ETV Bharat / bharat

Yoga Day Event at UN: ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥି, ଅଂଶଗ୍ରହଣ କରିବେ 180 ଦେଶର ନାଗରିକ

author img

By

Published : Jun 17, 2023, 10:35 PM IST

ଜାତିସଂଘ ମୁଖ୍ୟାଳୟରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି । ଅଂଶଗ୍ରହଣ କରିବେ 180 ଦେଶର ନାଗରିକ । 20 ରେ ପ୍ରଧାନମନ୍ତ୍ରୀ ଯିବେ ଆମେରିକା । ଅଧିକ ପଢନ୍ତୁ

Yoga Day event at UN: ଅଂଶଗ୍ରହଣ କରିବେ 180 ଦେଶର ନାଗରିକ
Yoga Day event at UN: ଅଂଶଗ୍ରହଣ କରିବେ 180 ଦେଶର ନାଗରିକ

ନୂଆଦିଲ୍ଲୀ: ନ୍ୟୁୟର୍କରେ ମିଳିତ ଜାତିସଂଘ ମୁଖ୍ୟାଳୟରେ ଚଳିତବର୍ଷର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହେବାକୁ ଯାଉଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବେ । ଏହି କାର୍ଯ୍ୟକ୍ରମରେ 180 ରୁ ଅଧିକ ଦେଶର ନାଗରିକ ଅଂଶଗ୍ରହଣ କରିବେ । ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ବିଭିନ୍ନ ଦେଶର କୂଟନୀତିଜ୍ଞ, ନେତା, କଳାକାର, ସାଂସ୍କୃତିକ ଆଇକନ୍, ଏକାଡେମିକ୍ ଏବଂ ଉଦ୍ୟୋଗୀ ପରି ବିଶିଷ୍ଟ ବ୍ୟକ୍ତିତ୍ୱ ଅଂଶଗ୍ରହଣ କରିବାକୁ ଯାଉଛନ୍ତି ।

ଜୁନ୍ 20 ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତ ଆରମ୍ଭ କରିବେ । ଏହି ଗସ୍ତ ନ୍ୟୁୟର୍କରୁ ଆରମ୍ଭ ହେବ । ଜୁନ୍ 21 ତାରିଖରେ ମିଳିତ ଜାତିସଂଘ ମୁଖ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ନେତୃତ୍ୱ ନେବେ । ନ୍ୟୁୟର୍କରେ ଯୋଗ ଦିବସ କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ୱାଶିଂଟନ୍ ଡିସି ଯାତ୍ରା କରିବେ । ପ୍ରଧାନମନ୍ତ୍ରୀ ଜୁନ୍ 22 ତାରିଖରେ ହ୍ବାଇଟ ହାଉସରେ ପହଞ୍ଚିବେ । ସେଠାରେ ସେ ରାଷ୍ଟ୍ରପତି ବାଇଡେନଙ୍କୁ ସାକ୍ଷାତ କରିବା ସହ ଆୟୋଜିତ ନୈଶ୍ୟଭୋଜିରେ ଅଂଶଗ୍ରହଣ କରିବେ । ନୈଶ୍ୟଭୋଜି ସହ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ମଧ୍ୟ ହେବ ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ରାଷ୍ଟ୍ରପତି ବାଇଡେନ ଏବଂ ଆମେରିକାର ପ୍ରଥମ ମହିଳା ଜିଲ ବାଇଡେନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ମାନାର୍ଥେ ଏହି ନୈଶ୍ୟଭୋଜିର ଆୟୋଜନ କରୁଛନ୍ତି । ପ୍ରଧାନମନ୍ତ୍ରୀ ଜୁନ୍ 22 ତାରିଖରେ ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ମଧ୍ୟ ସମ୍ବୋଧିତ କରିବେ । ଏହି ସମସ୍ତ ସରକାରୀ କାର୍ଯ୍ୟକ୍ରମ ବ୍ୟତୀତ ବ୍ୟତୀତ, ପ୍ରଧାନମନ୍ତ୍ରୀ ଅଗ୍ରଣୀ କମ୍ପାନୀଙ୍କର ମୁଖ୍ଯ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ଙ୍କ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ପରେ ସେ ପ୍ରତ୍ୟେକ ବିଦେଶ ଗସ୍ତ ପରି ସେଠାରେ ପ୍ରବାସୀ ଭାରତୀୟ ସମୁଦାୟକୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

ନିକଟରେ ଭାରତ ଆସିଥିବା ଆମେରିକା ଜାତୀୟ ପରାମର୍ଶଦାତା ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ରାଷ୍ଟ୍ରପତି ବାଇଡେନ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତକୁ ନେଇ ବେଶ ଉତ୍ସାହୀ ଥିବା ସେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଥିଲେ । ଏହି ଭବ୍ୟ ନିମନ୍ତ୍ରଣ ପାଇଁ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ବାଇଡେନଙ୍କୁ ଧନ୍ୟବାଦ ଦେବା ସହ ଏହି ଗସ୍ତ ଓ ଉଭୟଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ଭାରତ ଆମେରିକା ସମ୍ପର୍କକୁ ଅଧିକ ସୁଦୃଢ କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ବିଦେଶ ମନ୍ତ୍ରୀ ଜୟଶଙ୍କର ମଧ୍ୟ ଆମେରିକା ଜାତୀୟ ପରାମର୍ଶଦାତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ନେଇ ଆଲୋଚନା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.