ETV Bharat / international

ଶ୍ରୀଲଙ୍କାରେ ତୈଳ ସଙ୍କଟ: ବନ୍ଦ ହେଲା ସମସ୍ତ ସ୍କୁଲ

author img

By

Published : Jul 4, 2022, 11:44 AM IST

ଶ୍ରୀଲଙ୍କାରେ ତୈଳ ସଙ୍କଟ: ବନ୍ଦ ହେଲା ସମସ୍ତ ସ୍କୁଲ
ଶ୍ରୀଲଙ୍କାରେ ତୈଳ ସଙ୍କଟ: ବନ୍ଦ ହେଲା ସମସ୍ତ ସ୍କୁଲ

ଆର୍ଥିକ ସଙ୍କଟ ମଧ୍ୟରେ ଅସ୍ଥିର ଶ୍ରୀଲଙ୍କା । ଉତ୍କଟ ଅର୍ଥନୈତିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କା ସ୍ଥିତି ବେହାଲ । ତୈଳ ସଙ୍କଟ ଯୋଗୁଁ ଶ୍ରୀଲଙ୍କାରେ ଆଜି ଠାରୁ ସମସ୍ତ ସ୍କୁଲକୁ ବନ୍ଦ କରାଯାଇଛି । ଅଧିକ ପଢନ୍ତୁ

କଲମ୍ବୋ: ଆର୍ଥିକ ସଙ୍କଟ ମଧ୍ୟରେ ଅସ୍ଥିର ଶ୍ରୀଲଙ୍କା । ଉତ୍କଟ ଅର୍ଥନୈତିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କା ସ୍ଥିତି ବେହାଲ । ଦେଶରେ ଖାଦ୍ୟ ସଙ୍କଟ ଦେଖାଦେଇଥିବା ବେଳେ ଇନ୍ଧନ ମଧ୍ୟ ଅଭାବ ହୋଇଛି । ବିଜୁଳି ଠାରୁ ଆରମ୍ଭ କରି ଔଷଧ ପରି ଜରୁରୀ ସାମଗ୍ରୀର ଅଭାବ ସହ ଯୁଝୁଛନ୍ତି ଦେଶବାସୀ । ଦେଶର ଅର୍ଥନୀତି ଏକ ପ୍ରକାର ଭୁଶୁଡି ପଡିଥିବା ବେଳେ ବୈଦେଶିକ ମୁଦ୍ରା ପାଣ୍ଠି ମଧ୍ୟ ଶେଷ ହୋଇଗଲାଣି । ଶ୍ରୀଲଙ୍କାର ଏଭଳି ପରିସ୍ଥିତିରେ ସହଯୋଗର ହାତ ବଢାଉଛନ୍ତି ଅନେକ ପଡୋଶୀ ଦେଶ । ଏହି ସଙ୍କଟ ବର୍ତ୍ତମାନ ଶିକ୍ଷାକ୍ଷେତ୍ର ଉପରେ ପଡିଛି । ତୈଳ ସଙ୍କଟ ଯୋଗୁଁ ଶ୍ରୀଲଙ୍କାରେ ଆଜି ଠାରୁ ସମସ୍ତ ସ୍କୁଲକୁ ବନ୍ଦ କରାଯାଇଛି । ଏନେଇ ଆଜି(ସୋମବାର) ଘୋଷଣା କରିଛନ୍ତି ଶ୍ରୀଲଙ୍କାର ଶିକ୍ଷାମନ୍ତ୍ରୀ ।

ମନ୍ତ୍ରୀ କହିଛନ୍ତି ଯେ, ଛୁଟି ଯୋଗୁଁ ବ୍ୟାହତ ହୋଇଥିବା ପାଠପଢା ଆସନ୍ତା ଭେକେସନରେ ପଢାଯିବ । ତେବେ ଏହା ପୂର୍ବରୁ ଜୁନ୍‌ ୧୮ତାରିଖରେ ମଧ୍ୟ ଶ୍ରୀଲଙ୍କା ସରକାର ସପ୍ତାହକ ପାଇଁ ସ୍କୁଲ ଗୁଡ଼ିକ ବନ୍ଦ ଘୋଷଣା କରିଥିଲେ । ଶ୍ରୀଲଙ୍କାର ଶିକ୍ଷାମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଦୀର୍ଘ ସମୟ ବିଜୁଳି କାଟ ଯୋଗୁଁ କଲମ୍ବୋ ନଗରୀ ଅନ୍ତର୍ଗତ ତଥା ଅନ୍ୟାନ୍ୟ ପ୍ରଦେଶରେ ଥିବା ମୁଖ୍ୟ ନଗରୀ ଗୁଡ଼ିକରେ ଥିବା ସମସ୍ତ ସରକାରୀ ଓ ସରକାରୀ ଅନୁମୋଦିତ ଘରୋଇ ସ୍କୁଲ୍‌ ସବୁ ଆଗାମୀ ସପ୍ତାହରେ ବନ୍ଦ ରହିବ ।

ଶିକ୍ଷା ସଚିବ ନିହାଲ ରଣସିଙ୍ଘେ କହିଛନ୍ତି,"ସ୍କୁଲ ଗୁଡ଼ିକ ଅନଲାଇନ କ୍ଲାସ କରିପାରିବେ। ସେହିପରି ଡିଭିଜନାଲ ସ୍ତରରେ ଥିବା ସ୍କୁଲ ଗୁଡ଼ିକ କମ ସଂଖ୍ୟକ ପିଲାଙ୍କୁ ନେଇ କ୍ଲାସ କରିପାରିବେ । ଯେଉଁ ସବୁ ସ୍ଥାନରେ ପରିବହନ ସମସ୍ୟା ନଥିବ, ସେଠାରେ କ୍ଲାସ ହୋଇ ପାରିବ । ସକାଳ ୮ଟାରୁ ଦିନ ୧ଟା ଯାଏ ଅନଲାଇନ କ୍ଲାସ ପାଇଁ ବିଜୁଳି କାଟ ହେବନି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.