ETV Bharat / international

Turkey Earthquake: ଛାରଖାର ତୁର୍କୀ, 3ମାସ ପାଇଁ ଜାରି ହେଲା ଜାତୀୟ ଜରୁରୀ ସ୍ଥିତି

author img

By

Published : Feb 7, 2023, 7:40 PM IST

ତୁର୍କୀରେ ଜାରି ହେଲା ଜାତୀୟ ଜରୁରୀ ସ୍ଥିତି । ମୃତ୍ୟୁ ସଂଖ୍ୟା 5ହଜାର ପାର । ଏବେ ମଧ୍ୟ ହଜାର ହଜାର ନିଖୋଜ । ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଅଧିକ ପଢନ୍ତୁ

ଛାରଖାର ତୁର୍କୀ, ଜାରି ହେଲା ଜାତୀୟ ଜରୁରୀ ସ୍ଥିତି
ଛାରଖାର ତୁର୍କୀ, ଜାରି ହେଲା ଜାତୀୟ ଜରୁରୀ ସ୍ଥିତି

ହାଇଦ୍ରାବାଦ: ବାରମ୍ବାର ଶକ୍ତିଶାଳୀ ଭୂକମ୍ପରେ ଛାରଖାର ତୁର୍କୀ ଓ ସିରିଆ । ସର୍ବାଧିକ ପ୍ରଭାବିତ ହୋଇଛି ତୁର୍କୀ । ଏବେ ପର୍ଯ୍ୟନ୍ତ ପ୍ରାୟ 5ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟି ସାରିଥିବା ବେଳେ ହଜାର ହଜାର ଲୋକ ଏବେ ମଧ୍ୟ ନିଖୋଜ ଅଛନ୍ତି । ଅଣାୟତ ସ୍ଥିତିକୁ ଦେଖି ତୁର୍କୀରେ ଜାତୀୟ ଜରୁରୀକାଳୀନ ସ୍ଥିତି ଘୋଷଣା ହୋଇଛି । ରାଷ୍ଟ୍ରପତି ଏର୍ଡୋଗାନ ଆଜି (ମଙ୍ଗଳବାର) ତୁର୍କୀର ଭୂକମ୍ପ ପ୍ରଭାବିତ 10 ପ୍ରଦେଶରେ ଆସନ୍ତା 3 ମାସ ପାଇଁ ଜାତୀୟ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି । ଏନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି ।

ଗତକାଲି ଲଗାତର ଏକାଧିକ ଭୂକମ୍ପରେ ତୁର୍କୀ ଛାରଖାର ହୋଇଯାଇଛି । ଆଜି ମଧ୍ୟ କେତେକ ସ୍ଥାନରେ କମ୍ପନ ଅନୁଭବ ହୋଇଛି । ଏହା ଗତକାଲି ଭୂକମ୍ପର ପାର୍ଶ୍ବ ପ୍ରଭାବ ବୋଲି କୁହାଯାଉଛି । ତୁର୍କୀର ପ୍ରାୟ 10 ପ୍ରଦେଶ ଗମ୍ଭୀର ଭାବେ ପ୍ରଭାବିତ ହୋଇଛନ୍ତି । ସହର ଗୁଡିକ ଧ୍ବଂଶାବଶେଷରେ ପରିଣତ ହୋଇଛି । ରାସ୍ତାଘାଟ, ଯୋଗାଯୋଗ ଓ ଭିତ୍ତିଭୂମି ସବୁକିଛି ଛାରଖାର ହୋଇଯାଇଛି । ଅଟ୍ଟାଳିକାର ଭଗ୍ନାବଶେଷଗୁଡିକ ତଳୁ ଜୀବନ୍ତଙ୍କୁ ଉଦ୍ଧାର ପାଇଁ ଖୋଜୁଛନ୍ତି ବିଭିନ୍ନ ଦେଶରୁ ଯାଇଥିବା ଉଦ୍ଧାରକାରୀ ଟିମ ।

ଏବେ ସୁଦ୍ଧା ମୃତ୍ୟୁ ସଂଖ୍ୟା ପ୍ରାୟ 5 ହଜାରରୁ ଅଧିକ ରହିଥିବା ଅନୁମାନ କରାଯାଉଛ । ଏବେ ମଧ୍ୟ ବିଭିନ୍ନ ସହରରେ ଭଗ୍ନ କୋଠା ତଳୁ ମୃତାହତଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଜାରି ରହିଛି । ଭାରତ ସମେତ ବିଭିନ୍ନ ଦେଶରୁ ଯାଇଥିବା ରେସକ୍ୟୁ ଟିମ ମିଳିତ ଭାବେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛନ୍ତି । ସମଗ୍ର ତୁର୍କୀ ଏବେ ଅନ୍ଧକାର ରହିଛି । ସଡକ ଯୋଗାଯୋଗ, ବିଦ୍ୟୁତ ସରବରାହ ଓ ଟେଲି ଯୋଗାଯୋଗ ମଧ୍ୟ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଛି । ପ୍ରବଳ ଥଣ୍ଡା ଓ ଅନ୍ଧାରରେ ହଜାର ହଜାର ତୁର୍କୀବାସୀ ଏବେ କାଳତିପାତ କରୁଛନ୍ତି ।

ବିଭିନ୍ନ ଦେଶରୁ ସହାୟତାର ସୁଅ ଛୁଟିବାରେ ଲାଗିଛି । ଗତକାଲି ଏପରି ଭୟଙ୍କର ଭୂକମ୍ପ ସୂଚନା ମିଳିବା ପରେ ଭାରତ ତୁରନ୍ତ ରେସ୍କ୍ୟୁ ଅପରେସନରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଥିଲା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଭୂକମ୍ପର ସ୍ଥିତି ସମୀକ୍ଷା କରାଯିବା ପରେ ଜାତୀୟ ପ୍ରଶମନ ବଳ, ମେଡିକାଲ ଟିମକୁ ତୁର୍କୀ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜରୁରୀ ସାମଗ୍ରୀ ସହ ଭାରତୀୟ ରେସ୍କ୍ୟୁ ଓ ମେଡିକାଲ ଟିମ୍‌ ତୁର୍କୀରେ ପହଞ୍ଚି ଉଦ୍ଧାର ଅପରେସନ ଆରମ୍ଭ କରିସାରିଛନ୍ତି । ବାୟୁସେନାର ସି-17 ଗ୍ଲୋବମାଷ୍ଟର ଏୟାରକ୍ରାଫ୍ଟରେ ତୁର୍କୀରେ ପହଞ୍ଚିଛନ୍ତି ଏନଡିଆରଏଫ ଯବାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.