ETV Bharat / science-and-technology

Samsung Galaxy Watch5 series ଲଞ୍ଚ, ଆସିଲା ନୂଆ ଫିଚର୍ସ

author img

By

Published : Aug 15, 2022, 9:40 AM IST

Samsung Galaxy Watch5 series ଲଞ୍ଚ, ଆସିଲା ନୂଆ ଫିଚର୍ସ
Samsung Galaxy Watch5 series ଲଞ୍ଚ, ଆସିଲା ନୂଆ ଫିଚର୍ସ

Samsung Galaxy Watch5 series ଲଞ୍ଚ । ଭାରତୀୟ ଗ୍ରାହକଙ୍କ ପାଇଁ ନୂତନ features ଆଣିଲା ସାମସଙ୍ଗ ୱାଚ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଭାରତୀୟ ଗ୍ରାହକଙ୍କ ପାଇଁ ନୂତନ features ସହିତ ନୂତନ ସାମସଙ୍ଗ ଗାଲାକ୍ସି ୱାଚ୍ 5 ସିରିଜ୍(Samsung Galaxy Watch5 series) ଲଞ୍ଚ କଲା କମ୍ପାନୀ । ଗ୍ରାହକମାନେ ସମସ୍ତ ପ୍ରମୁଖ ବ୍ୟାଙ୍କରୁ କ୍ୟାସବ୍ୟାକ୍ ଅଫର ସହ ନୂଆ ମଡେଲ୍ ପାଇପାରିବେ । ସାମସଙ୍ଗ ଇଣ୍ଡିଆ ଶୁକ୍ରବାର ଘୋଷଣା କରିଛି ଯେ, ନୂଆ କରି ଲଞ୍ଚ ହୋଇଥିବା ଗାଲାକ୍ସି ୱାଚ୍ 5 ସିରିଜ୍ ଭାରତୀୟ ଗ୍ରାହକଙ୍କ ପାଇଁ 27,999 ଟଙ୍କାରୁ ଉପଲବ୍ଧ ହେବ ।

24,999 ମୂଲ୍ୟର ଗାଲାକ୍ସି ୱାଚ୍ 5(Samsung Galaxy Watch5 series)କୁ ଗ୍ରାହକମାନେ ସମସ୍ତ ପ୍ରମୁଖ ବ୍ୟାଙ୍କରୁ 3000 ଟଙ୍କା କ୍ୟାସବ୍ୟାକ୍ ମାଧ୍ୟମରେ ପାଇପାରିବେ । ସେହିପରି ଗାଲାକ୍ସି ୱାଚ୍ 5 ପ୍ରୋ(Samsung Galaxy Watch 5 Pro) 44,999 ଟଙ୍କାରୁ ଆରମ୍ଭ ହୋଇଛି । ଉପଭୋକ୍ତାମାନେ ସମସ୍ତ ପ୍ରମୁଖ ବ୍ୟାଙ୍କରୁ 5000 ଟଙ୍କା କ୍ୟାସବ୍ୟାକ୍ ପାଇପାରିବେ । ଅର୍ଥାତ୍ Samsung Galaxy Watch 5 Pro ଆପଣଙ୍କୁ 39,999 ମଧ୍ୟରେ ମିଳିଯାଇପାରିବ । ସାମସଙ୍ଗ ଇଣ୍ଡିଆର ବରିଷ୍ଠ ନିର୍ଦ୍ଦେଶକ ଆଦିତ୍ୟ ବବ୍‌ବର ଏକ ବିବୃତ୍ତିରେ କହିଛନ୍ତି ଯେ, ‘ଗାଲାକ୍ସି ୱାଚ୍ 5 (40MM LTE ଭାରିଆଣ୍ଟ) ର LTE ଭାରିଆଣ୍ଟର ମୂଲ୍ୟ 32,999, 44MM 35,999 ଟଙ୍କା ଏବଂ ଗାଲାକ୍ସି ୱାଚ୍ 5 ପ୍ରୋ ମୂଲ୍ୟ 49,999 ଟଙ୍କା ରହିଛି ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.