ETV Bharat / international

ବିଶ୍ବକପରୁ ଭାରତର ବିଦାୟ, ନାଁ ନନେଇ ପରିହାସ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

author img

By

Published : Nov 11, 2022, 8:59 AM IST

T20 World Cup
ଭାରତ ପରାଜୟକୁ ଥଟା କଲେ ପାକିସ୍ତାନ ପିଏମ, ଫ୍ୟାନ୍ସ ଦେଲେ ଜବାବ

ଟି-ଟ୍ବେଣ୍ଟି ବିଶ୍ବର ଦ୍ବିତୀୟ ସେମିଫାଇନାଲରେ ଇଂଲଣ୍ଡଠୁ ପରାସ୍ତ ହୋଇଛି ଭାରତ । ଏହାପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଟ୍ବିଟ କରି ଭାରତକୁ ଟାର୍ଗେଟ କରିଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଚଳିତ ଟି-ଟ୍ବେଣ୍ଟି ବିଶ୍ବକପରେ ଭାରତର ଅଭିଯାନ ଶେଷ ହୋଇଛି । ଦ୍ବିତୀୟ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡଠୁ ପରାସ୍ତ ହୋଇ ଭାରତର ଟ୍ରଫି ସ୍ବପ୍ନ ଚୁରମାର ହୋଇଛି । 13 ତାରିଖରେ ବିଶ୍ବକପ ଫାଇନାଲ ମ୍ୟାଚ ଖେଳାଯିବ । ଏଥିରେ ପାକିସ୍ତାନ ଓ ଇଂଲଣ୍ଡ ମୁହାମୁହିଁ ହେବେ । ସେମିରେ ଭାରତର ପରାଜୟ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଟ୍ବିଟ କରି ଟାର୍ଗେଟ କରିଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଟ୍ବିଟ କରି ରବିବାର ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଫାଇନା ମ୍ୟାଚ୍‌ ବିଷୟରେ କହିଛନ୍ତି(Pakistan Prime Minister Shehbaz Sharif tweet) ।

ଏଠାରେ ଭାରତୀୟ ଦଳକୁ ଟ୍ରୋଲ କରିବାକୁ ଚେଷ୍ଟା କରିଛନ୍ତି । ଯାହାକୁ ନେଇ ଭାରତୀୟ ଫ୍ୟାନ୍ସ କ୍ଷୋଭ ପ୍ରକାଶ କରିଛନ୍ତି । ଏହା ସହ ଜବାବ ମଧ୍ୟ ଦେଇଛନ୍ତି । ଶହବାଜ ଟ୍ବିଟରେ ଲେଖିଛନ୍ତି ରବିବାର 152/0 ବନାମ 170/0ରେ ଫାଇନାଲ ମୁକାବିଲା ହେବ । ଭାରତ ଇଂଲଣ୍ଡ ବିପକ୍ଷରେ ଦ୍ବିତୀୟ ସେମି ଫାଇନାଲରେ 10 ୱିକେଟରେ ପରାସ୍ତ ହୋଇଛି । ଏଥିରେ ଇଂଲଣ୍ଡ ବିନା ୱିକେଟ ହରାଇ 170ରନ କରି ବିଜୟ ହାସଲ କରିଥିଲା । ପୂର୍ବ ଟି -ଟ୍ବେଣ୍ଟି ବିଶ୍ବକପରେ ଭାରତକୁ ପାକିସ୍ତାନ 10 ୱିକେଟରେ ପରାସ୍ତ କରିଥିଲା । ସେହି ସମୟରେ ପାକିସ୍ତାନ ସ୍କୋର ଥିଲା 152/0 । ଟ୍ବିଟ ଜରିଆରେ ଏହି କଥା କହିଛନ୍ତି ପାକିସ୍ତାନ ପିଏମ ।

ଶହବାଜଙ୍କ ଟ୍ବିଟର ଜବାବ ଦେଲେ ଫ୍ୟାନ୍ସ...

ପାକ୍ ପିଏମଙ୍କ ଟ୍ବିଟ ପରେ ଭାରତୀୟ ୟୁଜର୍ସ କ୍ଷୋଭ ପ୍ରକାଶ କରିଛନ୍ତି । କିଛି ୟୁଜର୍ସ ଲେଖିଛନ୍ତି ତୁମେ କାହାକୁ ସମର୍ଥନ କରିବ । କାରଣ ତମେ ଇଂଲଣ୍ଡରେ ହିଁ ନିବେଶ କରୁଛ। ଆଉ ଜଣେ ୟୁଜର୍ସ ଲେଥିଛନ୍ତି ତୁମେ ପାକିସ୍ତାନ ପ୍ରଧାନମନ୍ତ୍ରୀ ନା ପାକିସ୍ତାନ କମେଡିଆନ । ଭାରତୀୟ ୟୁଜର୍ସ ଶହବାଜଙ୍କୁ 1971 ଲଢେଇ କଥା ମନେ ପକାଇ ଦେଇ କହିଛନ୍ତି, ତୁମ ରେକର୍ଡ ତ 93000/0 ଥିଲା । ଖାଲି ଭାରତୀୟ ୟୁଜର୍ସ ନୁହେଁ ପାକିସ୍ତାନ ୟୁଜର୍ସ ମଧ୍ୟ ଶହବାଜଙ୍କୁ ଟ୍ରୋଲ କରିଛନ୍ତି । ସେ କହିଛନ୍ତି ବିଶ୍ବକପ ଛଡା ମାଟି ଉପରେ ବି ଧ୍ୟାନ ଦିଅ ।

ଏହା ବି ପଢନ୍ତୁ... ସେମିରେ ଇଂଲଣ୍ଡଠୁ ହାରିଲା ଭାରତ, ଏମିତି କହିଲେ ପୂର୍ବତନ କ୍ରିକେଟର

ପାକିସ୍ତାନ ପୁର୍ବତନ କ୍ରିକେଟର ସୋଏବ ଅଖତର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଟି୨୦ ବିଶ୍ବକପରେ ସେମିରେ ଭାରତର ଶୋଚନୀୟ ପରାଜୟ ହୋଇଛି ଏହା ଦଳ ପାଇଁ ଏକ ଲଜ୍ୟାକର ପରାଜୟ । ଭାରତ ହାରିବା ପାଇଁ ଯୋଗ୍ୟ ସେ ଫାଇନାଲରେ ପହଞ୍ଚିବାକୁ ଯୋଗ୍ୟ ନଥିବା କହିଛନ୍ତି ପୂର୍ବତନ କ୍ରିକେଟର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.