ETV Bharat / international

ମେଡିସିନ୍‌ରେ ସ୍ୱାଣ୍ଟେ ପାବୋଙ୍କୁ ନୋବେଲ ପୁରସ୍କାର

author img

By

Published : Oct 3, 2022, 4:31 PM IST

Updated : Oct 3, 2022, 4:52 PM IST

Svante Paabo awarded with Nobel Prize for in Medicine or Physiology
ମାନବ ବିବର୍ତ୍ତନରେ ଆବିଷ୍କାର, ସ୍ବିଡେନ୍‌ର ସ୍ବାଣ୍ଟେ ପାବୋଙ୍କୁ ନୋବେଲ ପୁରସ୍କାର

ଘୋଷଣା ହେଲା ବର୍ଷ ୨୦୨୨ର ନୋବେଲ ପୁରସ୍କାର ବିଜେତା । ମେଡିସିନ୍‌ ଓ ମନୋବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳ ଗବେଷଣା ଯୋଗୁଁ ସ୍ବିଡେନ୍‌ର ସ୍ବାଣ୍ଟେ ପାବୋଙ୍କୁ ଏହି ପୁରସ୍କାରରେ ସମ୍ମାନିତ ହେବେ(Svante Paabo awarded with Nobel Prize) । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଚଳିତ ବର୍ଷ ମେଡିସିନ୍‌ ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର । ସ୍ବିଡେନ୍‌ର ସ୍ବାଣ୍ଟେ ପାବୋ ପିଜିଓଲଜି ତଥା ମେଡିସିନ୍‌ରେ ନୋବେଲ୍‌ ପୁରସ୍କାରରେ ସମ୍ମାନିତ ହେବେ(Svante Paabo awarded with Nobel Prize) । ମାନବ ବିବର୍ତ୍ତନ ସଂପର୍କିତ ଗବେଷଣା ପାଇଁ ସେ ଏହି ପୁରସ୍କାରରେ ସମ୍ମାନିତ ହେବେ । ମାନବ ବିବର୍ତ୍ତନ ଓ ବିରଳ ହୋମିନିନର ଜିନୋମ୍‌କୁ ନେଇ ଅନେକ କିଛି ଆବିଷ୍କାର କରିଛନ୍ତି ସ୍ବାଣ୍ଟେ । ଏଥିପାଇଁ ତାଙ୍କୁ ନୋବେଲ ପୁରସ୍କାର ସମ୍ମାନରେ ସମ୍ମାନିତ କରାଯିବା ନେଇ ପୁରସ୍କାର ପ୍ରଦାନକାରୀ ସଂସ୍ଥା ପକ୍ଷରୁ ଘୋଷଣା ହୋଇଛି ।

  • BREAKING NEWS:
    The 2022 #NobelPrize in Physiology or Medicine has been awarded to Svante Pääbo “for his discoveries concerning the genomes of extinct hominins and human evolution.” pic.twitter.com/fGFYYnCO6J

    — The Nobel Prize (@NobelPrize) October 3, 2022 " class="align-text-top noRightClick twitterSection" data=" ">

ସ୍ବିଡେନସ୍ଥିତ କାରୋଲିନ୍‌ସ୍କା ଅନୁଷ୍ଠାନରେ ନୋବେଲ ସଂସଦ ସ୍ବାଣ୍ଟେ ପାବୋଙ୍କୁ ଚିକିତ୍ସା କ୍ଷେତ୍ରରେ ନୋବେଲ ପୁରସ୍କାର ୨୦୨୨ ଦେବାକୁ ଘୋଷଣା କରିଛି । ୨୦୨୨ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା ଆରମ୍ଭ ହୋଇଯାଇଛି । ପ୍ରଥମେ ଚିକିତ୍ସା କ୍ଷେତ୍ରରେ ସ୍ବାଣ୍ଟେ ପାବୋଙ୍କ ନାମ ଏହି ସମ୍ମାନଜନକ ପୁରସ୍କାର ପାଇଁ ଘୋଷଣା କରାଯାଇଛି ।

ଅକ୍ଟୋବର ୧୦ ତାରିଖରେ ନୋବେଲ ଶାନ୍ତି, ଅର୍ଥଶାସ୍ତ୍ର ପାଇଁ ପୁରସ୍କାର ଘୋଷଣା କରାଯିବ । ଗତଥର ମେଡିକାଲ ଜଗତରେ ନୂଆ ଆବିଷ୍କାର ପାଇଁ ଡେଭିଡ୍‌ ଜୁଲିୟସ ଓ ଆର୍ଡେମ୍‌ ପାଟ୍ଟାପୁଟ୍ୟୁନ୍‌ଙ୍କୁ ପୁରସ୍କୃତ କରାଯାଇଥିଲା । ଏହିଦୁଇଜଣ ମାନବ ଶରୀରରେ ତାପମାତ୍ରା ଓ ସ୍ପର୍ଶକୁ କେଉଁଭଳି ଭାବରେ ଅନୁଭବ କରି ହେଉଛି ତାହାକୁ ନେଇ ଆଧାରିତ ଏକ ଗବେଷଣା କରିଥିଲେ ।

ବିଜ୍ଞାନ କ୍ଷେତ୍ରରେ ଏକ ସମ୍ମାନଜନକ ପୁରସ୍କାର ହେଉଛି ନୋବେଲ ପୁରସ୍କାର । ପ୍ରତିବର୍ଷ ସ୍ବିଡେନ୍‌ର କାରୋଲିନ୍‌ସ୍କା ଅନୁଷ୍ଠାନ ପକ୍ଷରୁ ଏହି ପୁରସ୍କାର ଘୋଷଣା କରାଯାଇଥାଏ । ସ୍ବାଣ୍ଟେ ପାବୋ ଏହି ପୁରସ୍କାର ବାବଦକୁ ୯ ଲକ୍ଷ ୩୫୭ ସ୍ବିଡିସ୍‌ କ୍ରାଉନ୍‌ସ ପାଇବେ । ଚଳିତ ବର୍ଷର ଏହା ପ୍ରଥମ ନୋବେଲ ପୁରସ୍କାର ଘୋଷଣା । ବିଜ୍ଞାନ ସହିତ, ସାହିତ୍ୟ, ଶାନ୍ତି କ୍ଷେତ୍ର ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ନଜିର ରହିଛି । ୧୯୦୧ ମସିହାରୁ ଏହି ସମ୍ମାନଜନକ ପୁରସ୍କାର ପ୍ରଧାନ ପ୍ରଥା ଆରମ୍ଭ ହୋଇଛି ।

ସ୍ବିଡିସ୍‌ ଉଦ୍ଭାବକ ତଥା ବିତ୍ତଶାଳୀ ଉଦ୍ୟୋଗୀ ଆଲ୍‌ଫ୍ରେଡ୍‌ ନୋବେଲ ଏହି ପୁରସ୍କାର ପ୍ରଦାନ କରିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଅର୍ଥଶାସ୍ତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମଧ୍ୟ ଏହି ପୁରସ୍କାର ପ୍ରଦାନ କରାଯାଇଛି । କୋରୋନା ସଂକ୍ରମଣ ଯୋଗୁଁ ଗତଦୁଇ ବର୍ଷ ହେଲା ନୋବେଲ ପୁରସ୍କାର ଘୋଷଣା ବନ୍ଦ ରହିଥିଲା ।

Last Updated :Oct 3, 2022, 4:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.