ETV Bharat / international

ଶହେ ଡଲାର ବଦଳରେ ଆକାଉଣ୍ଟକୁ ଆସିଲା ଦଶ ମିଲିୟନ ଡଲାର, ଟଙ୍କା ଫେରାଇବାକୁ କୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Sep 2, 2022, 3:29 PM IST

ଶହେ ଡଲାର ବଦଳରେ ଆକାଉଣ୍ଟକୁ ଆସିଲା ଦଶ ମିଲିୟନ ଡଲାର, ଟଙ୍କା ଫେରାଇବାକୁ କୋର୍ଟଙ୍କ ନିର୍ଦ୍ଦେଶ
ଶହେ ଡଲାର ବଦଳରେ ଆକାଉଣ୍ଟକୁ ଆସିଲା ଦଶ ମିଲିୟନ ଡଲାର, ଟଙ୍କା ଫେରାଇବାକୁ କୋର୍ଟଙ୍କ ନିର୍ଦ୍ଦେଶ

ଭୁଲରେ ମହିଳାଙ୍କ ଆକାଉଣ୍ଟକୁ ୧୦୦ ଡଲାର ବଦଳରେ ୧୦.୪ ମିଲିୟନ ଡଲାର ପଠାଇଲା କ୍ରିପ୍ଟୋ ଡଟ୍ କମ୍ କମ୍ପାନୀ । ଅଭିଯୋଗ ପରେ ମହିଳାଙ୍କୁ ସମସ୍ତ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ମେଲବର୍ଣ୍ଣ: ୧୦୦ ଡଲାର ବଦଳରେ ଆକାଉଣ୍ଟକୁ ଆସିଲା ୧୦.୪ ମିଲିୟନ ଡଲାର । ଖୁସିରେ ସମ୍ପର୍କୀୟଙ୍କୁ ଦାମୀ ଉପହାର ଦେବାସହ ଟଙ୍କା ବାଣ୍ଟିଥିଲେ ମହିଳା । ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ବେଳେ ଅଭିଯୋଗ ପରେ ଆକାଉଣ୍ଟକୁ ସିଲଜ କରାଯାଇଥିଲା । ପରେ ସମସ୍ତ ଟଙ୍କା କ୍ରିପ୍ଟୋକରେନ୍ସି କମ୍ପାନୀକୁ ଫେରାଇବାକୁ ମହିଳାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ଥାନିୟ କୋର୍ଟ । ଏଭଳି ଘଟଣା ଘଟିଛି ଅଷ୍ଟ୍ରେଲିଆ ।

ଘଟଣାଟି ଥିଲା ଏମିତି

2021 ମସିହାରେ ଅଷ୍ଟ୍ରେଲିଆର ଏକ କ୍ରିପ୍ଟୋକରେନ୍ସି କମ୍ପାନୀ ହଠାତ୍ ଏହାର ଜଣେ ଗ୍ରାହକଙ୍କୁ 100 ଡଲାର ବଦଳରେ 10.4 ମିଲିୟନ୍ ଡଲାର ଦେଇଥିଲା । କ୍ରିପ୍ଟୋ ଡଟ୍ କମ୍ ନାମକ ଏକ କମ୍ପାନୀ ଟାଇପିଂରେ ଭୁଲ ହେତୁ 100 ଡଲାର ବଦଳରେ ମେଲବର୍ଣ୍ଣ ବାସିନ୍ଦା ଥିୱାମନୋଗରି ମନିବେଲଙ୍କୁ 10.4 ମିଲିୟନ ଡଲାର ଟ୍ରାଞ୍ଜାକ୍ସନ କରିଥିଲା । ଗତ ବର୍ଷ ମେ ମାସରେ କମ୍ପାନୀ ଭୁଲ ବଶତଃ ଏପରି କରିଥିଲା ।

ଅନ୍ୟପଟେ ମହିଳା ଗ୍ରାହକ ଜଣଙ୍କ ହଠାତ ଏତେ ଟଙ୍କା ପାଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରେ ଟଙ୍କା ଫେରସ୍ତ ପରିବର୍ତ୍ତେ ନିଜ ଭଉଣୀ ଓ ଝିଅଙ୍କ ମଧ୍ୟରେ ଏହି ଟଙ୍କାକୁ ଭାଗ ଭାଗ କରି ବାଣ୍ଟି ଦେଇଥିଲେ । ଏପରିକି ମହିଳା ଜଣକ ନିଜ ଭଉଣୀ ଥିଲାଗବତୀ ଗଙ୍ଗାଦୋରୀଙ୍କ ନିମନ୍ତେ 1.35 ମିଲିୟନ ଡଲାର ମୂଲ୍ୟର ଏକ ବିଳାସପୂର୍ଣ୍ଣ କୋଠା କିଣି ଉପହାର ସୁତ୍ରରେ ଦେଇଥିଲେ।କିନ୍ତୁ କ୍ରିପ୍ଟୋ ଡଟ୍ କମ୍ ନାମକ ଏହି କଂପାନୀର ଅଡିଟ କରୁଥିବା ଏକ୍ସଚେଞ୍ଜ ଫାର୍ମ ଡିସେମ୍ବର 2021ରେ ଅଡିଟ୍ କରିବା ସମୟରେ ଏପରି ହୋଇଥିବା ଜାଣିବାକୁ ପାଇଥିଲା । ଏନେଇ ମହିଳାଙ୍କ ସମେତ ଟଙ୍କା ବଣ୍ଟନ ହୋଇଥିବା ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା କମ୍ପାନୀ ।

କୋର୍ଟରେ ଦାଖଲ ହୋଇଥିବା ଦସ୍ତାବିଜ ଅନୁଯାୟୀ, ''କମ୍ପାନୀ ଭୁଲବଶତଃ 100 ଡଲାର ବଦଳରେ ମେଲବର୍ଣ୍ଣ ବାସିନ୍ଦା ଥିୱାମନୋଗରି ମନିବେଲଙ୍କୁ 10.4 ମିଲିୟନ ଡଲାର ଟ୍ରାଞ୍ଜାକ୍ସନ କରିଥିଲା । କିନ୍ତୁ ମହିଳା ଜଣଙ୍କ ଟଙ୍କା ଫେରାଇବା ପରିବର୍ତ୍ତେ ଏହି ଟଙ୍କାରେ ଅଏସ କରିବା ଆରମ୍ଭ କରିଦେଇଥିବା ଲେଖା ଯାଇଥିଲା'' ।

ଶୁକ୍ରବାର ଭିକ୍ଟୋରିୟନ ସୁପ୍ରିମକୋର୍ଟ ମନିୱେଲଙ୍କୁ ସୁଧ ସହିତ ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଘର ବିକ୍ରୟ କରି କ୍ରିପ୍ଟୋ ଏକ୍ସଚେଞ୍ଜ କମ୍ପାନୀକୁ ଟଙ୍କା ଫେରସ୍ତ କରିବାକୁ କୋର୍ଟ ମନିବେଲଙ୍କୁ କହିଛନ୍ତି । କମ୍ପାନୀ ଫେବୃଆରୀରେ କୋର୍ଟ କାଗଜପତ୍ର ଦାଖଲ କରି ମନିୱେଲଙ୍କ ଆକାଉଣ୍ଟକୁ ସିଲ୍ କରିଥିଲା । ତେବେ ସେତେବେଳକୁ ଟଙ୍କା ୫ଜଣଙ୍କ ଆକାଉଣ୍ଟକୁ ପଠାଯାଇସାରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.