ETV Bharat / science-and-technology

ଇନଷ୍ଟାଗ୍ରାମ ଷ୍ଟୋରୀରେ ନୂଆ ଫିଚର, ସେୟାର କରିହେବ ପ୍ରୋଫାଇଲ ଲିଙ୍କ

author img

By ETV Bharat Odisha Team

Published : Dec 29, 2023, 7:47 PM IST

Instagram New Feature
Instagram New Feature

Instagram New Feature: ଇନଷ୍ଟାଗ୍ରାମ ଷ୍ଟୋରୀରେ ନୂଆ ଫିଚର ରୋଲଆଉଟ ହେବ। ଏହା ଦ୍ବାରା ଷ୍ଟୋରୀରେ ପ୍ରୋଫାଇଲ ଲିଙ୍କ ସେୟାର କରିହେବ। ଅଧିକ ପଢନ୍ତୁ

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ସୋସିଆଲ ମଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି। ବିଶ୍ବରେ କୋଟି କୋଟି ୟୁଜର୍ସ ରହିଛନ୍ତି। ତେବେ ୟୁଜର ଏକ୍ସପେରିୟନ୍ସ ବୃଦ୍ଧି କରିବା ପାଇଁ ସମୟ ଅନୁସାରେ ନୂଆ ନୂଆ ଫିଚର ରୋଲଆଉଟ କରିଥାଏ ଇନଷ୍ଟାଗ୍ରାମ। ତେବେ ବର୍ତ୍ତମାନ ସୁଦ୍ଧା ଇନଷ୍ଟାଗ୍ରାମ ଷ୍ଚୋରୀରେ ଫଟୋ ଏବଂ ଭିଡିଓ ସେୟାର କରିବା ସମ୍ଭବ ହେଉଥିବା ବେଳେ ଖୁବଶୀଘ୍ର ଏକ ନୂଆ ଫିଚର ଯୋଡି ହେବାକୁ ଯାଉଛି। ଖୁବଶୀଘ୍ର ୟୁଜର୍ସ ଷ୍ଟୋରୀରରେ ଏଣିକି ପ୍ରୋଫାଇଲ ଲିଙ୍କ ଯୋଡି ପାରିବେ। ତେବେ ଏହି ଫିଚର କେବେ ରୋଲଆଉଟ ହେବ ସେନେଇ କୌଣସି ସୂଚନା ନଥିବା ବେଳେ ଖୁବଶୀଘ୍ର ୟୁଜର୍ସ ଏହି ଫିଚରର ସୁବିଧା ପାଇବେ ବୋଲି ସୂଚନା ମିଳିଛି।

ତେବେ ହ୍ବାଟ୍ସଆପ ଷ୍ଟୋରୀରେ ଏଣିକି ଅନ୍ୟ ପ୍ରୋଫାଇଲର ଲିଙ୍କ ସେୟାର କରିପାରିବେ ୟୁଜର୍ସ। ଏହା ଦ୍ବାରା ଫଟୋ ସହିତ ପ୍ରୋଫାଇଲର ମଧ୍ୟ ତଥ୍ୟ ଜଣାପଡିବ। ତେବେ ଲିଙ୍କ ସେୟାର କରିବା ଦ୍ବାରା ଫୋଲର୍ସ ଏହାକୁ ଆକ୍ସେସ କରିବାରେ ସଫଳ ହେବେ। ଅର୍ଥାତ ଫଲୋ ମଧ୍ୟ କରିପାରିବେ। ତେବେ ଏହି ଫିଚର ବର୍ତ୍ତମାନ ଡେଭଲପମେଣ୍ଟ ଷ୍ଟେଜରେ ରହିଥିବା ନେଇ ସୂଚନା ଦିଆଯାଇଛି।

ଏହା ମଧ୍ୟ ପଢନ୍ତୁ: ଇନଷ୍ଟାଗ୍ରାମର ଦମଦାର ଫିଚର, ଏଆଇ ସାହାଯ୍ଯରେ ବଦଳିବ ବ୍ୟାକ୍ ଗ୍ରାଉଣ୍ଡ ଇମେଜ

ତେବେ ସୂଚନା ଅନୁସାରେ, ୟୁଜର୍ସଙ୍କୁ ଆଡ ଟୁ ଷ୍ଟୋରୀର ଅପ୍ସନ ଦେଖାଯିବ। ଏହାର ମାଧ୍ୟମରେ ସେମାନଙ୍କର ଷ୍ଟୋରୀରେ ଅନ୍ୟ ଏକ ପ୍ରୋଫାଇଲ୍ ସହିତ ଏକ ଲିଙ୍କ୍ ଯୋଡିବାକୁ ସକ୍ଷମ ହେବେ। ତେବେ ଏହି ଫିଚର ବ୍ୟବହାର କରିବା ସହଜ ହେବ ବୋଲି ଡେଭଲପର୍ସମାନେ କହିଛନ୍ତି। ୟୁଜର୍ସଙ୍କୁ କେବଳ ବିକଳ୍ପ ଚୟନ କରିବାକୁ ହେବ। ଏହା ପରେ ପ୍ରୋଫାଇଲ ଚୟନ କରି ଷ୍ଚୋରୀରେ ଯୋଡି ପାରିବେ ୟୁଜର୍ସ।

ଏହା ମଧ୍ୟ ପଢନ୍ତୁ: ଇନଷ୍ଟାଗ୍ରାମ ନୋଟ୍ସରେ ନୂଆ ଫିଚର, ସେୟାର କରିହେବ ସଟ୍ ଭିଡିଓ

ଫିଚରର ଫାଇଦା: ଏହି ଫିଚର ଦ୍ବାରା ଅନେକ ଲାଭ ପାଇପାରିବେ ଇନଷ୍ଟାଗ୍ରାମ ୟୁଜର୍ସ। ଏହା ଦ୍ବାରା ଇନଫ୍ଲୁଏନ୍ସର୍ସ ଏବଂ ଅନ୍ୟମାନଙ୍କୁ ଫଲୋ କରିବା ସହଜ ହେବ। ଯଦି ଜଣେ ବ୍ୟବସାୟ କରୁଥାଆନ୍ତି ତାହେଲେ ସବିଶେଷ ସୂଚନା ଅଧିକ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଏହାର ବ୍ୟବହାର କରିପାରିବେ। 2024 ମସିହା ଜାନୁଆରୀ ମାସରେ ଫେଜ ଅନୁସାରେ କିଛି ୟୁଜର୍ସଙ୍କ ପାଇଁ ରୋଲଆଉଟ ହୋଇପାରେ। ପ୍ରକାଶଥାଉକି, କମ୍ପାନୀ ଇନଷ୍ଟାଗ୍ରାମ ନୋଟ୍ସରେ ଏକ ନୂଆ ଭିଡିଓ ଜାରି କରିଛି । ଏଣିକି 2 ସେକେଣ୍ଡର ଭିଡିଓ କରିପାରିବେ ୟୁଜର୍ସ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.