ETV Bharat / lifestyle

ସୂର୍ଯ୍ୟ ନମସ୍କାର କରି ପାଉନାହାଁନ୍ତି ସୁଫଳ ? ଜାଣନ୍ତୁ କ'ଣ ରହିଛି କାରଣ...

author img

By

Published : May 20, 2019, 6:39 AM IST

Updated : May 20, 2019, 9:02 AM IST

କିଛି ଲୋକ ଅଛନ୍ତି ଯେଉଁମାନେ ପ୍ରତ୍ୟେକ ଦିନ ସୂର୍ଯ୍ୟ ନମସ୍କାର କରିଥାନ୍ତି । ହେଲେ ସୂର୍ଯ୍ୟ ନମସ୍କାର କରିବା ସମୟରେ କିଛି ଭୁଲ କରିଥାନ୍ତି ଫଳରେ ତାହାର ସମ୍ପୂର୍ଣ୍ଣ ଲାଭ ଉଠାଇ ପାରନ୍ତି ନାହିଁ ।

ପ୍ରତିକାତ୍ମକ ଫଟୋ


ଆଜିକାଲି ବ୍ୟସ୍ତ ବହୁଳ ଜୀବନରେ ନିଜ ଦେହର ଯତ୍ନ ନେବାକୁ ସମସ୍ତେ ଭୁଲି ଯାଉଛନ୍ତି । ଫଳରେ ନାନା ରୋଗର ସମସ୍ୟା ଦେଖାଦେଉଛି । ହେଲେ କେବଳ ସୂର୍ଯ୍ୟ ନମସ୍କାର ଦ୍ବାରା ଆପଣ ନିଜ ଶରୀରକୁ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ରଖି ପାରିବେ । କିଛି ଲୋକ ଅଛନ୍ତି ଯେଉଁମାନେ ପ୍ରତ୍ୟେକ ଦିନ ସୂର୍ଯ୍ୟ ନମସ୍କାର କରିଥାନ୍ତି । ହେଲେ ସୂର୍ଯ୍ୟ ନମସ୍କାର କରିବା ସମୟରେ କିଛି ଭୁଲ କରିଥାନ୍ତି ଫଳରେ ତାହାର ସମ୍ପୂର୍ଣ୍ଣ ଲାଭ ଉଠାଇ ପାରନ୍ତି ନାହିଁ । ହେଲେ କ'ଣ ସେ ସବୁ ଭୁଲ ଆସନ୍ତୁ ଜାଣିବା...

ସୂର୍ଯ୍ୟ ନମସ୍କାର: ଏହା ଏମିତି ଏକ ଯୋଗ ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଫାଇଦା ଦେଇଥାଏ । ଏହି ଯୋଗାସନର ନିୟମିତ ଅଭ୍ୟାସ ମନକୁ ଶାନ୍ତି ଦେବା ସହ ଶାରିରୀକ ଶକ୍ତି ବି ପ୍ରଦାନ କରିଥାଏ । ସୂର୍ଯ୍ୟ ନମସ୍କାରରେ 12 ପ୍ରକାର ଆସନ ଥାଏ । ଯାହା ଇମ୍ୟୁନୋ ସିଷ୍ଟମକୁ ମଜବୁତ ରଖିଥାଏ ।

ଦୁଇଟି ଆସନକୁ ଏକ ସାଙ୍ଗରେ କରିବା ଅନୁଚିତ । କେବେ ବି ଭୃଜଂଙ୍ଗାସନ ଓ ଅର୍ଦ୍ଧମୁଖ ଆସନର ଅଭ୍ୟାସ ଏକା ସହ କରିବେ ନାହିଁ । କାରଣ ଦୁଇଟିରୁ ଗୋଟିଏ ବି ଆସନର ଲାଭ ଆପଣ ଉଠାଇ ପାରିବେ ନାହିଁ । ଭୃଜଙ୍ଗାସନର ଅଭ୍ୟାସ ଅଲଗା କରନ୍ତୁ ଯାହାଦ୍ବାରା ଆପଣ ତାହାର ଉଚିତ ଲାଭ ଉଠାଇ ପାରିବେ ।

ଯେଉଁ ଲୋକମାନେ ସୂର୍ଯ୍ୟ ନମସ୍କାର ଶିଖୁଛନ୍ତି ସେମାନେ ସର୍ବଦା ଅଂଜନାସନ କରିବା ସମୟରେ ଗୋଡକୁ ଆଗକୁ ଆଣିବାରେ କିଛି ଭୁଲ କରିଥାନ୍ତି । ଏହି ଭୁଲକୁ ସୁଧାରିବା ପାଇଁ ଆଣ୍ଠୁ ସିଧା ରଖନ୍ତୁ ଓ ପରେ ଗୋଡକୁ ଆଗକୁ ବଢାନ୍ତୁ ।

ଯଦି ସୂର୍ଯ୍ୟ ନମସ୍କାରର ପ୍ରକୃତ ଲାଭ ଆପଣ ଉଠାଇବାକୁ ଚାହୁଁଛନ୍ତି ତେବେ ଶୀଘ୍ର ଶୀଘ୍ର ଏହି ଅଭ୍ୟାସ କରନ୍ତୁ ନାହିଁ । ଏହା ଦ୍ବାରା ଆପଣଙ୍କ ଆସନ ଖରାପ ହେବା ସହ ଆପଣଙ୍କ ଧ୍ୟାନରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଥାଏ । ନିଃଶ୍ବାସ ନେବାରେ ବି ଅସୁବିଧା ପରିଲିକ୍ଷିତ ହୋଇଥାଏ । ଯୋଗ କରିବା ସମୟରେ ମେରୁଦଣ୍ଡକୁ ସମ୍ପର୍ଣ୍ଣ ଉଠାନ୍ତୁ । ଛାତିକୁ ବାମଆଡକୁ ବୁଲାଇବା ସମୟରେ ଠିକ ଭାବରେ ନିଃଶ୍ବାସ ନିଅନ୍ତୁ ଓ ମେରୁଦଣ୍ଡକୁ ସିଧା ରଖନ୍ତୁ । ଏହିସବୁ ପଦକ୍ଷେପ ନେଲେ ଆପଣ ସଠିକ ଭାବରେ ସ୍ବସୂର୍ଯ୍ୟ ନମସ୍କାର କରିବାସହ ସୁସ୍ଥ ରହି ପାରିବେ ।

Intro:Body:

sB


Conclusion:
Last Updated :May 20, 2019, 9:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.