ETV Bharat / science-and-technology

ଛଟେଇରୁ ଯନ୍ତ୍ରପାତି ବି ପଡିଲେନି ବାଦ୍, 100 ରୋବଟକୁ କାମରୁ ବିଦା କଲା ଗୁଗୁଲ୍‌

author img

By

Published : Feb 25, 2023, 1:45 PM IST

ଛଟେଇ ପ୍ରକ୍ରିୟାରେ କେବଳ କର୍ମଜୀବୀ ନୁହଁନ୍ତି, ଯନ୍ତ୍ରପାତି ବି ହେଲେ ପ୍ରଭାବିତ । 100 ରୋବର୍ଟକୁ କାମରୁ ହଟାଇଲା ଗୁଗୁଲ୍‌ ମୂଳ କମ୍ପାନୀ ଆଲଫାବେଟ୍‌ । ଅଧିକ ପଢନ୍ତୁ

robot
robot

ସାନ ଫ୍ରାନ୍ସିସ୍କୋ: ଆର୍ଥିକ ମାନ୍ଦାବସ୍ଥା କେବଳ କର୍ମଜୀବୀଙ୍କ ଉପରେ ପ୍ରଭାବ ପକାଉନି, ଯାନ୍ତ୍ରିକକୌଶଳ ମଧ୍ୟ ଏହାର ପ୍ରଭାବରେ ପ୍ରଭାବିତ । ଅର୍ଥାତ୍ କମ୍ପାନୀଗୁଡିକ କେବଳ କର୍ମଚାରୀଙ୍କ ଛଟେଇ କରିନାହାନ୍ତି ଏବେ ଯନ୍ତ୍ରପାତିକୁ ମଧ୍ୟ ବିଶ୍ରାମ ଦେଲେଣି । ଏପରି ପ୍ରକ୍ରିୟାରେ ଯୋଡି ହୋଇଛି ଗୁଗୁଲ୍ । ଗୁଗୁଲ୍‌ର ମୂଳ କମ୍ପାନୀ ଆଲଫାବେଟ୍‌ର ମୁଖ୍ୟାଳୟରୁ 100 ରୋବୋଟ୍‌କୁ ହଟାଇ ଦିଆଯାଇ ଥିବା ସୂଚନା ମିଳିଛି ।

କହି ରଖୁଛୁ ଯେ, ଏହି ରୋବୋଟ ଗୁଡିକ କର୍ମଚାରୀଙ୍କ ପରି କାମ କରୁଥିଲେ । ବର୍ତ୍ତମାନ କମ୍ପାନୀ ଏମାନଙ୍କୁ ବସାଇ ଦେଇଛି । ନିକଟରେ ଗୁଗୁଲ 12,000 କର୍ମଚାରୀଙ୍କୁ ଚାକିରିରୁ ବିତାଡିତ କରିଥିଲା । ବର୍ତ୍ତମାନ ଏହାର ପ୍ୟାରେଣ୍ଟ୍ କମ୍ପାନୀ ଆଲଫାବେଟ୍ ମଧ୍ୟ ମୁଖ୍ୟାଳୟରେ କାଫେଟେରିଆ ସଫା କରିବାରେ ନିୟୋଜିତ 100 ରୋବୋଟ୍‌କୁ ହଟାଇ ଦେଇଛି । ମିଡିଆ ରିପୋର୍ଟ ଅନୁଯାୟୀ, ଗୁଗୁଲର ସିଇଓ ସୁନ୍ଦର ପିଚାଇ 'ଏଭ୍ରିଡେ ରୋବଟ୍ସ' ନାମକ ଆଲଫାବେଟର ପ୍ରୋଜେକ୍ଟକୁ ବନ୍ଦ କରି ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Tech Layoffs: ଅଧା ହୋଇନି ଫେବୃଆରୀ ମାସ, ବିଶ୍ବସ୍ତରରେ ଚାକିରି ହରେଇଲେଣି ୧୭୪୦୦ Tech କର୍ମଚାରୀ

100ଟି ରୋବୋଟଙ୍କୁ କମ୍ପାନୀର କାଫେଟେରିଆ ସଫା କରିବାରେ ସାହାଯ୍ୟ କରିବାକୁ ତାଲିମ ଦିଆଯାଇଥିଲା । ଏହି ରୋବୋଟ୍ ପ୍ରୋଟୋଟାଇପ୍ ମଧ୍ୟରୁ ଅନେକ ଲ୍ୟାବରୁ ବାହାର କରାଯାଇ ଅନ୍ୟ ଗୁଗୁଲ୍ ସ୍ଥାନରେ ବ୍ୟବହୃତ ହୋଇଥିଲା । ଏମାନେ ଟେବୁଲ ସଫା କରିବା ସହିତ କମ୍ପାନୀର ସ୍ବଚ୍ଛତା ବଜାୟ ରଖିବା କାର୍ଯ୍ୟରେ ନିୟୋଜିତ ଥିଲେ । ମହାମାରୀ ସମୟରେ ରୋବଟ୍ ଅଫିସ୍‌କୁ ସଫା ରଖିବାରେ ପ୍ରମୁଖ ଭୂମିକା ନିଭାଇଥିଲେ ।

ରୋବଟ୍ ଡିଭିଜନ୍ ବର୍ତ୍ତମାନ ବନ୍ଦ ହେବା ସହିତ ଏହାର କିଛି ଟେକ୍ନୋଲୋଜି ଅନ୍ୟ ବିଭାଗ ପାଇଁ ବ୍ୟବହୃତ ହୋଇପାରେ । କହି ରଖୁଛୁ ଯେ, କମ୍ପାନୀ 12,000 କର୍ମଚାରୀଙ୍କୁ ଛଟେଇ କରିବା ପରେ ସିଇଓ ସୁନ୍ଦର ପିଚାଇ ନିକଟରେ ଦୁଃଖ ପ୍ରକାଶ କରିଛନ୍ତି । ଛଟେଇ ବାବଦରେ କର୍ମଚାରୀଙ୍କୁ ଇ-ମେଲ୍ ଜରିଆରେ ସୂଚିତ କରାଯାଇ ଥିଲା । ସେତେବେଳେ ମଧ୍ୟ ଆଲଫାବେଟ୍, ପ୍ରଡକ୍ଟ କ୍ଷେତ୍ର, ଫଙ୍କସନ୍, ଲେବଲ୍ସ ଏବଂ ରିଜିଅନ୍ସରେ ଛଟେଇ କରିବ ବୋଲି କହିଥିଲା ।

ପ୍ରକାଶ ଥାଉକି, ଆର୍ଥିକ ଶଙ୍କଟ ଦର୍ଶାଇ ବିଶ୍ବର ବହୁ ନାମିଦାମୀ କମ୍ପାନୀ ଛଟେଇ କରୁଛନ୍ତି । ଅରବପତି ଏଲନ ମସ୍କ ଟ୍ବିଟରକୁ ନିଜ ଅଧୀନକୁ ନେବାପରେ କମ୍ପାନୀର ପୂର୍ବ ସିଇଓ, ବରିଷ୍ଠ ଅଧିକାରୀଙ୍କ ସମେତ ଅଧା କର୍ମଚାରୀଙ୍କୁ ଚାକିରିରୁ ବିଦା କରିଥିଲେ । ଏହା ପରେ ପରେ ଅନ୍ୟ କମ୍ପାନୀମାନେ ଏହି ଧାରା ଆପଣାଉଛନ୍ତି । ଆଗକୁ ଆଉ କେଉଁସବୁ କମ୍ପାନୀ ଏହି ତାଲିକାରେ ଯୋଡି ହେଉଛନ୍ତି, ସେ ଉପରେ ସମସ୍ତଙ୍କ ନଜର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.