ETV Bharat / international

ଆଜିଠୁ ଆମେରିକା ଓ ଇଜିପ୍ଟ ଗସ୍ତରେ ଯିବେ ମୋଦି

author img

By

Published : Jun 20, 2023, 7:48 AM IST

ଆଜିଠୁ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ଜାତିସଂଘ ମୁଖ୍ୟାଳୟରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଯୋଗ ଦିବସରେ ସାମିଲ ହେବେ। ଅଧିକ ପଢନ୍ତୁ

PM Modi US Visit
PM Modi US Visit

ନୂଆଦିଲ୍ଲୀ: ଆଜିଠୁ ପାଞ୍ଚ ଦିନିଆ ଆମେରିକା ଓ ଇଜିପ୍ଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତାକାଲି ଭାରତୀୟ ସମୟ 1ଟା 30ରେ ଓ୍ବାଶିଂଟନର ଆଣ୍ଡ୍ରିୟୁସ ବାୟୁସେନା ବେସରେ ପ୍ରଧାନମନ୍ତ୍ରୀ ପହଞ୍ଚିବେ । ଯେଉଁଠାରେ ତାଙ୍କୁ ଭାରତୀୟ ବଂଶଦ୍ଭ ସ୍ବାଗତ କରିବାର କାର୍ଯ୍ୟକ୍ରମ ରହିଛି ।

ଯୋଗ ଦିବସର ନେତୃତ୍ବ ନେବେ ମୋଦି: ଆସନ୍ତାକାଲି(ବୁଧବାର) ଜାତିସଂଘ ମୁଖ୍ୟାଳୟରେ ଆୟୋଜିତ ହେବାକୁ ଥିବା ଆନ୍ତର୍ଜାତୀୟ ଯୋଗ ଦିବସର ନେତୃତ୍ବ ନେବେ ମୋଦି। ଏହି କାର୍ଯ୍ୟକ୍ରମରେ 180 ରୁ ଅଧିକ ଦେଶର ନାଗରିକ ଅଂଶଗ୍ରହଣ କରିବେ । ବିଭିନ୍ନ ଦେଶର କୂଟନୀତିଜ୍ଞ, ନେତା, କଳାକାର, ସାଂସ୍କୃତିକ ଆଇକନ୍, ଏକାଡେମିକ୍ ଏବଂ ଉଦ୍ୟୋଗୀ ପରି ବିଶିଷ୍ଟ ବ୍ୟକ୍ତିତ୍ୱ ଅଂଶଗ୍ରହଣ କରିବେ ।

ଜୁନ 22ରେ ମୋଦି ବାଇଡେନ ସାକ୍ଷାତ: ନ୍ୟୁୟର୍କରେ ଯୋଗ ଦିବସ କାର୍ଯ୍ୟକ୍ରମ ପରେ ୱାଶିଂଟନ୍ ଡିସି ଯାତ୍ରା କରିବେ ପ୍ରଧାନମନ୍ତ୍ରୀ । ଜୁନ୍ 22ରେ ହ୍ବାଇଟ୍‌ ହାଉସରେ ପହଞ୍ଚି ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ସାକ୍ଷାତ କରିବା ସହ ଆୟୋଜିତ ନୈଶ୍ୟଭୋଜିରେ ଅଂଶଗ୍ରହଣ କରିବେ । ଏଠାରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ ।

ଏହା ମଧ୍ୟ ପଢନ୍ତୁ-ମୋଦିଙ୍କ କାର୍ଯ୍ୟକାଳରେ ଆମେରିକା ଦେଖିଲାଣି 3 ରାଷ୍ଟ୍ରପତି, ସମସ୍ତଙ୍କ ସହ ବନ୍ଧୁତା ଘନିଷ୍ଠ

ସେହିଦିନ ପ୍ରଧାନମନ୍ତ୍ରୀ ମୋଦି ଆମେରିକା କଂଗ୍ରେସର ସଂଯୁକ୍ତ ସଂସଦକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଦ୍ବିତୀୟ ଥର ପାଇଁ ଆମେରିକା କଂଗ୍ରେସର ମିଳିତ ଅଧିବେଶକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ । ପରେ ପରେ ଅଗ୍ରଣୀ କମ୍ପାନୀଙ୍କର ମୁଖ୍ଯ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିବେ । ଏଥିସହ ପ୍ରବାସୀ ଭାରତୀୟ ସମୁଦାୟକୁ ମଧ୍ୟ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା 23 ତାରିଖରେ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ ଏବଂ ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ସହ ପ୍ରଧାନମନ୍ତ୍ର ମଧ୍ୟାହ୍ନ ଭୋଜନ କରିପାରନ୍ତି । ଆସନ୍ତା 24 ଓ 25 ତାରିଖରେ ଇଜିପ୍ଟ ଗସ୍ତରେ ରହିବେ ପ୍ରଧାନମନ୍ତ୍ରୀ । ସେଠାରୁ କାଇରୋ ଯାତ୍ରା କରିବେ ।

ଏହା ମଧ୍ୟ ପଢନ୍ତୁ-Yoga Day Event at UN: ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥି, ଅଂଶଗ୍ରହଣ କରିବେ 180 ଦେଶର ନାଗରିକ

ଗତ ଜୁନ୍13 ତାରିଖରେ ଭାରତ ଆସିଥିବା ଆମେରିକା ଜାତୀୟ ପରାମର୍ଶଦାତା ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ନେଇ ବାଇଡେନ ବେଶ ଖୁସିଥିବା ସେ ମୋଦିଙ୍କୁ କହିଥିଲେ । ଭବ୍ୟ ନିମନ୍ତ୍ରଣ ପାଇଁ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ବାଇଡେନଙ୍କୁ ଧନ୍ୟବାଦ ଦେବା ସହ ଏହି ଗସ୍ତ ଓ ଉଭୟଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ଦୁଇ ଦେଶର ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.