ETV Bharat / international

Corruption Case: ଇମ୍ରାନଙ୍କୁ ୨ ସପ୍ତାହ ଜାମିନ ଦେଲେ ଇସଲାମବାଦ ହାଇକୋର୍ଟ

author img

By

Published : May 12, 2023, 4:44 PM IST

Etv Bharat
Etv Bharat

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ଇସଲାମବାଦ ହାଇକୋର୍ଟରେ ହାଜର ହୋଇଥିଲେ ଇମ୍ରାନ ଖାନ । ଶୁଣାଣି ବେଳେ କୋର୍ଟ ତାଙ୍କୁ ୨ ସପ୍ତାହ ପର୍ଯ୍ୟନ୍ତ ଜାମିନ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

ଇସଲାମବାଦ: ଦୁର୍ନୀତି ମାମଲାରେ ଇସଲାମବାଦ ହାଇକୋର୍ଟଙ୍କ ପକ୍ଷରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମିଳିଲା ଆଶ୍ବସ୍ତି । କୋର୍ଟଙ୍କ ଏକ ସ୍ବତନ୍ତ୍ର ବେଞ୍ଚ ତାଙ୍କୁ ୨ ସପ୍ତାହ ଜାମିନ ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟ ଇମ୍ରାନଙ୍କ ଗିରଫଦାରୀକୁ ଅବୈଧ ଓ ଆଇନସଙ୍ଗତ ନୁହେଁ ବୋଲି କହିବା ପରେ ତାଙ୍କୁ ଗୁରୁବାର ଜେଲରୁ ମୁକ୍ତ କରାଯାଇଥିଲା । ଏହାର ଗୋଟିଏ ଦିନ ପରେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ପିଟିଆଇ ମୁଖ୍ୟ ଇମ୍ରାନ (୭୦) ସ୍ଥାନୀୟ ସମୟ ୧୧.୩୦ରେ କଡା ସୁରକ୍ଷା ବଳୟ ମଧ୍ୟରେ କୋର୍ଟ ପରିସରରେ ପହଞ୍ଚିଥିଲେ । ସୁରକ୍ଷାକୁ ନେଇ ପ୍ରାୟ ୨ ଘଣ୍ଟା ବିଳମ୍ବରେ କୋର୍ଟ ପ୍ରୋସିଡିଂ ଆରମ୍ଭ ହୋଇଥିଲା । ଏହା ପୂର୍ବରୁ ୨ଜଣ କୋର୍ଟରୁମ ତ୍ୟାଗ କରିଥିଲେ । ହାଇକୋର୍ଟଙ୍କ ସ୍ବତନ୍ତ୍ର ଖଣ୍ଡପୀଠ ଜଷ୍ଟିସ ମିଆଙ୍ଗୁଲ ହାସନ ଔରଙ୍ଗଜେବ, ଜଷ୍ଟିସ ସାମନ ରାଫତ ଇମତିଆଜ ଏହି ମାମଲାର ଶୁଣାଣି କରିଥିଲେ । ଇମ୍ରାନଙ୍କ ବିରୋଧରେ ରୁଜୁ ହୋଇଥିବା ୪ଟି ମାମଲାର ସବିଶେଷ ତଥ୍ୟ ଦେବା ଲାଗି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ଲାଗି ଇମ୍ରାନଙ୍କ ଆଇନଜୀବୀ କୋର୍ଟଙ୍କୁ ଅନୁରୋଧ କରିଥିଲେ । ଗତ ମଙ୍ଗଳବାର ଇମ୍ରାନଙ୍କୁ ହାଇକୋର୍ଟ ପରିସରରୁ ଗିରଫ କରାଯାଇଥିଲା ।

ଏହା ବି ପଢନ୍ତୁ- Release of Imran Khan: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମୁକ୍ତ ହେଲେ ଇମ୍ରାନ

ଅଲ-କାଦିର ଟ୍ରଷ୍ଟ ମାମଲାରେ NAB ଇମ୍ରାନଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କରିବା ପରେ ସଶସ୍ତ୍ର ବାହିନୀ ତାଙ୍କୁ କୋର୍ଟ ପରିସରରୁ ଉଠାଇ ନେଇଥିଲା । ପାରାମିଲିଟାରୀ ରେଞ୍ଜର୍ସ ପଳାତକ ଭାବେ ଇମ୍ରାନଙ୍କୁ ଗାଡ଼ି ନିକଟକୁ ଟାଣି ନେଇଥିଲା । ଏହାପରେ ଇମ୍ରାନଙ୍କ ସମର୍ଥକମାନେ ଦେଶରେ ହିଂସାକାଣ୍ଡ ଭିଆଇଥିଲେ । ସମର୍ଥକମାନେ ନିଜର କ୍ରୋଧ ପ୍ରକାଶ କରିବା ଲାଗି ସାଧାରଣ ଜନତାଙ୍କ ସମ୍ପତ୍ତିକୁ ନଷ୍ଟଭ୍ରଷ୍ଟ କରିଥିଲେ । ଏହି ହିଂସାକାଣ୍ଡରେ ଜଳି ଉଠିଥିଲା ପଡ଼ୋଶୀ ଦେଶ ପାକିସ୍ତାନ ।

ତେବେ ପଞ୍ଜାବ, ଖୈବର ପଖତୁନଖୱା, ବାଲୁଚିସ୍ତାନରେ ପିଟିଆଇର ଅଧିକ ପ୍ରଭାବ ରହିଥିବା ଯୋଗୁଁ ଏହି ସ୍ଥାନରେ ହିଂସାକାଣ୍ଡ ଅଧିକ ଦେଖିବାକୁ ମିଳିଥିଲା । ଏହାପରେ ଗତକାଲି (ଗୁରୁବାର) ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଇମ୍ରାନଙ୍କ ଗିରଫଦାରୀ ଅବୈଧ ବୋଲି ଦର୍ଶାଇଥିଲେ ଏବଂ ତାଙ୍କୁ ତୁରନ୍ତ ମୁକ୍ତ କରିବା ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ NAB ତାଙ୍କୁ ମୁକ୍ତ କରିଥିଲା । କୋର୍ଟ ପରିସରରୁ ଇମ୍ରାନଙ୍କ ଗିରଫଦାରୀକୁ ସୁପ୍ରିମକୋର୍ଟ ନିନ୍ଦା କରିବା ସହ ଏହାକୁ ଅଣସାମ୍ବିଧାନିକ ବୋଲି କହିଥିଲେ । ଏହାସହ ତାଙ୍କୁ ଆଜି (୧୨ ତାରିଖ)ରେ ଇସଲାମବାଦ ହାଇକୋର୍ଟରେ ହାଜର କରିବାକୁ NABକୁ ନିର୍ଦ୍ଦେଶ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.