ETV Bharat / international

Sri Lanka Crisis: ଅଶାନ୍ତ ଶ୍ରୀଲଙ୍କା, ପୁଣି ଲାଗିଲା ଜରୁରୀ ପରିସ୍ଥିତି

author img

By

Published : Jul 13, 2022, 12:19 PM IST

Sri Lanka Crisis: ଶ୍ରୀଲଙ୍କାରେ ପୁଣି ଜରୁରୀ ପରିସ୍ଥିତି
Sri Lanka Crisis: ଶ୍ରୀଲଙ୍କାରେ ପୁଣି ଜରୁରୀ ପରିସ୍ଥିତି

ଜଳୁଛି ଶ୍ରୀଲଙ୍କା । ଦେଶରେ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୁଣି ଲାଗୁ ହେଲା ଜରୁରୀ ପରିସ୍ଥିତି । ଅଧିକ ପଢନ୍ତୁ

କଲମ୍ବୋ: ଅଶାନ୍ତ ରହିଛି ଶ୍ରୀଲଙ୍କା । ଆର୍ଥିକ ସଙ୍କଟ ଉଗ୍ର ରୂପ ନେଇଛି । ଚାରିଆଡେ ହିଂସାତ୍ମକ ଆନ୍ଦୋଳନ ଚାଲିଥିବା ବେଳେ ଆନ୍ଦୋଳନକାରୀ ରାଷ୍ଟ୍ରପତି ଭବନକୁ କବ୍‌ଜା କରିଛନ୍ତି । ପରିସ୍ଥିତି ଅଣାୟତ୍ତ ରହିଥିବାର ଦେଖି ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ପୁଣି ଥରେ ଦେଶରେ ଜାରି ହୋଇଛି ଜରୁରୀ ପରିସ୍ଥିତି । ଆଜି ପୁନର୍ବାର ଅଶାନ୍ତ ଦେଶରେ ଜରୁରୀ ପରିସ୍ଥିତ ଘୋଷଣା କରାଯାଇଛି । ସେପଟେ ରାଷ୍ଟ୍ରପତି ଗୋଟାବାୟା ରାଜପାକସେ ଜୀବନ ରକ୍ଷା ଭୟରେ ଦେଶ ଛାଡି ପଳାୟନ କରିଥିବା ଚର୍ଚ୍ଚା ହେଉଛି ।

Sri Lanka Crisis: ଅଶାନ୍ତ ଶ୍ରୀଲଙ୍କା, ପୁଣି ଲାଗିଲା ଜରୁରୀ ପରିସ୍ଥିତି
Sri Lanka Crisis: ଅଶାନ୍ତ ଶ୍ରୀଲଙ୍କା, ପୁଣି ଲାଗିଲା ଜରୁରୀ ପରିସ୍ଥିତି

ଅନ୍ୟପଟେ ଆଜି ଶହ ଶହ ବିକ୍ଷୋଭକାରୀ କଲୋମ୍ବୋ ସ୍ଥିତ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଧସେଇ ପଶିଛନ୍ତି । ଏହି ସମୟରେ ସୁରକ୍ଷାକର୍ମୀ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ସେମାନଙ୍କୁ ଅଟକାଇବା ପାଇଁ ସୁରକ୍ଷାକର୍ମୀ ଲୁହାବୁହା ଗ୍ୟାସ୍ ପ୍ରୟୋଗ କରିଛି । ଏହାସତ୍ତ୍ବେ ମଧ୍ୟ ଆନ୍ଦୋଳନକାରୀ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପଶିଛନ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.