ETV Bharat / bharat

Turkey earthquake: ପ୍ରଥମେ ରେସ୍କ୍ୟୁ ଟିମ୍‌ ପଠାଇଥିଲା ଭାରତ, ପ୍ରଶଂସା କଲା ତୁର୍କୀ

author img

By

Published : Feb 7, 2023, 8:25 PM IST

ତୁର୍କୀରେ ଭୂକମ୍ପ ପରେ ତୁରନ୍ତ ରେସ୍କ୍ୟୁ ଟିମ ପଠାଇଥିଲା ଭାରତ । ତୁର୍କୀ ରାଷ୍ଟ୍ରଦୂତ କହିଲେ ଭାରତ ଏକ ବନ୍ଧୁରାଷ୍ଟ୍ର । ଏପରି ସମୟରେ ଏହା ଏକ ବଡ ନୈତିକ ସହାୟତା । ଅଧିକ ପଢନ୍ତୁ

ପ୍ରଥମେ ଉଦ୍ଧରକାରୀ ଟିମ ପଠାଇଥିଲା ଭାରତ, ପ୍ରଶଂସା କଲା ତୁର୍କୀ
ପ୍ରଥମେ ଉଦ୍ଧରକାରୀ ଟିମ ପଠାଇଥିଲା ଭାରତ, ପ୍ରଶଂସା କଲା ତୁର୍କୀ

ନୂଆଦିଲ୍ଲୀ: ଗତକାଲି (ସୋମବାର) ଏକାଧିକ ଶକ୍ତିଶାଳୀ ଭୂକମ୍ପର ଝଟକାରେ ଛାରଖାର ହୋଇଯାଇଛି ତୁର୍କୀ ଓ ସିରିଆ । ଭୂକମ୍ପ ସମ୍ପର୍କରେ ସୂଚନା ମିଳିବା ପରେ ଭାରତ ତୁରନ୍ତ ସହଯୋଗର ହାତ ବଢାଇବା ପାଇଁ ନିଷ୍ପତ୍ତି ନେଇଥିଲା । ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳର ଏକାଧିକ ଟିମ୍‌ ସହ ମେଡିକାଲ ଟିମକୁ ତୁର୍କୀ ପଠାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ଦ୍ଦେଶ ଦେଇଥିଲେ । ଭାରତର ଏପରି ତତ୍କାଳ ସହଯୋଗ ଓ ସହାୟତାକୁ ପ୍ରଶଂସା କରିଛି ତୁର୍କୀ । ଆଜି ନୂଆଦିଲ୍ଲୀରେ ଅବସ୍ଥାପିତ ତୁର୍କୀର ରାଷ୍ଟ୍ରଦୂତ ଫିରାଟ ସୁନୀଲ ଏପରି ସମୟରେ ଭାରତର ଭୂମିକାକୁ ପ୍ରଶଂସା କରିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସୁନେଲ କହିଛନ୍ତି, "ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଦଳ ପଠାଉଥିବା ଦେଶମାନଙ୍କ ମଧ୍ୟରେ ଭାରତ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ଭାରତୀୟ ରେସ୍କ୍ୟୁ ଟିମକୁ ତୁର୍କୀ ପଠାଇବା ପାଇଁ ନିଷ୍ପତ୍ତି ହୋଇଥିଲା । ମୁଁ ମଧ୍ୟ ଉକ୍ତ ବୈଠକରେ ସାମିଲ ରହିଥିଲି । ଏକାଧିକ ଜାତୀୟ ପ୍ରଶମନ ବଳର ଟିମ ସହ ଜରୁରୀ ସାମଗ୍ରୀ ତୁର୍କୀରେ ଭାରତୀୟ ବାୟୁସେନାର ପରିବହନ ବିମାନ ଯୋଗେ ପହଞ୍ଚିସାରିଛି ।’’ଏପରି ସଙ୍କଟମୟ ସ୍ଥିତିରେ ଭାରତକୁ ଜଣେ “ବନ୍ଧୁ” ଭାବରେ ବର୍ଣ୍ଣନା କରି ସୁନୀଲ କହିଛନ୍ତି, ଏପରି ସମୟରେ ନୂଆଦିଲ୍ଲୀର ସାହାଯ୍ୟ ତୁର୍କୀ ପାଇଁ ଏକ ବଡ଼ ନୈତିକ ସମର୍ଥନ ବୋଲି ମଧ୍ୟ କହିଛନ୍ତି ।

ସେହିପରି ଭାରତକୁ ସହୟତା ପାଇଁ ବନ୍ଧୁ ବୋଲି ଦର୍ଶାଇ ଧନ୍ୟବାଦ ଦେବା ସହ ଭୂକମ୍ପରେ କ୍ଷୟକ୍ଷତି ଏବଂ ଆହତଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଦେଇ ସୁନେଲ କହିଛନ୍ତି, "ଗତକାଲି କିଛି ଘଣ୍ଟା ମଧ୍ୟରେ ତୁର୍କୀରେ ଏକାଧିକ ଥର ଭୂକମ୍ପ ଘଟିଛି । ତୁର୍କୀ ଗଭୀର ଭାବେ ପ୍ରଭାବିତ ହୋଇଛି । ବିଶେଷ କରି ଦକ୍ଷିଣ-ପୂର୍ବ ତୁର୍କୀର 10ଟି ପ୍ରଦେଶରେ ପ୍ରାୟ 14 ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି । ପାଶ୍ଚାତ୍ୟ ଦେଶ ଇତିହାସରେ ଏହା ସବୁଠାରୁ ଭୟଙ୍କର ଭୂକମ୍ପ ବୋଲି ମଧ୍ୟ କୁହାଯାଉଛି । ଉଦ୍ଧାରକାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ଏକାଧିକ ଦେଶର ରେସ୍କ୍ୟୁ ଟିମ ଏଥିରେ ସାମିଲ ହୋଇଛନ୍ତି ।’’

ଗତକାଲି ତୁର୍କୀରେ ଭୟଙ୍କର ଭୂକମ୍ପ ସୂଚନା ମିଳିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ପରେ ଜାତୀୟ ପ୍ରଶମନ ବଳ, ମେଡିକାଲ ଟିମକୁ ତୁରନ୍ତ ତୁର୍କୀ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସି-17 ଗ୍ଲୋବମାଷ୍ଟର ଏୟାରକ୍ରାଫ୍ଟରେ ଜରୁରୀ ସାମଗ୍ରୀ ସହ ଭାରତୀୟ ରେସ୍କ୍ୟୁ ଓ ମେଡିକାଲ ଟିମ୍‌ ତୁର୍କୀରେ ପହଞ୍ଚି ଉଦ୍ଧାର ଅପରେସନସ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.