ETV Bharat / science-and-technology

Fast Charging Bike: ମାତ୍ର 12 ମିନିଟରେ ଚାର୍ଜ ହେବ ଇ-ବାଇକ, ଭାରତରେ ଖୁବଶୀଘ୍ର ଲଞ୍ଚିଂ

author img

By

Published : May 30, 2023, 5:48 PM IST

Fast Charging Bike
Fast Charging Bike

ଭାରତରେ ଲଞ୍ଚ ହେବାକୁ ଯାଉଛି ଶୀଘ୍ର ଚାର୍ଜ ହେଲା ଭଳି ଇ-ବାଇକ। ଜାଣନ୍ତୁ କଣ ରହିଛି ସୁବିଧା

ନୂଆଦିଲ୍ଲୀ: ଭାରତରେ ଲଞ୍ଚ ହେବାକୁ ଯାଉଛି ଆଉ ଏକ ଅତ୍ୟାଧୁନିକ ଇ-ବାଇକ। ଏଣିକି ଇ-ବାଇକୁ ଦୀର୍ଘ ସମୟ ଚାର୍ଜ କରିବାର ସମସ୍ୟା ଆଉ ରହିବ ନାହିଁ। ଚୁଟକିରେ ଚାର୍ଜ କରି ବୁଲିପାରିବେ। ବ୍ୟାଟେରୀ ଟେକ୍ ଷ୍ଟାର୍ଟଅପ୍ Log9 ଏନେଇ ଆଜି ଘୋଷଣା କରିଛି। ହାଇଦ୍ରାବାଦ-ହେଡକ୍ୱାର୍ଟର୍ଡ ଇଭି ଫାର୍ମ କ୍ୱାଣ୍ଟମ୍ ଏନର୍ଜି ସହଭାଗିତାରେ ବ୍ୟାଟେରୀ ଟେକ୍ ଷ୍ଟାର୍ଟଅପ୍ Log9 ଦ୍ରୁତ ଚାର୍ଜିଂ ଦୁଇ ଚକିଆ ଯାନ ଭାରତରେ ଲଞ୍ଚ କରିବାକୁ ଯାଉଛି। ଉଭୟ କମ୍ପାନୀ ମିଳିତ ଭାବେ Bzinesslite InstaCharged ନାମକ ମଡେଲ ଲଞ୍ଚ କରିବା ନେଇ ଘୋଷଣା କରିଛି। RapidX 2000 ବ୍ୟାଟେରୀ ଦ୍ୱାରା ଚାଳିତ ଏହି ଇ ବାଇକ ମାତ୍ର 12ମିନଟରେ ଚାର୍ଜ ହେବ ।

ତେବେ ଏହି ମଡେଲରେ ଅନେକ ସୁବିଧା ପାଇପାରିବେ। ଏହି ମଡେଲକୁ ଇ -2 ଡବ୍ଲୁ ଡିଜାଇନ କରାଯାଇଥିବା ବେଳେ ଏହା 80ରୁ90 କିଲୋମିଟର ବେଗରେ ଚାଲିପାରିବ। ମଲ୍ଟି ଥେପ୍ଟ ଆଲାର୍ମ ଏବଂ ଏକାଧିକ ଡ୍ରାଇଭିଂ ମୋଡ୍ ପରି ଫିଚର ରହିଛି। ଇ-ବାଣିଜ୍ୟ, ଖାଦ୍ୟ ବିତରଣ ଏବଂ କୋରିୟର ସର୍ଭିସ ଏବଂ ଶେଷ ମାଇଲ୍ ଲଜିଷ୍ଟିକ୍ କ୍ଷେତ୍ରରେ ଅଂଶୀଦାର ହେବା ପାଇଁ Log9 ଏବଂ କ୍ୱାଣ୍ଟମ୍ ଏନର୍ଜି ମାର୍ଚ୍ଚ 2024 ସୁଦ୍ଧା ଭାରତରେ 10,000 2W ସ୍ଥାପିତ ଇଭି ନିୟୋଜନ କରିବାର ଲକ୍ଷ୍ୟ ପୂରଣ କରିବା ପାଇଁ କାର୍ଯ୍ୟ କରୁଛି।

ତେବେ ଏନେଇ Log9ର ସିଓ ଏବଂ ସିଓଓ କାର୍ତ୍ତିକ ହଜେଲା କହିଛନ୍ତି, "2W କ୍ୱାଣ୍ଟମ୍ ସହିତ ଆମର ଫାଷ୍ଟ-ଚାର୍ଜିଂ ଏବଂ ଦୀର୍ଘ ସମୟ ଯାତ୍ରା ପାଇଁ ଏକ୍ସ 2000 ବ୍ୟାଟେରୀ ବିଶିଷ୍ଟ ଭାରତର ଉକୃଷ୍ଟ ଇ ବାଇକ ଲଞ୍ଚ କରିବାକୁ ଯାଉଛି। କମ୍ପାନୀଗୁଡିକ ଶୀଘ୍ର ହାଇଦ୍ରାବାଦରେ 200 ବିଜନେସ୍ ଲାଇଟ୍ ଇ-୨ ୱାଟସ୍ ୱିଜି ଲଜିଷ୍ଟିକ୍ସ ମାଧ୍ୟମରେ ଲଞ୍ଜ କରିବେ। ଏହା ଭାରତରେ ଲଜିଷ୍ଟିକ କ୍ଷେତ୍ରରେ ସହାୟକ ହୋଇପାରିବ ।"

ଏହା ମଧ୍ୟ ପଢନ୍ତୁ: WhatsApp Status Archive Feature: ହ୍ବାଟ୍ସଆପ ବିଜନେସ ୟୁଜର୍ସଙ୍କ ପାଇଁ ଆସିବ ଏହି ଫିଚର

ଏହା ମଧ୍ୟ ପଢନ୍ତୁ: BGMI Video Game: ପୁଣି ଭିଡିଓ ଗେମର ମଜା ନେବେ ଖେଳପ୍ରେମୀ, ପ୍ଲେ ଷ୍ଟୋର ଉପଲବ୍ଧ ହେଲା BGMI

ଅନ୍ୟପଟେ କ୍ୱାଣ୍ଟମ୍ ଏନର୍ଜି ନିର୍ଦ୍ଦେଶକ ଚକ୍ରବର୍ତ୍ତୀ ସି କହିଛନ୍ତି, Log9 ସହିତ ସହଭାଗିତାରେ ଆମର ପ୍ରଡକ୍ଟ 'ବିଜନେସ୍ ଲାଇଟ୍' ଲଞ୍ଚ କରିବା ପାଇଁ ଆମେ ଆନନ୍ଦିତ ଅଛୁ। ପ୍ଲଗ୍ ଇନ୍ କରନ୍ତୁ, ଏହାକୁ ଚାର୍ଜ କରନ୍ତୁ ଏବଂ ଲମ୍ବାଯାତ୍ରା କରନ୍ତୁ। ଥରେ ଚାର୍ଜ କରିବା ମାତ୍ରେ ଆପଣ ବିନା କୌଣସି ଟେନସନରେ ଯାତ୍ରା କରିପାରିବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.