ETV Bharat / international

କମ ସମୟରେ Quad ଏକ ପ୍ରମୁଖ ସ୍ଥାନ ହାସଲ କରିଛି: PM ମୋଦି

author img

By

Published : May 24, 2022, 12:49 PM IST

କମ ସମୟରେ କ୍ବାର୍ଡ ଏକ ପ୍ରମୁଖ ସ୍ଥାନ ହାସଲ କରିଛି
କମ ସମୟରେ କ୍ବାର୍ଡ ଏକ ପ୍ରମୁଖ ସ୍ଥାନ ହାସଲ କରିଛି

ଜାପାନ ରାଜଧାନୀ ରୋକିଓରେ ଅନୁଷ୍ଠିତ ହୋଇଛି 4ର୍ଥ କ୍ବାର୍ଡ ସମ୍ମିଳନୀ । ଏ ନେଇ ଦୁଇ ଦିନିଆ ଜାପାନ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ସମେତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ ବୈଠକ ହୋଇଛି । ବୈଠକରେ ଉଦ୍‌ବୋଧନ ଦେଇ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅଧିକ ପଢନ୍ତୁ

ଟୋକିଓ: ଜାପାନ ରାଜଧାନୀ ରୋକିଓରେ ଅନୁଷ୍ଠିତ ହୋଇଛି 4ର୍ଥ Quad ସମ୍ମିଳନୀ । ଏ ନେଇ ଦୁଇ ଦିନିଆ ଜାପାନ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ସମେତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ ବୈଠକ ହୋଇଛି । ବୈଠକରେ ଉଦ୍‌ବୋଧନ ଦେଇ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଥିସହ କୋରୋନା ମହାମାରୀ ସମୟରେ ଭାରତରେ ସ୍ବାସ୍ଥ୍ୟ ବ୍ୟବସ୍ଥା ଏବଂ ବିଶ୍ବକୁ ସହଯୋଗ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି ମୋଦି ।

ମୋଦି କହିଛନ୍ତି, "ଖୁବ୍ କମ୍ ସମୟରେ କ୍ବାଡ୍ ବିଶ୍ବରେ ଏକ ପ୍ରମୁଖ ସ୍ଥାନ ହାସଲ କରିପାରିଛି । ଭାରତ-ପ୍ରଶାନ୍ତ ମହାସାଗରରେ କ୍ବାର୍ଡ ଏକ ଭଲ କାମ କରୁଛି । କ୍ବାର୍ଡ କେବଳ ପାରସ୍ପରିକ ବିଶ୍ୱାସ ଏବଂ ଗଣତାନ୍ତ୍ରିକ ଶକ୍ତିକୁ ନୂତନ ଶକ୍ତି ପ୍ରଦାନ କରୁନାହିଁ, ବରଂ ଏକ ମୁକ୍ତ, ସ୍ୱତନ୍ତ୍ର ଏବଂ ଇଣ୍ଡୋ-ପାସିଫିକ୍ ଅଞ୍ଚଳର ପ୍ରତିଷ୍ଠାକୁ ମଧ୍ୟ ପ୍ରୋତ୍ସାହିତ କରୁଛି ।"

ସେ ଆହୁରି କହିଛନ୍ତି, "ସଦସ୍ୟ ଦେଶଗୁଡ଼ିକ ଟିକା ବିତରଣରୁ ନେଇ, ଜଳବାୟୁ କାର୍ଯ୍ୟ, ଯୋଗାଣ, ବିପର୍ଯ୍ୟାୟ ପରିଚାଳନା, ଅର୍ଥନୈତିକ ସହଯୋଗ ପରି ବିଭିନ୍ନ କ୍ଷେତ୍ରରେ ପାରସ୍ପରିକ ସମନ୍ୱୟ ରକ୍ଷ‌ା କରିଛନ୍ତି । ଏହି କ୍ୱାଡ୍‌ ଭାରତ-ପ୍ରଶାନ୍ତ ମହାସାଗରରେ ଶାନ୍ତି, ସମୃଦ୍ଧ ଏବଂ ସ୍ଥିରତା ନିଶ୍ଚିତ କରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଜାପାନ୍‌ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଓ ଅଷ୍ଟ୍ରେଲିଆର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲ୍‌ବାନେସ୍‌ ମଧ୍ୟ ଉପସ୍ଥିତ ରହିଛନ୍ତି ।

ତୁମର ସରକାର ସହିତ କାମ କରିବାକୁ ମୋର ସରକାର ପ୍ରତିବଦ୍ଧ । ଅର୍ଥନୈତିକ, ସାଇବର, ଶକ୍ତି, ସ୍ୱାସ୍ଥ୍ୟ ଏବଂ ପରିବେଶ ନିରାପତ୍ତା ମାଧ୍ୟମରେ ଜଳବାୟୁ ପରିବର୍ତ୍ତନ ଉପରେ ଅଧିକ ସ୍ଥିର ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଗଠନ ଉପରେ ନୂତନ ସରକାର ଗୁରୁତ୍ବ ଦେଉଥିବା କହିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ । ସମ୍ମିଳନୀରେ ରୁଷ-ୟୁକ୍ରେନ୍ ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହୋଇଛି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, "ରୁଷ ରାଷ୍ଟ୍ରପତି ପୁଟିନ୍ ଏକ ସଂସ୍କୃତିକୁ ଶେଷ କରିବାକୁ ଚାହୁଁଛନ୍ତି । ଏହା ଏକ ବିଶ୍ୱସ୍ତରୀୟ ପ୍ରସଙ୍ଗ । ରୁଷ ଏହି ଯୁଦ୍ଧକୁ ଯେତେ ଦିନ ବଢାଇବ, ସେତେଦିନ ପର୍ଯ୍ୟନ୍ତ ଆମେରିକା ୟୁକ୍ରେନ୍‌କୁ ସହଯୋଗ କରିବ ।" ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଶାନ୍ତି, ସମୃଦ୍ଧି ଏବଂ ସ୍ଥିରତା ନେଇ ସକାରାତ୍ମକ ଏବଂ ଗଠନମୂଳକ ଏଜେଣ୍ଡା ଲାଗୁ କରିବା ନେଇ ଆଲୋଚନା ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.