ETV Bharat / science-and-technology

ଇସ୍ରୋର ଆଉ ଏକ ସଫଳତା: ସିଙ୍ଗାପୁରର ୭ଟି ସାଟେଲାଇଟର ସଫଳ ଉତକ୍ଷେପଣ

author img

By

Published : Jul 30, 2023, 10:22 AM IST

ସିଙ୍ଗାପୁରର ୭ଟି ସାଟେଲାଇଟର ସଫଳ ଉତକ୍ଷେପଣ
ସିଙ୍ଗାପୁରର ୭ଟି ସାଟେଲାଇଟର ସଫଳ ଉତକ୍ଷେପଣ

ମହାକାଶ ଗବେଷଣା କ୍ଷେତ୍ରରେ ଇସ୍ରୋକୁ ଆଉ ଏକ ସଫଳତା ମିଳିଛି । ଆଜି ଶ୍ରୀହରିକୋଟାରୁ ଏକାସାଙ୍ଗେ ୭ଟି ସାଟେଲାଇଟର ସଫଳ ଉତକ୍ଷେପଣ ହୋଇଛି । ଅଧିକ ପଢନ୍ତୁ

ଅମରାବତୀ: ମହାକାଶ ଗବେଷଣା କ୍ଷେତ୍ରରେ ଇସ୍ରୋର ଆଉ ଏକ ମାଇଲଷ୍ଟୋନ । ଶ୍ରୀହରିକୋଟାର ସତୀଶ ଧାବନ ସ୍ପେସ ସେଣ୍ଟରରୁ PSLV-C56 ଦ୍ବାରା DS-SAR ସମେତ ସିଙ୍ଗାପୁରର ୭ଟି ସାଟେଲାଇଟର ସଫଳ ଉତକ୍ଷେପଣ ହୋଇଛି । ଆଜି(ରବିବାର) ସକାଳ ସାଢେ ୬ଟାରେ ଏହାକୁ ଲଞ୍ଚ କରାଯାଇଥିବା ବେଳେ ସାଟେଲାଇଟ ଗୁଡିକ ନିର୍ଦ୍ଧାରିତ କକ୍ଷପଥରେ ସ୍ଥାପନ କରାଯାଇଛି । ଏନେଇ ଇସ୍ରୋ ଚେୟାରମ୍ୟାନ ଏସ ସୋମନାଥ ସୂଚନା ଦେଇଛନ୍ତି । ଦୁଇ ସପ୍ତାହ ମଧ୍ୟରେ ଇସ୍ରୋର ଏହା ଦ୍ବିତୀୟ ବଡ ଉତକ୍ଷେପଣ ।

PSLV-C56
PSLV-C56

ସାଟେଲାଇଟର ସଫଳ ଉତକ୍ଷେପଣ ନେଇ ଇସ୍ରୋ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇ ଏସ ସୋମନାଥ କହିଛନ୍ତି ଯେ, ପୋଲାର ସାଟେଲାଇଟ ଲଞ୍ଚ ଭେଇକିଲ( PSLV-C56)ରେ ପ୍ରାଇମେରି ସାଟେଲାଇଟ DS-SAR ସମେତ ୭ଟି ସାଟେଲାଇଟ ଲଞ୍ଚ କରାଯାଇଛି । ଯାହାକି ସଫଳତାପୂର୍ବକ କକ୍ଷପଥରେ ଅବସ୍ଥାପିତ ହୋଇଛି । ଏହା ଅନ୍ତରୀକ୍ଷ ବିଭାଗର ବାଣିଜ୍ୟକ ଶାଖା ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡ( NISL)ର ଏକ ମିଶନ ଅଟେ ଏବଂ PSLV ଯୋଗେ ଏହାକୁ ଲଞ୍ଚ କରାଯିବା ନେଇ ସିଙ୍ଗାପୁର ସରକାରଙ୍କ ଦ୍ବାରା ପ୍ରାୟୋଜିତ ଏଜେନ୍ସିମାନଙ୍କୁ ଧନ୍ୟବାଦ । ସମସ୍ତ ସାଟେଲାଇଟ ଗୁଡିକ ୫୩୫ କିଲୋମିଟରର ବୃତ୍ତାକାର କକ୍ଷପଥରେ ସ୍ଥାପନ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ମନ ମୁତାବକ ସାଥି ଚାହୁଁଛନ୍ତି କି ? ଏଣିକି ସାହାଯ୍ୟ କରିବ AI

ଏହାମଧ୍ୟ ପଢନ୍ତୁ: Gaganyaan Mission: ଚନ୍ଦ୍ରଯାନ-3ର ସଫଳତା ପରେ ମହାକାଶକୁ ଯିବେ ମାନବ

ଇସ୍ରୋ ପକ୍ଷରୁ କୁହାଯାଇଛି, ପ୍ରକ୍ଷେପଣର ପାଖାପାଖି ୨୩ ମିନିଟ ପରେ ଉକ୍ତ ସାଟେଲାଇଟ ଗୁଡିକ ରକେଟ ଠାରୁ ଅଲଗା ହୋଇଥିଲା । ପ୍ରଥମେ DS-SAR କକ୍ଷପଥରେ ସ୍ଥାନିତ ହେବା ପରେ ଅନ୍ୟ ୬ ସାଟେଲାଇଟ ଯଥା VELOX-AM, ARCADE, SCOOB-II, ଗ୍ଲାସିଆ-2, SRTIDER ଓ ORB-12 ଅଲଗା ହୋଇ ନିଜ ନିଜର ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହୋଇଥିଲେ । ତେବେ ଏହି ମିଶନ ସଫଳତା ପୂର୍ବକ ପୁରା ହୋଇଛି ବୋଲି ଇସ୍ରୋ ଟ୍ବିଟ୍ କରିଛି ।

ଚଳିତ ମାସରେ ବହୁ ପ୍ରତୀକ୍ଷିତ ଚନ୍ଦ୍ରଯାନ ୩ ଉତକ୍ଷପେଣ ପରେ ଇସ୍ରୋର ବାଣିଜ୍ୟକ ଶାଖା ଏନଆଇଏସଏଲ ଦ୍ବାରା ଏହା ଏକ ଉତ୍ସର୍ଗୀକୃତ ମିଶନ । ୩୬୦ କିଲୋଗ୍ରାମ ଓଜନ ବିଶିଷ୍ଟ DS-SAR ସାଟେଲାଇଟ ଡିଏସଟିଏ(ସିଙ୍ଗାପୁର ସରକାରଙ୍କ ପ୍ରତିନିଧିତ୍ବ କରୁଥିବା ଏଜେନ୍ସି) ଓ ସିଙ୍ଗାପୁର ଏସଟି ଇଞ୍ଜିନିୟରିଂର ସହଭାଗିତାରେ ବିକଶିତ କରାଯାଇଛି । ଏଥିରେ ଲାଗିଥିବା ସନ୍ଥେଟିକ ଆପେରଚର ରାଡାର ଇସ୍ରାଏଲ ଏୟାରସ୍ପେସ ଇଣ୍ଡଷ୍ଟ୍ରୀ ଦ୍ବାରା ନିର୍ମିତ ହୋଇଛି । ଏହି ସାଟେଲାଇଟକୁ ସିଙ୍ଗାପୁର ସରକାରଙ୍କ ବିଭିନ୍ନ ଏଜେନ୍ସିମାନଙ୍କର ଆବଶ୍ୟକତା କରିବା ପାଇଁ ବ୍ୟବହାର କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.