ସପୋର୍ଟ କରେ ।

ଏହି ସମୟରେ, ସାମସଙ୍ଗ ଭାରତୀୟ ଗ୍ରାହକଙ୍କ ପାଇଁ 90Hz ରିଫ୍ରେସ୍ ରେଟ୍ ଏବଂ 5000mAh ବ୍ୟାଟେରୀ ସହିତ ଏକ ନୂତନ ଗାଲାକ୍ସି A04S ଲଞ୍ଚ କରିଛି । ସ୍ମାର୍ଟଫୋନ୍ ତିନୋଟି କଲର୍‌ରେ ଉପଲବ୍ଧ - ବ୍ଲାକ୍, ବ୍ରୋଞ୍ଜ ଏବଂ ଗ୍ରୀନ୍, ଏହାର ମୂଲ୍ୟ 4GB + 64GB। 13,499 । samsung.com ଏବଂ ପ୍ରମୁଖ ଅନଲାଇନ୍ ପୋର୍ଟାଲରେ ଫୋନ୍ ଉପଲବ୍ଧ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.