ETV Bharat / science-and-technology

Nearby Share ସହ ନୂଆ ଫିଚର୍ସ ଆଣିବାକୁ ଯାଉଛି ଗୁଗୁଲ

author img

By

Published : Sep 10, 2022, 7:28 AM IST

ବ୍ୟବହାରକାରୀଙ୍କ ପାଇଁ ନୂଆ ଫିଚର୍ସ ଆଣିବାକୁ ଯାଉଛି ଟେକ୍ ଜଏଣ୍ଟ ଗୁଗୁଲ(Tech giant Google), ଜାଣନ୍ତୁ କଣ ରହିଛି ସୁବିଧା । ଅଧିକ ପଢନ୍ତୁ

Nearby Share ସହ ନୂଆ ଫିଚର୍ସ ଆଣିବାକୁ ଯାଉଛି ଗୁଗୁଲ
Nearby Share ସହ ନୂଆ ଫିଚର୍ସ ଆଣିବାକୁ ଯାଉଛି ଗୁଗୁଲ

ସାନ ଫ୍ରାନ୍ସିସ୍କୋ: ବ୍ୟବହାରକାରୀଙ୍କ ପାଇଁ ନୂଆ ଫିଚର୍ସ ଆଣିବାକୁ ଯାଉଛି ଟେକ୍ ଜଏଣ୍ଟ ଗୁଗୁଲ(Tech giant Google) । କମ୍ପାନୀ ଘୋଷଣା କରିଛି ଯେ, ଉପଭୋକ୍ତାମାନଙ୍କୁ ଉତ୍ପାଦନକ୍ଷମ ରହିବାକୁ, ପ୍ରିୟଜନଙ୍କ ସହ ଯୋଗାଯୋଗ କରିବାକୁ ଏବଂ ଡିଭାଇସ୍ ମଧ୍ୟରେ ମନୋରଞ୍ଜନ ପାଇଁ ନିୟରବାଏ ସେୟାର(Nearby Share) ସମେତ ଅନେକ ନୂଆ ଫିଚର୍ସ ଆଣିବାକୁ ଯାଉଛି ।

କମ୍ପାନୀ କହିଛି ଯେ, Nearby Share ଉପଭୋକ୍ତାମାନଙ୍କୁ ଶୀଘ୍ର ଏବଂ ନିରାପଦରେ ନିକଟସ୍ଥ ଆଣ୍ଡ୍ରଏଡ୍ ଫୋନ୍, ଟାବଲେଟ୍ ଏବଂ କ୍ରୋମବୁକ୍ ମଧ୍ୟରେ ଫାଇଲ୍ ସେୟାର୍ କରିବାକୁ ଦେଇଥାଏ, ସେଥିରେ ଫଟୋ, ଭିଡିଓ କିମ୍ବା ପୁରା ଫୋଲ୍ଡର ରହିଥାଏ । ଆଣ୍ଡ୍ରଏଡ୍ ବରିଷ୍ଠ ନିର୍ଦ୍ଦେଶକ ସ୍କଟ୍ ବ୍ଲାଙ୍କଷ୍ଟିନ୍ ଏକ ବିବୃତ୍ତିରେ କହିଛନ୍ତି, ‘‘ଆସନ୍ତା କିଛି ସପ୍ତାହ ମଧ୍ୟରେ, ଆପଣ ନିଜ ଡିଭାଇସ୍ ମାଧ୍ୟମରେ ଫାଇଲ ଗୁଡ଼ିକୁ ସେୟାର କରିବା ପାଇଁ Nearby Share ବ୍ୟବହାର କରିପାରିବେ ।’’ ବ୍ଲାଙ୍କଷ୍ଟିନ୍ ଆହୁରି ମଧ୍ୟ କହିଛନ୍ତି, "ସେୟାର୍ ମେନୁରୁ ଗୁଗୁଲ୍ ଆକାଉଣ୍ଟରେ ଲଗ୍ ହୋଇଥିବା ଆଣ୍ଡ୍ରଏଡ୍ ଡିଭାଇସ ଗୁଡିକୁ ସିଲେକ୍ଟ କରି ଡାଟା ସେୟାର କରିପାରିବେ, ଗୋଟିଏ ଥର ଚୟନ କରିବା ପରେ ଡିଭାଇସରେ ଥିବା ଡାଟା ଅଟୋମେଟିକ୍ ଆସେପ୍ଟ ହୋଇଯିବ, ଏପରିକି ମୋବାଇଲ ସ୍କ୍ରିନ୍ ଅଫ୍ ଥିଲେ ମଧ୍ୟ ଡାଟା ସେୟାର ହୋଇପାରିବ ।’’

କମ୍ପାନୀ କହିଛି ଯେ, ଗୁଗୁଲ୍ ନିକଟରେ ଏକ ନୂତନ ଲୁକ୍ ଆଣିଛି ଏବଂ ବଡ ପରଦା ପାଇଁ ଗୁଗୁଲ୍ ୱାର୍କସ୍ପେସ୍ ଆପ୍ ଅପଡେଟ୍ କରିଛି । ବର୍ତ୍ତମାନ ଗୁଗୁଲ୍ ଡ୍ରାଇଭ୍ ଏବଂ କିପ୍ ପାଇଁ ପୁନଃ ଡିଜାଇନ୍ ହୋଇଥିବା ୱିଜେଟ୍ ଠାରୁ ଆରମ୍ଭ କରି ମଲ୍ଟି ଟାସ୍କିଂ ଟାବଲେଟରେ ବ୍ୟବହାରକାରୀଙ୍କ ପ୍ରିୟ ଗୁଗୁଲ୍ ଆପ୍‌କୁ ଅପ୍ଟିମାଇଜ୍ କରିବା ଜାରି ରଖିଛି । ଏକ ଅପଡେଟ୍ ହୋଇଥିବା ଗୁଗୁଲ୍ ଡ୍ରାଇଭ୍ ୱିଜେଟ୍(Google Drive widget) ସହିତ ତିନୋଟି ହୋମ ସ୍କ୍ରିନ ବଟନ୍ ବର୍ତ୍ତମାନ ଆପଣଙ୍କର ଗୁଗୁଲ୍ ଡକସ୍, ଗୁଗୁଲ୍ ସ୍ଲାଇଡ୍ ଏବଂ ଗୁଗୁଲ୍ ସିଟ୍ ଫାଇଲ ଗୁଡ଼ିକୁ one-touch ଆକ୍ସେସ୍ ପ୍ରଦାନ କରୁଥିବା କମ୍ପାନୀ କହିଛି ।

କମ୍ପାନୀ ଅନେକ ନୂତନ Emoji Kitchen mashups ଯୋଡିଛି, ଯାହା ଗୋବୋର୍ଡ ମାଧ୍ୟମରେ ଷ୍ଟିକର୍ ଭାବରେ ଉପଲବ୍ଧ । କମ୍ପାନୀ ଆହୁରି ମଧ୍ୟ, ଗୁଗୁଲ ମିଟରେ ସେୟାର୍ ଅପ୍ସନ ଆଡ୍ କରୁଛି । ଲାଇଭ୍ ସେୟାରିଂ ଫିଚର୍ସ ସହିତ, ୟୁଟ୍ୟୁବ୍ ଭିଡିଓ ଦେଖିବା ସଙ୍ଗେ ସଙ୍ଗେ ଏକ ସମୟରେ 100ରୁ ଅଧିକ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ସହ କ୍ଲାସିକ୍ ଗେମ୍ ଖେଳିପାରିବ ବୋଲି କମ୍ପାନୀ କହିଛି । ଏହି ଫିଚର୍ସ ଆଣ୍ଡ୍ରଏଡ୍ ଫୋନ୍ ଏବଂ ଟ୍ୟାବଲେଟରେ ଉପଲବ୍ଧ ହେବ ବୋଲି ଗୁଗୁଲ୍ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.