ETV Bharat / international

Turkey-Syria Earthquake: ଭୂକମ୍ପରେ ଛାରଖାର ରାଷ୍ଟ୍ର, ମୃତ୍ୟୁସଂଖ୍ୟା ୧୧ ହଜାର ପାର୍

author img

By

Published : Feb 8, 2023, 8:23 PM IST

ବାରମ୍ବାର ଶକ୍ତିଶାଳୀ ଭୂମିକମ୍ପ ଝଟକାରେ ଛାରଖାର ହୋଇଛି ତୁର୍କୀ ଓ ସିରିଆ । ଏହି ୨ ରାଷ୍ଟ୍ରରେ ମୃତ୍ୟୁସଂଖ୍ୟା ୧୧ ହଜାର ପାର୍ ହୋଇଛି । ଏ ନେଇ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

Turkey Syria Earthquake death tolls
Turkey Syria Earthquake death tolls

ଅଙ୍କରା: ତୁର୍କୀ-ସିରିଆରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପ ସାରା ଦେଶକୁ ବ୍ୟତିବ୍ରସ୍ତ କରିଦେଇଛି । ଉଭୟ ରାଷ୍ଟ୍ରରେ ଶୁଭୁଥିବା ହାହାକାର ବିଶ୍ବବାସୀଙ୍କ ମନକୁ ଆନ୍ଦୋଳିତ କରିଛି । ଉଭୟ ରାଷ୍ଟ୍ର ସହରରେ ଗଦା ଗଦା ଅଟ୍ଟାଳିକାର ଭଗ୍ନାବଶେଷ ପଡ଼ି ରହିଛି । ଏହି ପ୍ରାକୃତିକ ବିପର୍ଯ୍ୟୟରେ ତୁର୍କୀ ଓ ସିରିଆରେ ମୋଟ ମୃତ୍ୟୁସଂଖ୍ୟା ୧୧ ହଜାର ପାର୍ ହୋଇଛି । ଏ ନେଇ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ସୂଚନା ମିଳିଛି । ଏବେ ମଧ୍ୟ ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ବେଳେ ଜାରି ରହିଛି ଉଦ୍ଧାର କାର୍ଯ୍ୟ ।

ଉଦ୍ଧାରକାରୀଙ୍କ କହିବାନୁସାରେ ମୃତ୍ୟୁସଂଖ୍ୟା ଆହୁରି ମଧ୍ୟ ବୃଦ୍ଧି ହୋଇପାରେ । କାରଣ ବଡ଼ ବଡ଼ ଅଟ୍ଟାଳିକା ଭାଙ୍ଗି ପଡ଼ିଥିବା ବେଳେ ଅନେକ ଲୋକ ଏହା ତଳେ ଫସି ରହିଛନ୍ତି । ତୁର୍କୀରେ ଏଯାବତ ୬୯୫୭ରୁ ଅଧିକ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୩୮ ହଜାର ଲୋକ ଆହତ ହୋଇଥିବା ରାଷ୍ଟ୍ରର ପରିବେଶ ମନ୍ତ୍ରୀ ମୁରାତ କୁରୁମ ବୁଧବାର ସୂଚନା ଦେଇଛନ୍ତି । ସେହିପରି ସିରିଆରେ ୨୫୩୦ରୁ ଅଧିକ ପ୍ରାଣହାନି ଘଟିଛି । ଭୂମିକମ୍ପରେ ଛାରଖାର ହୋଇଯାଇଥିବା ସହର ଗାଜିଆନଟେପକୁ ଛାଡ଼ିବାକୁ ଲୋକେ ଉଦ୍ୟମ ଆରମ୍ଭ କରିଛନ୍ତି । ଏହି ସହରର ଭୂମିକମ୍ପର କେନ୍ଦ୍ରସ୍ଥଳରୁ ପ୍ରାୟ ୩୩ କିଲୋମିଟର ଦୂରରେ ଅବସ୍ଥିତ ।

ଏହା ବି ପଢନ୍ତୁ- Turkey Earthquake: ଛାରଖାର ତୁର୍କୀ, 3ମାସ ପାଇଁ ଜାରି ହେଲା ଜାତୀୟ ଜରୁରୀ ସ୍ଥିତି

ଘରଗୁଡ଼ିକ ଭାଙ୍ଗିଯିବା ଫଳରେ ଅନେକ ଲୋକ ସପିଂମଲ୍‌, ଷ୍ଟାଡିୟମ, ମସଜିଦ ଓ କମ୍ୟୁନିଟି ସେଣ୍ଟରରେ ଆଶ୍ରୟ ନେଇଥିବା ବେଳେ ସହାୟତା ଲାଗି ଦାବି କରିଛନ୍ତି । ଲୋକେ ଭୟଭୀତ ହୋଇ ସହର ଛାଡୁଥିବାରୁ ବିମାନବନ୍ଦର ଓ ରାସ୍ତାଘାଟରେ ପ୍ରବଳ ଭିଡ଼ ଜମିଛି । ତୁର୍କୀ ଓ ସିରିଆରେ ଭୂମିକମ୍ପ ଦ୍ବାରା ପ୍ରଭାବିତ ହୋଇଥିବା ଲୋକଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଜାରି ରହିଛି । ଏଥିଲାଗି ଅନେକ ବିଦେଶୀ ରାଷ୍ଟ୍ର ସହଯୋଗର ହାତ ବଢାଇଛି । ଭାରତ ମଧ୍ୟ ତୁର୍କୀକୁ ସହାୟତା କରିବା ଲାଗି 'ଅପରେସନ ଦୋସ୍ତ' ଅଭିଯାନ ଆରମ୍ଭ କରିଛି ।

ଏହା ବି ପଢନ୍ତୁ- Turkey earthquake: ପ୍ରଥମେ ରେସ୍କ୍ୟୁ ଟିମ୍‌ ପଠାଇଥିଲା ଭାରତ, ପ୍ରଶଂସା କଲା ତୁର୍କୀ

ଉଦ୍ଧାରାକାରୀ ଟିମ୍‌ ପ୍ରଭାବିତ ଅଞ୍ଚଳ ଅଭିମୁଖେ ବାହାରିଛନ୍ତି । ତୁର୍କୀର ଦକ୍ଷିଣାଞ୍ଚଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ତେବେ ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକେ ଅତ୍ୟଧିକ ଥଣ୍ଡାରେ ପ୍ରାଣତ୍ୟାଗ କରିବା ପୂର୍ବରୁ ସେମାନଙ୍କୁ ସୁରକ୍ଷିତର ସହିତ ଉଦ୍ଧାର କରିବା ଲାଗି ଉଦ୍ୟମ ଜାରି ରହିଛି । ସିରିଆର ଉତ୍ତରାଞ୍ଚଳରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଥିବା ଜଣାପଡ଼ିଛି । ଉଭୟ ରାଷ୍ଟ୍ରରୁ ଶୀଘ୍ର ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ ଜାରି ରହିଛି । ଉଦ୍ଧାର କାର୍ଯ୍ୟ ବେଳେ ଅନେକ କୁନି ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଏହି ଉଦ୍ଧାର କାର୍ଯ୍ୟର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ।

ଆମେରିକା ଭୌଗୋଳିକ ସର୍ଭେର ରିପୋର୍ଟ ଅନୁସାରେ ଦୀର୍ଘ ୧୦୦ ବର୍ଷ ପୂର୍ବରୁ ତୁର୍କୀରେ ଏଭଳି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ତୁର୍କୀର ଗାଜିଆନଟେପ ଅଞ୍ଚଳରୁ ୨୩ କିଲୋମିଟର ଦୂରରେ ରହିଥିଲା । ଦୀର୍ଘ ବର୍ଷ ପରେ ପୁଣି ଏପରି ପ୍ରାକୃତିକ ବିପର୍ଯ୍ୟୟ ତୁର୍କୀବାସୀଙ୍କ ପାଇଁ ଦୁଃଖର ପାହାଡ ଆଣିଦେଇଛି । ସେପଟେ ମଙ୍ଗଳବାର ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନ ଭୂକମ୍ପ ପ୍ରଭାବିତ ୧୦ ପ୍ରଦେଶରେ ଆସନ୍ତା ୩ ମାସ ଲାଗି ଜାତୀୟ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.