ETV Bharat / science-and-technology

ତାଳ ତେଲ ଅପେକ୍ଷା ନଡ଼ିଆ ତେଲ ଉତ୍ପାଦନ ପରିବେଶ ପାଇଁ କ୍ଷତିକାରକ

author img

By

Published : Jul 7, 2020, 10:11 PM IST

Updated : Feb 16, 2021, 7:51 PM IST

Coconut oil production, Coconut oil  more damaging to the environment, palm oil, researcher, ନଡ଼ିଆ ତେଲ ଉତ୍ପାଦନ ପରିବେଶ ପାଇଁ କ୍ଷତିକାରକ, ନଡ଼ିଆ ତେଲ ଉତ୍ପାଦନ
ତାଳ ତେଲ ଅପେକ୍ଷା ନଡ଼ିଆ ତେଲ ଉତ୍ପାଦନ ପରିବେଶ ପାଇଁ କ୍ଷତିକାରକ

ନଡ଼ିଆ ତେଲ ଉତ୍ପାଦନ ତାଳ ତେଲ ଅପେକ୍ଷା ପରିବେଶ ପାଇଁ ଅଧିକ କ୍ଷତିକାରକ ହୋଇପାରେ ବୋଲି ଅନୁସନ୍ଧାନକାରୀମାନେ କହିଛନ୍ତି । ଅଧିକ ପଢ଼ନ୍ତୁ...

ଡିଭନ୍, ଦକ୍ଷିଣ ପଶ୍ଚିମ ଇଂଲଣ୍ଡ, ଯୁକ୍ତରାଜ୍ୟ: ନଡିଆ ତେଲ ଉତ୍ପାଦନ ପରିବେଶ ପାଇଁ କ୍ଷତିକାରକ ହୋଇପାରେ ବୋଲି ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି। ଟନ ପ୍ରତି ଏହା ଅନ୍ୟ ଉଦ୍ଭିଦ ତୈଳ ଅପେକ୍ଷା ଜୀବ ମାନଙ୍କୁ ଅଧିକ କ୍ଷତି ପହଁଞ୍ଚାଇ ପାରେ ।

Coconut oil production, Coconut oil  more damaging to the environment, palm oil, researcher, ନଡ଼ିଆ ତେଲ ଉତ୍ପାଦନ ପରିବେଶ ପାଇଁ କ୍ଷତିକାରକ, ନଡ଼ିଆ ତେଲ ଉତ୍ପାଦନ
ତାଳ ତେଲ ଅପେକ୍ଷା ନଡ଼ିଆ ତେଲ ଉତ୍ପାଦନ ପରିବେଶ ପାଇଁ କ୍ଷତିକାରକ

ନଡ଼ିଆ ତେଲର ପରିବେଶ ଉପରେ କ୍ଷତିକାରକ ପ୍ରଭାବ:

ନଡ଼ିଆ ତେଲ ଉତ୍ପାଦନ ଜୀବ ଜଗତ ପାଇଁ ବିପଦ । ନଡ଼ିଆ ତେଲ ଉତ୍ପାଦନ ତାଳ ତେଲ ଅପେକ୍ଷା ପରିବେଶ ପାଇଁ ଅଧିକ କ୍ଷତିକାରକ ହୋଇପାରେ ବୋଲି ଅନୁସନ୍ଧାନକାରୀମାନେ କହିଛନ୍ତି । ନଡିଆ ତେଲ ଉତ୍ପାଦନ ଦ୍ବାରା ହୋଇଥିବା କ୍ଷତି ଅନ୍ୟ ତୈଳ ଉତ୍ପାଦନକାରୀ ଫସଲ ତୁଳନାରେ ଅଧିକ ଅଟେ, ଯେପରିକି ତାଳ (3.8 ପ୍ରତି ମିଲିୟନ ଟନ୍ ପ୍ରଜାତି), ଅଲିଭ୍ (4.1), ଏବଂ ସୋୟାବିନ (1.3)।

ବିପଦପୂର୍ଣ୍ଣ ପ୍ରଜାତି ଉପରେ ପ୍ରଭାବ ସାଧାରଣତ ବ୍ୟବହୃତ ବର୍ଗ ହେକ୍ଟର ଜମିରେ ପ୍ରଭାବିତ ପ୍ରଜାତିର ସଂଖ୍ୟା ଦ୍ବାରା ମାପ କରାଯାଇଥାଏ ଏବଂ ଏହି ମାପ ଦ୍ବାରା ତାଳର ପ୍ରଭାବ ନଡିଆ ଅପେକ୍ଷା ଅଧିକ ଖରାପ ଅଟେ।

‘‘ବିବେକଶୀଳ ବ୍ୟବହାର’’ ର ଅସୁବିଧାକୁ ଆଲୋକିତ କରିବା ପାଇଁ ଏହି ଉଦାହରଣକୁ ବ୍ୟବହାର କରଛନ୍ତି ଗବେଷକ ।

‘‘ସେମାନେ କହିଛନ୍ତି ଯେ ଫସଲ ଉତ୍ପାଦନର ପରିବେଶ ପ୍ରଭାବ ଉପରେ ଗ୍ରାହକଙ୍କର ଅବଜେକ୍ଟିଭ ଗାଇଡର ଅଭାବ ରହିଛି, ଯାହା ଦ୍ବାରା ସେମାନେ ନିଷ୍ପତ୍ତି ଗ୍ରହଣ କରିବାର କ୍ଷମତାକୁ କ୍ଷୁର୍ଣ୍ଣ କରିଛନ୍ତି। ଆମର ଅଧ୍ୟୟନର ଫଳାଫଳ ଆଶ୍ଚର୍ଯ୍ୟଜନକ ଅଟେ ବୋଲି ବ୍ରୁନେଇ ଦାରୁସଲାମର ବୋର୍ନୋ ଫ୍ୟୁଚର୍ସର ଏରିକ ମେଜାର୍ଡ କହିଛନ୍ତି । ‘‘ପାଶ୍ଚାତ୍ୟର ଅନେକ ଗ୍ରାହକ ନଡ଼ିଆ ଉତ୍ପାଦକୁ ଉଭୟ ସୁସ୍ଥ ଏବଂ ପରିବେଶ ପାଇଁ ଉତ୍ପାଦନ ଅପେକ୍ଷାକୃତ କ୍ଷତିକାରକ ବୋଲି ଭାବନ୍ତି।’’ ଯାହା ଜଣାପଡୁଛି ଯେ ନଡ଼ିଆର ପ୍ରଭାବ ବିଷୟରେ ଆମକୁ ପୁନର୍ବାର ଚିନ୍ତା କରିବାକୁ ପଡିବ।

ସହ-ଲେଖକ ଡ଼ ଜେସି ଏଫ ଆବ୍ରାମସ, ଗ୍ଲୋବାଲ୍ ସିଷ୍ଟମ ଇନଷ୍ଟିଚ୍ୟୁଟ୍ ଏବଂ ଇନଷ୍ଟିଚ୍ୟୁଟ୍ ଫର୍ ଡାଟା ସାଇନ୍ସ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉଭୟ ଏକ୍ସଟର ୟୁନିଭରସିଟିରେ ଯୋଗ କରି କହିଛନ୍ତି: ‘‘ଗ୍ରାହକ, ବିଶେଷକରି ଯେଉଁମାନେ ସେମାନଙ୍କ ବ୍ୟବହାରରେ ଅଧିକ ଦାୟୀ ରହିବାକୁ ଚେଷ୍ଟା କରନ୍ତି, ସେମାନେ ଗଣମାଧ୍ୟମରୁ ପ୍ରାପ୍ତ ସୂଚନା ଉପରେ ଅଧିକ ନିର୍ଭର କରନ୍ତି, ଯାହା ପ୍ରାୟତଃ ଏକ ନ୍ୟସ୍ତ ସ୍ବାର୍ଥ ଥିବା ବ୍ୟକ୍ତିଙ୍କ ଦ୍ବାରା ଯୋଗାଯାଇଥାଏ ।

ତେବେ ଲେଖକମାନେ ଗୁରୁତ୍ବାରୋପ କରିଛନ୍ତି ଯେ ଥିବା ଉତ୍ପାଦ ତାଲିକାରେ ନଡ଼ିଆ ମିଶାଇବା ନୁହେଁ ଯାହା ଗ୍ରାହକମାନେ ଏଡ଼ାଇବା ଉଚିତ।

ନରୱେ ୟୁନିଭରସିଟି ଅଫ ଲାଇଫ୍ ସାଇନ୍ସର ସହ-ଲେଖକ ପ୍ରଫେସର ଡଗଲାସ ଶୀଲ କହିଛନ୍ତି ଯେ, ‘‘ଗ୍ରାହକମାନେ ହୃଦୟଙ୍ଗମ କରିବା ଆବଶ୍ୟକ ଯେ କେବଳ ଟ୍ରପିକାଲ ଫସଲ ନୁହେଁ ଆମର ସମସ୍ତ କୃଷିଜାତ ଦ୍ରବ୍ୟ ପରିବେଶ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Feb 16, 2021, 7:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.