ପାକ ସେନା ମୋତେ ୧୦ ବର୍ଷ ଜେଲରେ ରଖିବାକୁ ଷଡ଼ଯନ୍ତ୍ର କରୁଛି: ଇମ୍ରାନ

author img

By

Published : May 15, 2023, 2:35 PM IST

imran khan

ପାକ ସେନା ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ୍‌ରେ ରଖିବାକୁ ଷଡ଼ଯନ୍ତ୍ର କରୁଥିବା ନେଇ ସେ ଦାବି କରିଛନ୍ତି । ଲାହୋର ସ୍ଥିତ ବାସଭାବନରେ ପିଟିଆଇ ନେତାଙ୍କ ବୈଠକ ପରେ ସୋମବାର ଏଭଳି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଅଧିକ ପଢନ୍ତୁ

ଲାହୋର: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କ ଗିରଫ ଉଗ୍ର ଜନ ଅସନ୍ତୋଷ ଜାରି ରହିଛି । ୭୦ ବର୍ଷୀୟ ଇମ୍ରାନଙ୍କ ନାମରେ ୧୦୦ରୁ ଅଧିକ ମାମଲା ରୁଜୁ ହୋଇଛି । ଗିରଫ ହୋଇ ସେ ଜାମିନରେ ରହିଛନ୍ତି । ଏହାରି ଭିତରେ ଚର୍ଚ୍ଚାକୁ ଆସିଛି ଇମ୍ରାନ ଖାନଙ୍କ ଏକ ଟ୍ବିଟ୍‌ । ସେ ଦାବି କରି କହିଛନ୍ତି ଯେ, ଦେଶଦ୍ରୋହ ଆରୋପରେ ଦେଶର ଶକ୍ତିଶାଳୀ ସାମରିକ ପ୍ରତିଷ୍ଠାନ ତାଙ୍କୁ ୧୦ ବର୍ଷ ଯାଏଁ ଜେଲ୍‌ରେ ରଖିବା ପାଇଁ ଯୋଜନା କରୁଛି । ଲାହୋର ସ୍ଥିତ ବାସଭାବନରେ ପିଟିଆଇ ନେତାଙ୍କ ବୈଠକ ପରେ ସୋମବାର ଏଭଳି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ।

  • So now the complete London plan is out. Using pretext of violence while I was inside the jail, they have assumed the role of judge, jury and executioner. The Plan now is to humiliate me by putting Bushra begum in jail, and using some sedition law to keep me inside for next ten…

    — Imran Khan (@ImranKhanPTI) May 14, 2023 " class="align-text-top noRightClick twitterSection" data=" ">

ଆଜି(ସୋମବାର) ସକାଳେ ପିଟିଆଇ ମୁଖ୍ୟ ଟ୍ବିଟ୍‌ କରି କହିଛନ୍ତି,"ବର୍ତ୍ତମାନ ଲଣ୍ଡନର ପୁରା ପ୍ଲାନ୍‌ ସାମ୍ନାକୁ ଆସିଛି । ଯେତେବେଳେ ମୁଁ ଜେଲ୍‌ରେ ଥିଲି ସେତେବେଳେ ସେମାନେ ହିଂସା ବାହାନା କରି ବିଚାରପତି, ଖଣ୍ଡପୀଠ ଏବଂ ନିର୍ବାହୀ ଅଧିକାରୀଙ୍କ ଦାୟିତ୍ବ ତୁଲାଇଥିଲେ । ବର୍ତ୍ତମାନ ବୁଶ୍ରା ବେଗମ୍ (ଇମ୍ରାନ ଖାନ୍‌ଙ୍କ ପତ୍ନୀ)କୁ ଜେଲରେ ରଖି ଦେଶଦ୍ରୋହ ମାମଲା ରୁଜୁ କରି ଆସନ୍ତା 10 ବର୍ଷ ମୋତେ ଜେଲ୍‌ରେ ରଖିବା ପାଇଁ ଯୋଜନା କରାଯାଉଛି ।"

ଏହା ମଧ୍ୟ ପଢନ୍ତୁ: Corruption Case: ଇମ୍ରାନଙ୍କୁ ୨ ସପ୍ତାହ ଜାମିନ ଦେଲେ ଇସଲାମବାଦ ହାଇକୋର୍ଟ

ସେ ଆହୁରି ମଧ୍ୟ କହିଛନ୍ତି, "ଲୋକମାନେ ଯେଉଁଭଳି ଭାବେ କିଛି ପ୍ରତିକ୍ରିୟା ପ୍ରକାଶ କରିବେ ନାହିଁ ସେଥିପ୍ରତି ସେମାନେ ଦୁଇଟି କାର୍ଯ୍ୟ କରିଛନ୍ତି । ପ୍ରଥମେ ପିଟିଆଇ ନାଗରିକ ନୁହନ୍ତି ବରଂ ସାଧାରଣ ନାଗରିକଙ୍କୁ ମଧ୍ୟ ଆତଙ୍କିତ କରାଯାଇଥିଲା । ଦ୍ବିତୀୟଟି ହେଲା ମିଡିଆକୁ ସମ୍ପୁର୍ଣ୍ଣ ଭାବେ ନିୟନ୍ତ୍ରିତ କରାଯାଇଛି । 'ଅପରାଧୀ' ଯେପରି ଭାବେ 'ଚାଦର ଏବଂ ଚାର୍ ଦିୱାରୀ'ର ପବିତ୍ରତାକୁ ଉଲ୍ଲଂଘନ କରୁଛନ୍ତି ଅର୍ଥାତ ଏହି ଅପରାଧୀମାନେ ଯେଉଁଭଳି ଭାବରେ ଚାଦର ଆଉ ଘର ଚାରିଦ୍ବାରର ପବିତ୍ରତା ନଷ୍ଟ କରୁଛନ୍ତି । ଆଗରୁ ଏଭଳି କେବେ ଘଟିନଥିଲା ।"

ପାକିସ୍ତାନ ନାଗରିକଙ୍କ ପାଇଁ ସନ୍ଦେସ ଜାରି କରି କହିଛନ୍ତି, "ମୁଁ ପାକିସ୍ତାନ ନାଗରିକଙ୍କୁ ଏହି ସନ୍ଦେସ ଜାରି କରି କହୁଛି ଯେ, ମୋର ଶେଷ ରକ୍ତ ବିନ୍ଦୁ ଯାଏଁ ମୁଁ ସ୍ବାଧୀନତା ପାଇଁ ଲଢିବି । କାହିଁକି ନା ମୋ ପାଇଁ ଏହି ଅପରଧୀଙ୍କ ଦାଶ ହେବା ଅପେକ୍ଷା ମୃତ୍ୟୁବରଣ କରିବା ଭଲ ।" ଶୁକ୍ରବାର ଦିନ ଜାମିନ ମିଳିବା ସତ୍ତ୍ବେ ମଧ୍ୟ ଇମ୍ରାନ ଖାନ ପୁନର୍ବାର ଗିରଫ ହେବାର ଭୟ କରି ଇସଲାମାବାଦ ହାଇକୋର୍ଟ ପରିସରରେ ଘଣ୍ଟାଏ ନିଜକୁ ବନ୍ଦ ରଖିଥିଲେ । ଏହାପରେ ସେ ଶନିବାର ଲାହୋରରେ ନିଜ ଘରକୁ ଫେରିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.