ETV Bharat / science-and-technology

Amazon Layoffs: ପୁଣି ଛଟେଇ କରିବ ଆମାଜନ୍, ପ୍ରଭାବିତ ହେବେ 9000 କର୍ମଚାରୀ

author img

By

Published : Mar 21, 2023, 3:14 PM IST

ପୁଣି ପ୍ରଭାବିତ ହେବେ ଆମାଜନରେ କାର୍ଯ୍ୟ କରୁଥିବା କର୍ମଚାରୀ । ଆଗାମୀ କିଛିଦିନ ମଧ୍ୟରେ 9 ହଜାର କର୍ମଚାରୀଙ୍କ ଛଟେଇ ନେଇ ଘୋଷଣା କଲା କମ୍ପାନୀ । ଅଧିକ ପଢନ୍ତୁ

Amazon
Amazon

ୱାଶିଂଟନ: ଅର୍ଥନୈତିକ ମାନ୍ଦାବସ୍ଥା ମଧ୍ୟରେ ଅନେକ ନାମି ଦାମୀ କମ୍ପାନୀ ଛଟେଇ ପ୍ରକ୍ରିୟା ଜାରି ରଖିଛନ୍ତି । ଏହିକ୍ରମରେ ଆମାଜନ୍ ଆଉଥରେ ଛଟେଇ କରିବା ନେଇ ଘୋଷଣା କରିଛି । ଦ୍ବିତୀୟ ପର୍ଯ୍ୟାୟ ଛଟେଇ 9 ହଜାରରୁ ଅଧିକ କର୍ମଚାରୀ ପ୍ରଭାବିତ ହୋଇପାରନ୍ତି । AWS, ଆମାଜୋନିଆନ୍ ଏକ୍ସପେରିୟେନ୍ସ ଆଣ୍ଡ୍ ଟେକ୍ନୋଲୋଜି(AET), PXT, ବିଜ୍ଞାପନ ଏବଂ ଟ୍ବିଚ୍ ଆଦି ବିଭାଗରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କ ଛଟେଇ କରାଯିବ ।

ଏହା ମଧ୍ୟ ପଢନ୍ତୁ:- ଛଟେଇରୁ ଯନ୍ତ୍ରପାତି ବି ପଡିଲେନି ବାଦ୍, 100 ରୋବଟକୁ କାମରୁ ବିଦା କଲା ଗୁଗୁଲ୍‌

କର୍ମଚାରୀମାନଙ୍କୁ ଏକ ସ୍ମାରକପତ୍ରରେ ସିଇଓ ଆଣ୍ଡି ଜେସି କହିଛନ୍ତି, "ଏହା ଏକ କଷ୍ଟକର ନିଷ୍ପତ୍ତି ହୋଇଥିଲେ ମଧ୍ୟ କମ୍ପାନୀର ଦୀର୍ଘମିଆଦି ସଫଳତା ପାଇଁ ଏହାର ଆବଶ୍ୟକତା ରହିଛି ।" ତେବେ ଛଟେଇର ମାତ୍ର ଦୁଇ ମାସ ପରେ ଆମାଜନ୍ ଦ୍ବିତୀୟ ଥର ଏହି ଛଟେଇ କରୁଛି । ନଭେମ୍ବର 2022 ରେ, ଜେସି ପ୍ରଥମେ PXT ରେ କେତେକ କର୍ମଚାରୀଙ୍କୁ ସ୍ବେଚ୍ଛାକୃତ ଭାବେ ରିଜାଇନ୍(ବରଖାସ୍ତ) କରିବାକୁ ଘୋଷଣା କରିଥିଲେ ଏବଂ କହିଥିଲେ ଯେ, 2023 ରେ ଅଧିକ ଛଟେଇ ହେବାର ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:- Meta Layoffs: ପୁଣି ବଡ ଧରଣର ଛଟେଇ କରିପାରେ ମେଟା, ଶତାଧିକ କର୍ମଚାରୀ ହରାଇବେ ଚାକିରି

ଜାନୁଆରୀ ମାସରେ ସେ ଆମାଜନ ଷ୍ଟୋର୍‌ ଏବଂ PXT ରେ 18,000 କର୍ମଚାରୀଙ୍କ ଛଟେଇ କରାଯିବା ନେଇ ଘୋଷଣା କରିଥିଲେ । ଜେସି ଏହି ସ୍ମାରକପତ୍ରରେ ଦର୍ଶାଇଛନ୍ତି ଯେ, ଦ୍ବିତୀୟ ପର୍ଯ୍ୟାୟ ଛଟେଇରେ ଘୋଷଣା ହେବାକୁ ଥିବା କର୍ମଚାରୀଙ୍କ ନାମ ପ୍ରଥମ ପର୍ଯ୍ୟାୟରେ ଘୋଷଣା କରାଯାଇନଥିଲା । କାରଣ ସେତେବେଳେ ସମସ୍ତ ଟିମ୍ ଏନେଇ ବିଶ୍ଲେଶଣ କରିନଥିଲେ । ଅନ୍ୟପଟେ ଟେକ୍ କମ୍ପାନୀଗୁଡିକରେ ଚାଲିଥିବା ଛଟେଇ ମଧ୍ୟରେ ନିକଟରେ ମେଟା 10,000 କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛି ।

ଏହା ମଧ୍ୟ ପଢନ୍ତୁ:- Tech Layoffs: ଅଧା ହୋଇନି ଫେବୃଆରୀ ମାସ, ବିଶ୍ବସ୍ତରରେ ଚାକିରି ହରେଇଲେଣି ୧୭୪୦୦ Tech କର୍ମଚାରୀ

ସେହିପରି ଟ୍ବିଟର୍, ମାଇକ୍ରୋସଫ୍ଟ, ଗୁଗୁଲ୍, ୟାହୁ, ବାଇଜସ୍, ଗିତ୍‌ହବ୍, ଡେଲ୍, ଓୟୋ, ଉଡାନ୍, ଓଲା, ମିଶୋ ଆଦି ବଡ ବଡ କମ୍ପାନୀ କର୍ମଚାରୀଙ୍କ ଛଟେଇ କରିଛନ୍ତି । ଅର୍ଥନୈତିକ ମାନ୍ଦାବସ୍ତା ଦର୍ଶାଇ ଏହି ସବୁ ଘରୋଇ ସଂସ୍ଥାଗୁଡିକ କର୍ମଚାରୀଙ୍କୁ ଚାକିରିରୁ ବିଦା କରିସାରିଲେଣି । ଏହାରି ମଧ୍ୟରେ ଏକ ରିପୋର୍ଟ କହୁଛି, ଛଟେଇ କାରଣରୁ ଲୋକଙ୍କ ମାନସିକ ଚାପ ବୃଦ୍ଧି ପାଉଛି ଏବଂ ଡାକ୍ତରଖାନାକୁ ସବୁଠୁ ଅଧିକ ମାନସିକ ରୋଗୀ ଆସୁଛନ୍ତି । ଏସବୁ ମଧ୍ୟରେ ଆଗକୁ ପୁଣି କେଉଁ କମ୍ପାନୀ କର୍ମଚାରୀଙ୍କ ଉପରେ ଛଟେଇ ଭାର ଲଦିଦେଉଛି ତାହା ଉପରେ ସମସ୍ତଙ୍କ ନଜର୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.