ETV Bharat / science-and-technology

Threads New Feature: ଥ୍ରେଡ୍ସରେ ମେଟା ଯୋଡ଼ିଲା ଏହିସବୁ ନୂଆ ଫିଚର, ଜାଣନ୍ତୁ...

author img

By

Published : Jul 26, 2023, 4:58 PM IST

ଦମଦାର ଲଞ୍ଚିଂ ପରେ ମେଟା ଥ୍ରେଡ୍ସର ସିଇଓ ମାର୍କ ଜୁକରବର୍ଗ ତାଙ୍କ ପ୍ଲାଟଫର୍ମକୁ କ୍ରମାଗତ ଭାବରେ ଅପଡେଟ୍ କରୁଛନ୍ତି । ଏହାସହ ୟୁଜର୍ସମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବାକୁ ଏବଂ ଏହା ଅନ୍ୟ ଆପ୍ ତୁଳନାରେ ଶୀଘ୍ର ନୂତନ ଫିଚର ଆଣିବାକୁ ପ୍ରସ୍ତୁତ କରୁଛନ୍ତି । ଅଧିକ ପଢନ୍ତୁ

ଥ୍ରେଡ୍ସରେ ମେଟା ଯୋଡିଲା ଏହିସବୁ ନୂଆ ଫିଚର
ଥ୍ରେଡ୍ସରେ ମେଟା ଯୋଡିଲା ଏହିସବୁ ନୂଆ ଫିଚର

ନୂଆଦିଲ୍ଲୀ: ଏକ ମାସରୁ କମ୍ ସମୟ ମଧ୍ୟରେ 250 ନିୟୁତ ୟୁଜର୍ସ ହାସଲ କରିବା ପରେ, ମେଟାର ଥ୍ରେଡ୍ସ ଆପର ୟୁଜର୍ ବେସ୍ ବହୁତ ହ୍ରାସ ପାଇଛି। ବାସ୍ତବରେ, ପ୍ରାରମ୍ଭରେ ଲୋକମାନେ ଏହି ଆପ୍ ଦେଖିବାକୁ ଚାହୁଁଥିଲେ, ଏହା କିପରି ଏବଂ ଏହା କିପରି କାମ କରେ। କାରଣ ଆପରେ ଥିବା ଫିଚରଗୁଡିକ ଅଧିକ ନଥିଲା କିମ୍ବା ଏହା ପର୍ଯ୍ୟାପ୍ତ ପରିମାଣରେ ଅପ୍ଟିମାଇଜ୍ ହୋଇନଥିଲା, ତେଣୁ ହଠାତ୍ ୟୁଜର୍ସମାନେ ଆପ୍ ଛାଡିବା ଆରମ୍ଭ କଲେ ଏବଂ ଥ୍ରେଡ୍ସର ୟୁଜର୍ ବେସ୍ 75% ହ୍ରାସ ହେବାକୁ ଲାଗିଲା । ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ମେଟାର ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗ ଥ୍ରେଡ୍ସ ଉପରେ ୟୁଜର ଫିଡର ଦୁଇଟି ବିକଳ୍ପ ସହ (Translation) 'ଅନୁବାଦ' ପାଇଁ ନୂତନ ଅପଡେଟ୍‌ ଘୋଷଣା କରିଛନ୍ତି ।

କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ, "ଥ୍ରେଡ୍ସ ଲଞ୍ଚ ହେବା ପରଠୁ ଇନଷ୍ଟାଗ୍ରାମ୍‌ ଦଳ ୟୁଜର୍ସଙ୍କ ପ୍ରତିକ୍ରିୟା ଶୁଣି ଆସିଛି । ଲୋକଙ୍କ ମତାମତକୁ ଗ୍ରହଣ କରି ଏହାକୁ ଆହୁରି ଉନ୍ନତ କରିବା ପାଇଁ ନୂତନ ଫିଚର ଯୋଗାଇବା ପାଇଁ ଆମେ ଯଥାସମ୍ଭବ କାର୍ଯ୍ୟ କରୁଛୁ ।" ତେବେ ୟୁଜର୍ସଙ୍କୁ ଧ୍ୟାନରେ ରଖି ଏଥିରେ ନୂଆ ଫିଚର ଘୋଷଣା କରି କହିଛନ୍ତି, "ଥ୍ରେଡ୍‌ସ୍‌ ଉପରେ ଆପଣଙ୍କର ଫିଡ୍ ବର୍ତ୍ତମାନ ଦୁଇଟି ବିକଳ୍ପ ସହିତ ଅନ୍ୟ ପ୍ରୋଫାଇଲରୁ ପୋଷ୍ଟ ଦେଖିବାକୁ ଅନୁମତି ଦେବ ।" ପ୍ରଥମ ବିକଳ୍ପ ହେଉଛି 'ଫର୍‌ ଅସ୍‌' ଯେଉଁଥିରେ ପ୍ରୋଫାଇଲଗୁଡ଼ିକର ପୋଷ୍ଟଗୁଡିକର ମିଶ୍ରଣ ସାମିଲ ହୋଇଛି । ଯାହା ଅନ୍ୟ ୟୁଜର୍ସମାନେ ଫଲୋ କରୁଛନ୍ତି କିମ୍ବା ଆକାଉଣ୍ଟ ଯାହା ଆପଣଙ୍କୁ ରେକମେଣ୍ଡ୍‌ କରିଛି । ଅନ୍ୟ ପଟେ, 'ଫଲୋ'ର ବିକଳ୍ପ କେବଳ ୟୁଜର୍ସ ଅନୁସରଣ କରୁଥିବା ଲୋକଙ୍କ ପୋଷ୍ଟ ଦେଖାଇବ । ଏଥିରେ, ଯେଉଁକ୍ରମରେ ସେମାନେ ପୋଷ୍ଟ କରିଥିବେ, ସମସ୍ତ ପୋଷ୍ଟଗୁଡିକ ସମାନ କ୍ରମରେ ପ୍ରଦର୍ଶିତ ହେବ ।

ପୋଷ୍ଟର ଟ୍ରାନ୍‌ସଲେସନ (ଅନୁବାଦ): ଅନୁବାଦ ଫିଚର ସହ, ଥ୍ରେଡ୍ସ ପୋଷ୍ଟ ଅନୁବାଦଗୁଡ଼ିକ ଫିଡ୍‌ରେ ଉପଲବ୍ଧ ହେବ । ଏଥିପାଇଁ, ଯେଉଁ ଭାଷାରେ ୟୁଜର୍ସ ଲେଖିଥିବେ ଏବଂ ଏହାକୁ ଦେଖୁଥିବା ୟୁଜର୍ସଙ୍କର ଭାଷା ସେଟିଂକୁ ଆଧାର କରାଯିବ । ଯଦି ୟୁଜର୍ସମାନେ ଏକ ଭିନ୍ନ ଭାଷାରେ ଏକ ଥ୍ରେଡ୍ସ ଦେଖନ୍ତି, ଏବଂ ସେମାନଙ୍କର ଭାଷା ଅନୁବାଦ ଭାବରେ ଉପଲବ୍ଧ ହେବ, ସେମାନେ ପୋଷ୍ଟର ଡାହାଣ ପାର୍ଶ୍ବର ତଳେ ଥିବା ଅନୁବାଦ ବଟନ୍ ଟ୍ୟାପ୍ କରିପାରିବେ କିମ୍ବା ଏହାକୁ ଦେଖିବା ପାଇଁ ରିପ୍ଲାଏ ବିକଳ୍ପ ଚୟନ କରିପାରିବେ ।

ଏହା ମଧ୍ୟ ପଢନ୍ତୁ: ଥ୍ରେଡ୍ସରେ ଆଣିବାକୁ ଯାଉଛି ଅଟୋ ଡିଲିଟ ଫିଚର, ଏହି ସୁବିଧା ପାଇବେ ୟୁଜର୍ସ

ଫିଲ୍ଟରିଂ କରିବା ବିକଳ୍ପ: କମ୍ପାନୀ କହିଛି ଯେ, ଏହା ବ୍ୟତୀତ ୟୁଜର୍ସଙ୍କର ଅନୁସରଣ, କୋଟ୍ସ ଏବଂ ରିପୋଷ୍ଟସ୍ ଫିଲ୍ଟର କରିବାର ବିକଳ୍ପ ରହିବ । ଅନୁସରଣକାରୀଙ୍କ ତାଲିକାରେ ଏକ ଅନୁସରଣ ବଟନ୍ ରହିବ ଯେଉଁଠାରୁ ୟୁଜର୍ସମାନେ ସେମାନଙ୍କ ଫଲୋର୍ସଙ୍କୁ ସିଧାସଳଖ ଫଲୋ କରିପାରିବେ । ଏବଂ ୟୁଜର୍ସ ଯେଉଁ ପୋଷ୍ଟ ଲାଇକ୍‌ କରିଛନ୍ତି ସେହି ପୋଷ୍ଟଟି ସେଟିଂରେ ଦେଖିପାରିବେ । ପ୍ରାଇଭେଟ ଆକାଉଣ୍ଟ୍ ପାଇଁ, ଏକ ସମୟରେ ଫଲୋର୍ସଙ୍କ ଅନୁରୋଧ ଗ୍ରହଣ କରିବାକୁ ଏକ “ଆପ୍ରୁଭ୍‌ ଅଲ୍‌”(Approve all) ବଟନ୍ ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.