ETV Bharat / science-and-technology

AI Tools: ପ୍ରଭାବିତ ହେବେ ସାମ୍ବାଦିକ ! ହେଡଲାଇନ-ଷ୍ଟୋରୀ ଲେଖିବ AI

author img

By

Published : Jul 21, 2023, 9:39 PM IST

Etv Bharat
Etv Bharat

ସାମ୍ବାଦିକଙ୍କୁ ସହାୟତା କରିବା ଲାଗି ଅଣ୍ଟା ଭିଡ଼ିଲା ଗୁଗଲ୍‌ । ଆଗକୁ ସାମ୍ବାଦିକଙ୍କୁ ଷ୍ଟୋରୀ ଓ ହେଡଲାଇନ ଲେଖିବାରେ ସହାୟକ ହେବ AI । ଅଧିକ ପଢନ୍ତୁ

ନ୍ୟୁୟର୍କ: ମାନବ ସମାଜକୁ କବଳିତ କରିବ କି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ବା କୃତ୍ରିମ ବୁଦ୍ଧିମତା ? ତେବେ ଏହା ବାସ୍ତବ ତଥ୍ୟ ଦେବ ତ ? ଏହାଦ୍ବାରା ପ୍ରଭାବିତ ହେବେ କି ସାମ୍ବାଦିକ ? ସେମାନଙ୍କ ଚାକିରି ହରାଇବେନି ତ ? ଗଣମାଧ୍ୟମ କ୍ଷେତ୍ରରେ ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ସେପଟେ ଏବେ ନ୍ୟୁଜ୍‌ ଆଙ୍କର ଭାବେ ଖବର ପଢୁଛନ୍ତି ରୋବଟ । ତେବେ ସାମ୍ବାଦିକମାନଙ୍କୁ ସହାୟତା ଯୋଗାଇବା ଲାଗି ନୂଆ AI ଉପକରଣ ପ୍ରସ୍ତୁତ କରୁଛି ଲୋକପ୍ରିୟ ସର୍ଚ୍ଚଂ ଆପ୍‌ ଗୁଗଲ । ଯାହାକି ଖବରର ହେଡଲାଇନ ବା ଶିରୋନାମା ଦେବା ସହ ଖବର ଲେଖିବାରେ ମଧ୍ୟ ସାମ୍ବାଦିକମାନଙ୍କୁ ସହଯୋଗ କରିବ ।

ଏ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ଦ ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ରିପୋର୍ଟ ଅନୁସାରେ ଯେତେବେଳେ ସାମ୍ବାଦିକମାନେ କୌଣସି ଖବର ଲେଖୁଥିବେ, ଏହି ଖବର ଅନୁଯାୟୀ ଏହାର ଶିରୋନାମା କଣ ହେବା ଉଚିତ ସେ ନେଇ ଗୁଗଲ୍‌ର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଅପସନ ଦେବ । ତେବେ ଏହି AI ଟୁଲ୍ସ ସାମ୍ବାଦିକଙ୍କ ରିପୋର୍ଟିଂ ଦକ୍ଷତା, କ୍ରିଏଟିଭିଟି ଓ ଫ୍ୟାକ୍ଟ ଚେକିଂ ଆଦି ଦକ୍ଷତାର ସ୍ଥାନ ନେଇପାରିବ ନାହିଁ ବୋଲି ସଂସ୍ଥାର ମୁଖ୍ୟ ସ୍ପଷ୍ଟ କରିଛନ୍ତି । ଏ ଦିଗରେ ଗୁଗଲ ଅନେକ ଦିନ ଧରି ଗବେଷଣା କରୁଥିବା ସଂସ୍ଥା ପକ୍ଷରୁ କୁହାଯାଇଛି ।

ଏହା ବି ପଢନ୍ତୁ- AI: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି କଣ ? ବାସ୍ତବରେ AIର ଆବଶ୍ୟକତା ରହିଛି କି ଜାଣନ୍ତୁ

ଏହି AI ଟୁଲ୍ସ ମଣିଷଙ୍କ ଭଳି ଶବ୍ଦ ସଂଯୋଜନା କରି ଷ୍ଟୋରୀ ଲେଖିପାରିବ । ତେବେ ଯେତେବେଳେ ଏହି AI ଟୁଲ୍ସଟି ତିଆରି କରାଯିବ ଏହା ମଧ୍ୟରେ ବିଭିନ୍ନ ପ୍ରକାରର ଶବ୍ଦକୁ ଇଞ୍ଜେଷ୍ଟ କରିବାକୁ ପଡ଼ିବ । ଏପରିକି ଗୁଗଲ ଏହି ଷ୍ଟୋରୀ ଲେଖିବା ଆପ୍‌ ଏକପ୍ରକାର ୟୁଜର୍ସଙ୍କୁ ଯୋଗାଇ ସାରିଛି । ଯେପରିକି ଇମେଲ୍ସରେ ଲେଖିବା ସମୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ସ୍ବୟଂଚାଳିତ ଭାବେ କିଛି ଶବ୍ଦକୁ ଯୋଗାଇ ଦେଇଥାଏ । ଏହାକୁ ୟୁଜର୍ସ ନିଜ ଆବଶ୍ୟକ ଅନୁସାରେ ଗ୍ରହଣ କରିଥାନ୍ତି । ତେବେ ରିପୋର୍ଟର୍‌ ଓ ସମ୍ପାଦକମାନଙ୍କୁ ସେମାନଙ୍କ କାର୍ଯ୍ୟପନ୍ଥାକୁ ସାମାନ୍ୟ ହାଲୁକା କରିବା ଲାଗି ଏହି ସୁବିଧା ଯୋଗାଇବାକୁ ଏହା ଉପରେ କାର୍ଯ୍ୟ କରୁଛି ଗୁଗଲ୍‌ ।

ସୂଚନା ଥାଉ କି ଗଣମାଧ୍ୟମ ସଂସ୍ଥାରେ ମଧ୍ୟ ଏଣ୍ଟ୍ରି ମାରିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି । ବିଭିନ୍ନ ଅନ୍ତର୍ଜାତୀୟ ଓ ଜାତୀୟ ଗଣମାଧ୍ୟମରେ ଆଙ୍କରର ଭୂମିକା ଗ୍ରହଣ କରୁଛି ଏଆଇ । ଆଞ୍ଚଳିକ ଗଣମାଧ୍ୟମ ସଂସ୍ଥା ଭାବେ ଗତ କିଛି ଦିନ ତଳେ ଓଡ଼ିଶାର ଏକ ଘରୋଇ ଗଣମାଧ୍ୟମ ସଂସ୍ଥା AIକୁ ଲଞ୍ଚ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.