କୋଇଲା ଖଣିକୁ ନେଇ ରକ୍ତାକ୍ତ ସଂଘର୍ଷ, 16 ମୃତ

author img

By

Published : May 16, 2023, 9:17 AM IST

tribal feud over coal mine dispute in Pakistan

କୋଇଲା ଖଣିକୁ ନେଇ ଦୁଇ ଆଦିବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । 16 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

କରାଚି: କୋଇଲା ଖଣିକୁ ନେଇ ରକ୍ତାକ୍ତ ସଂଘର୍ଷ । ଦୁଇ ଆଦିବାସୀ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିବାରୁ 16ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ପାକିସ୍ତାନର ଡାରା ଆଡାମଖେଲ କୋହାଟରେ ଥିବା ଏକ କୋଇଲା ଖଣିକୁ ନେଇ ବିବାଦ ଦେଖା ଦେବା ପରେ ରଣକ୍ଷେତ୍ର ପାଲଟିଯାଇଥିଲା କୋହଟର ଏକ ପାହାଡିଆ ଅଞ୍ଚଳ ।

ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସୁନୀକେଲ ଏବଂ ଅଖୋରୱାଲ ନାମକ ଦୁଇ ଜନଜାତିଙ୍କ ମଧ୍ୟରେ କୋଇଲା ଖଣିକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଯାହା ପରମୁହୁର୍ତ୍ତରେ ଉଗ୍ରରୂପ ଧାରଣା କରିଥିଲା । ପରସ୍ପର ମୁହାଁମୁହିଁ ହେବାରୁ ଦୁଇ ଆଦିବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଆରମ୍ଭ ହୋଇଥିଲା । ଫଳରେ ଘଟଣାସ୍ଥଳରେ 14 ଜଣଙ୍କର ମୃତ୍ୟୁ ହୋଇଥିଲା । ବୁଲଣ୍ଡାରି ପାହାଡି ସମ୍ପ୍ରଦାୟର ଦୁଇ ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା ।

କୋହାଟ ପୋଲିସ ମୁଖପାତ୍ରଙ୍କ କହିବା ଅନୁଯାୟୀ, ଦୁଇ ଆଦିବାସୀଙ୍କ ମଧ୍ୟରେ ପ୍ରଥମେ କୋଇଲା ଖଣିକୁ ନେଇ ବିବାଦ ଉପୁଜିଥିଲ । ଉଭୟ ବୁଲଣ୍ଡାରି ପାହାଡି ସମ୍ପ୍ରଦାୟର ହୋଇଥିବା ବେଳେ ପରମୁହୁର୍ତ୍ତରେ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା । ଏକ ପାହାଡ଼ ଉପରେ ଗୋଷ୍ଠୀ ସଂଘର୍ଷ ଘଟିଥିବା ବେଳେ 16 ଜଣଙ୍କର ମୃତ୍ୟୁ ହୋଇଛି । ଏନେକ ଆହତ ହୋଇଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଗଣମାଧ୍ୟମ ଏନେଇ ରିପୋର୍ଟ କରିଛି ।

ଏହା ମଧ୍ୟ ପଢନ୍ତୁ-ପାକ ସେନା ମୋତେ ୧୦ ବର୍ଷ ଜେଲରେ ରଖିବାକୁ ଷଡ଼ଯନ୍ତ୍ର କରୁଛି: ଇମ୍ରାନ

ଏହି ଘଟଣା ନେଇ ଡାରା ଆଦମଖେଲ ପୋଲିସ ଷ୍ଟେସନରେ ଏକ ମାମଲା ପଞ୍ଜିକୃତ ହୋଇଛି । କୋଇଲା ଖଣିକୁ ନେଇ ଦୁଇ ଆଦିବାସୀ ଜନଜାତି ସୁନୀକେଲ ଏବଂ ଅଖୋରୱାଲ ମଧ୍ୟରେ ବିବାଦ ଦୀର୍ଘ ଦିନ ଧରି ଚାଲିଆସୁଥିଲା । ଯାହାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିବାରୁ ଏକାଧିକ ଆହତ ହୋଇଥିବା ବେଳେ 16 ଜଣଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା । ଦୀର୍ଘ ଦିନ ଧରି ଏପରି ବିବାଦ ଲାଗିରହିଥିବା ଆହତମାନେ କହିଛନ୍ତି । ସମସ୍ତ ଆହତକଙ୍କୁ ପେଶାଓ୍ବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହି ଘଟଣାରେ ପୋଲିସ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରିଛି ନା ନାହିଁ ତାହା ଅସ୍ପଷ୍ଟ ରହିଛି । ତଦନ୍ତ ପରେ ପୋଲିସ ଦୁଇ ଗୋଷ୍ଠୀର କିଛି ଲୋକଙ୍କୁ ଗିରଫ କରିପାରେ । ଆହତ ମାନଙ୍କର ଚିକିତ୍ସା ଜାରି ରହିଛି । ତେବେ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ପୋଲିସର ଅଧିକ ତଦନ୍ତ ପରେ ତାହା ସ୍ପଷ୍ଟ ହେବ । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.