ETV Bharat / international

ଭାରତକୁ ରିହାତି ଦରରେ ତେଲ ଅଫର ଦେଲା ଋଷ

author img

By

Published : Apr 2, 2022, 10:13 AM IST

ଭାରତକୁ ରିହାତି ଦରରେ ଅଫର ଦେଲା ଋଷ
ଭାରତକୁ ରିହାତି ଦରରେ ଅଫର ଦେଲା ଋଷ

ଆର୍ଥିକ ସ୍ଥିତିକୁ ମଜବୁତ କରିବାକୁ ଉଦ୍ୟମ କରିଛି ଋଷ । ଏଥିପାଇଁ ବନ୍ଧୁ ରାଷ୍ଟ୍ର ଭାରତକୁ ରିହାତି ଦରରେ ତେଲ ଯୋଗାଇ ଦେବାକୁ ଅଫର ଦେଇଛି। ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣକୁ ବିରୋଧ କରି ୟୁରୋପୀୟ ଦେଶମାନେ ଋଷକୁ ଏକଘରିଆ କରିବା ପାଇଁ ଉଦ୍ୟମ କରିଛନ୍ତି। ଏଥିପାଇଁ ଋଷ ଉପରେ ଆର୍ଥିକ କଟକଣା ଲଗାଇଛନ୍ତି। ଏହାରି ଭିତରେ ମାସେରୁ ଊର୍ଦ୍ଧ୍ବ ସମୟ ଧରି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ କଟକଣା ମଧ୍ୟ ବଳବତ୍ତର ରହିଛି। ତେବେ କଟକଣା ସତ୍ତ୍ବେ ନିଜ ଆର୍ଥିକ ସ୍ଥିତିକୁ ମଜବୁତ କରିବାକୁ ଉଦ୍ୟମ କରିଛି ଋଷ । ଏଥିପାଇଁ ବନ୍ଧୁ ରାଷ୍ଟ୍ର ଭାରତକୁ ରିହାତି ଦରରେ ତେଲ ଯୋଗାଇ ଦେବାକୁ ଅଫର ଦେଇଛି।

ଅନ୍ତର୍ଜାତୀୟ ଚାପ ସତ୍ତ୍ବେ ଭାରତକୁ ସିଧାସଳଖ ତେଲ ଯୋଗେଇବାକୁ ଋଷ ଅଫର ଦେଇଛି। ଅନ୍ତଜାର୍ତୀୟ ବଜାରରେ ବ୍ୟାରେଲ ପିଛା ୩୫ ଡଲାର କମ୍‌ରେ ତେଲ ଯୋଗାଇବ ଋଷ । ଚଳିତ ବର୍ଷ ଚୁକ୍ତି ଅନୁଯାୟୀ, ଭାରତକୁ ଋଷ ୧୫ ମିଲିଅନ୍‌ ବ୍ୟାରେଲ ତେଲ ରପ୍ତାନୀ କରିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି। ବିଦେଶରୁ ସର୍ବାଧିକ ତୈଳ ଆମଦାନୀରେ ଏସିଆ ମହାଦେଶର ଦ୍ବିତୀୟ ଦେଶ ହେଉଛି ଭାରତ। ୟୁକ୍ରେନ୍‌ ଉପରେ ଆକ୍ରମଣ ପରଠାରୁ ଋଷ ଉପରେ ଆମେରିକା ସମେତ ୟୁରୋପର ଏକାଧିକ ଦେଶ ଆର୍ଥିକ କଟକଣା ଜାରି କରିଛନ୍ତି। ଫଳରେ ଏହି ଦେଶମାନଙ୍କ ସହ ଋଷ ମଧ୍ୟରେ ବ୍ୟବସାୟିକ ନେଣ-ଦେଣ ବନ୍ଦ ରହିଛି। ଏବେ କେବଳ ଚୀନ ଏବଂ ଭାରତ ଋଷ ଠାରୁ ତୈଳ ଆମଦାନୀ କରୁଛନ୍ତି ।

ସେହିପରି ଭାରତ ସହ ଆର୍ଥିକ ନେଣଦେଣକୁ ଋଷ ଆହୁରି ସରଳୀକରଣ କରିବ ବୋଲି ପ୍ରସ୍ତାବ ଦେଇଛି। ଏହି ପରିପ୍ରେକ୍ଷୀରେ ଋଷ ବୈଦେଶିକ ମନ୍ତ୍ରୀ ଭାରତ ଗସ୍ତରେ ଆସିଥିବା ବେଳେ ଏ ବିଷୟରେ ଅଧିକ ଚର୍ଚ୍ଚା ହୋଇପାରେ। ଅନ୍ୟପଟେ ଭାରତ ଋଷ ଠାରୁ ରିହାତି ଦରରେ ତେଲ କିଣୁଥବାରୁ ଆମେରିକା ସହ୍ୟ କରିପାରୁନାହିଁ। ଋଷଠାରୁ ଭାରତର ତୈଳ ଆମଦାନୀ ପରିମାଣକୁ ହଠାତ୍ ବଢ଼ାନଯାଉ ବୋଲି ଆମେରିକା ଚାହୁଁଛି। ଆମେରିକା ବୈଦେଶିକ ବିଭାଗ ମୁଖପାତ୍ର କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ଲାଗି ଋଷ ଉପରେ ସବୁଆଡ଼ୁ ଚାପ ସୃଷ୍ଟି ନିମନ୍ତେ ଚେଷ୍ଟା କରାଯାଉଛି। ଭାରତ ଯାହା କରୁଛି ତାହା ଠିକ୍‌ ହେଉନାହିଁ ବୋଲି ଆମେରିକା କହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.