ETV Bharat / international

ବାଂଲାଦେଶ ଅର୍ଥନୀତି ଓ ପରିବେଶକୁ ବ୍ୟାପକ ପ୍ରଭାବିତ କରିଛି ରୋହିଙ୍ଗ୍ୟା ସଙ୍କଟ: ଶେଖ ହସିନା

author img

By

Published : Sep 24, 2022, 2:03 PM IST

ବାଂଲାଦେଶର ଅର୍ତନୀତି ଓ ପରିବେଶକୁ ବ୍ୟାପକ ପ୍ରଭାବିତ କରିଛନ୍ତି ରୋହିଙ୍ଗ୍ୟା: ଶେଖ ହସିନା
ବାଂଲାଦେଶର ଅର୍ତନୀତି ଓ ପରିବେଶକୁ ବ୍ୟାପକ ପ୍ରଭାବିତ କରିଛନ୍ତି ରୋହିଙ୍ଗ୍ୟା: ଶେଖ ହସିନା

ଜାତିସଂଘ ସାଧାରଣ ସଭାର 77ତମ ଅଧିବେଶନରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା (Bangladesh PM Sheikh Hasina at UNGA) ଉଠାଇଲେ ରୋହିଙ୍ଗ୍ୟା ଶରଣାର୍ଥୀ ସଙ୍କଟ ପ୍ରସଙ୍ଗ । କହିଲେ ଦେଶର ଅର୍ଥନୀତି ଓ ପରିବେଶ ହୋଇଛି ଗଭୀର ପ୍ରଭାବିତ (Rohingyas serious ramifications in bangladesh)। ଜାତିସଂଘ ବହୁପାକ୍ଷିକ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ କରୁ ଉଦ୍ୟମ । ପଢନ୍ତୁ

ଓ୍ବାଂଶିଟନ: ରୋହିଙ୍ଗ୍ୟା ଶରଣାର୍ଥୀ ସଙ୍କଟରେ ଗଭୀର ଭାବେ ପ୍ରଭାବିତ ହୋଇଛି ବାଂଲାଦେଶ । ରୋହିଙ୍ଗ୍ୟା ଅନୁପ୍ରବେଶକାରୀ ଓ ଶରଣାର୍ଥୀ ସଙ୍କଟ କାରଣରୁ ବାଂଲାଦେଶର ଅର୍ଥନୀତି ଓ ପରିବେଶ ଗଭୀର ଭାବେ ପ୍ରଭାବିତ ହେବାରେ ଲାଗିଛି (Rohingyas serious ramifications in bangladesh)। ଏପରିକି ଦେଶର ସାମାଜିକ ଓ ରାଜନୈତିକ ସ୍ଥିତି ଓ ସ୍ଥିରତା ମଧ୍ୟ ଗଭୀର ଭାବେ ପ୍ରଭାବିତ ହୋଇଥିବା କହିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା । ଆଜି ଜାତିସଂଘର ସାଧାରଣ ସଭାକୁ (bangladesh pm sheikh hasina says at unga) ସମ୍ବୋଧିତ କରିବା ଅବସରରେ ସେ ବିଶ୍ବ ସମୂଦାୟ ଆଗରେ ଏହି ପ୍ରସଙ୍ଗ ଉଠାଇବା ସହ ମିଳିତ ଜାତିସଂଘ ଏହାର ସମାଧାନ ଦିଗରେ କିଛି ବିକଳ୍ପ ଚିନ୍ତାକରୁ ବୋଲି ମଧ୍ୟ କହିଛନ୍ତି ।

ଜାତିସଂଘ ସାଧାରଣ ସଭାର (UNGA) 77ତମ ଅଧିବେଶନକୁ ସମ୍ବୋଧିତ କରି ହସିନା କହିଛନ୍ତି, ‘‘ରୋହିଙ୍ଗ୍ୟା ସଙ୍କଟ ଦେଶର ସମସ୍ତ କ୍ଷେତ୍ରକୁ ପ୍ରଭାବିତ କରି ସାରିଲାଣି । କେବଳ ପରିବେଶ କିମ୍ବା ଆର୍ଥିକ ନୁହେଁ ବରଂ ଦେଶର ସାମାଜିକ ଓ ରାଜନୈତିକ ସ୍ଥିତିକୁ ମଧ୍ୟ ପ୍ରଭାବିତ କରିଛି । ଏହି ଅବୈଧ ଅନୁପ୍ରବେଶ ସୀମାପାର ଅପରାଧ, ଆତଙ୍କବାଦ, ସୀମାପାର ନିଶା କାରବାର ଓ ସଂଗଠିତ ଅପରାଧ ପରି ସଙ୍କଟକୁ ଜନ୍ମ ଦେବାରେ ଲାଗିଛି । ଯାହା ବାଂଲାଦେଶ ସ୍ଥିରତାକୁ ଗଭୀର ଭାବେ ପ୍ରଭାବିତ କରିବା ଆରମ୍ଭ କରିସାରିଲାଣି । ଯଦି ଏପରି ଧାରା ଲାଗି ରହେ, ତେବେ ଏହା ବାଂଲାଦେଶର ସୁରକ୍ଷା ପ୍ରତି ସାଙ୍ଘାତିକ ସମସ୍ୟା ସୃଷ୍ଟି କରିବାର ଯଥେଷ୍ଟ ଆଶଙ୍କା ଥିବା’’ ସେ ତାଙ୍କ ସମ୍ବୋଧନରେ ଉଲ୍ଲେଖ କରିଛନ୍ତି ।

ହସିନା କହିଛନ୍ତି, 2017 ପର ଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ 5 ବର୍ଷ ମଧ୍ୟରେ ବହୁ ସଂଖ୍ୟାରେ ପଡୋଶୀ ମିଆଁମାରରୁ ବାଂଲାଦେଶକୁ ରୋହିଙ୍ଗ୍ୟା ଅନୁପ୍ରବେଶ କରିଛନ୍ତି । ଏହି ପ୍ରସଙ୍ଗ ମିଳିତ ଜାତିସଂଘରେ ମଧ୍ୟ ଉଠିଛି । ତଥାପି କୌଣସି ସୁଫଳ ମିଳିନାହିଁ । ବର୍ତ୍ତମାନ ସୁଦ୍ଧା ଜଣେ ମଧ୍ୟ ରୋହିଙ୍ଗ୍ୟାକୁ ମିଆଁମାର ନିଜ ଦେଶକୁ ଫେରାଇ ନେବା ପାଇଁ ଆଗ୍ରହ ପ୍ରକାଶ କରିନାହିଁ । ସେଠାରେ ଜାରି ରହିଥିବା ରାଜନୈତିକ ଅସ୍ଥିରତା ଓ ସଶସ୍ତ୍ର ବିବାଦ ମଧ୍ୟରେ ଏହି ସଙ୍କଟ ଆହୁରି ଅଧିକ ଜଟିଳ ହେବାରେ ଲାଗିଲାଣି । ଏହି ପ୍ରସଙ୍ଗରେ ଜାତିସଂଘ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ଜାତିସଂଘ ବହୁପାକ୍ଷିକ ସମ୍ପର୍କ ଆଧାରରେ ଏହି ସମସ୍ୟାର ସମାଧାନ କରିବା ଦିଗରେ ଗୁରୁତ୍ବ ଦେଉ ବୋଲି ହସିନା କହିଛନ୍ତି ।

ଆଜି ଏହି ଅବସରରେ ହସିନା ଯେକୌଣସି ସଙ୍କଟ କିମ୍ବା ଦ୍ବନ୍ଦର ସମାଧାନ କେବଳ କୂଟନୈତିକ ଆଲୋଚନା ମାଧ୍ୟମରେ କରିବା ପାଇଁ ଅନ୍ତର୍ଜାତୀୟ ସମୂହକୁ ଆହ୍ବାନ ମଧ୍ୟ କରିଛନ୍ତି । ଯୁଦ୍ଧାସ୍ତ୍ରର ସଭ୍ୟତା ଧ୍ବଂସକାରୀ ମାରଣାସ୍ତ୍ର ପ୍ରସ୍ତୁତିର ପ୍ରତିଯୋଗିତାରୁ ବିକଶିତ ରାଷ୍ଟ୍ରମାନଙ୍କୁ ଦୂରେଇ ରହିବାକୁ ହେବ । ଏକ ଶାନ୍ତିପ୍ରିୟ ବିଶ୍ବର ପରିକଳ୍ପନା ତଥା ଶିଶୁଙ୍କ ଖାଦ୍ୟ ସୁରକ୍ଷା ନିଶ୍ଚିତ କରିବା ପାଇଁ ସମୟ ଆସିଛି ବୋଲି ହସିନା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.