ETV Bharat / international

ତଳମୁହାଁ ହେବାରେ ଲାଗିଛି ପାକିସ୍ତାନ ଅର୍ଥନୀତି, ଡଲାରର ମୂଲ୍ୟ ୨୭୦ ଟଙ୍କା

author img

By

Published : Jan 31, 2023, 10:50 PM IST

୨୭୦ ଟଙ୍କାରେ ପହଞ୍ଚିଲା ଡଲାର
୨୭୦ ଟଙ୍କାରେ ପହଞ୍ଚିଲା ଡଲାର

ପାକିସ୍ତାନରେ ଆର୍ଥିକ ସଙ୍କଟ ଚରମ ସୀମାରେ ପହଞ୍ଚିଛି । ପାକିସ୍ତାନରେ ଏକ ଡଲାରର ମୂଲ୍ୟ ୨୭୦ ପାକିସ୍ତାନୀ ମୁଦ୍ରାରେ ପହଞ୍ଚିଛି । ତେବେ ପାକିସ୍ତାନର ଅର୍ଥନୀତି ସ୍ଥିତି ବିଷୟରେ ଜାଣିବା ପାଇଁ ଅଧିକ ପଢ଼ନ୍ତୁ ।

ହାଇଦ୍ରାବାଦ: ଦିନକୁ ଦିନ ତଳ ମୁହାଁ ହେବାରେ ଲାଗିଛି ପାକିସ୍ତାନ ଅର୍ଥନୀତି । କୋରୋନା ମହାମାରୀ ଏବଂ ଋଷ-ୟୁକ୍ରେନ ଯୁଦ୍ଧ ଫଳରେ ପାକିସ୍ତାନର ଅର୍ଥ ବ୍ଯବସ୍ଥା କୁ ଆହୁରୀ ର୍ଦୁବଳ କରିଦେଇଛି । ଦେଶରେ ଆର୍ଥିକ ସ୍ଥିତି ଠାରୁ ଆରମ୍ଭ କରି ରାଜନୈତିକ ଅସ୍ଥିରତା ଦେଖିବାକୁ ମିଳିଛି । ନିମ୍ନ ସ୍ତରରେ ପାକିସ୍ତାନ ଅର୍ଥନୀତି ବ୍ୟବସ୍ଥା। ଆମେରିକୀୟ ଡଲାର ତୁଳନାରେ ପାକିସ୍ତାନ ମୁଦ୍ରାର ମୂଲ୍ୟ ୨୭୦ ଟଙ୍କା ହ୍ରାସ ପାଇଛି। ପାକିସ୍ତାନରେ ଏକ ଡଲାର ର ମୂଲ୍ୟ ୨୭୦ ପାକିସ୍ତାନୀ ମୁଦ୍ରା ରହିଛି। ପାକିସ୍ତାନର ଆର୍ଥିକ ଅବସ୍ଥା ନିମ୍ନ ସ୍ତରରେ ପହଞ୍ଚିଛି।ପାକିସ୍ତାନୀ ମୁଦ୍ରାକୁ ମୂଲ୍ୟର ୧୨ ପ୍ରତିଶତ ତଳକୁ ଖସିଛି, ଯାହା ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଘଟିଛି।

ଗୋଟିଏ ପରେ ଗୋଟିଏ ଅର୍ଥନୈତିକ ତ୍ରୁଟିର ସମ୍ମୁଖୀନ ପାକିସ୍ତାନର ଅର୍ଥନୀତି ଦୃବଳ ହୋଇପଡିଛି । ପାକିସ୍ତାନ ଅର୍ଥମନ୍ତ୍ରୀ ଇଶାକ୍ ଦାର୍ କହିଛନ୍ତି ଯେ ଇସଲାମ ନାମରେ ପାକିସ୍ତାନ ଏକମାତ୍ର ଦେଶ ଏବଂ ଏହାର ବିକାଶ ତଥା ସମୃଦ୍ଧତା ପାଇଁ ଆହ୍ଲା ଦାୟୀ ଏବଂ ସଙ୍କଟକୁ ଆହ୍ଲା ଦୂର କରିବେ ବୋଲି ସେ କହିଛନ୍ତି । ଯଦି ଆହ୍ଲା ପାକିସ୍ତାନକୁ ତିଆରି କରିପାରନ୍ତି ତାହେଲେ ଏହାର ଅଗ୍ରଗତି ଏବଂ ବିକାଶ ମଧ୍ୟ କରିପାରିବେ । ତେବେ ଏସୀୟ ଲାଇଟ୍ ରିପୋର୍ଟ ଅନୁଯାୟୀ , ପାକିସ୍ତାନରେ କେବଳ ଅର୍ଥନୀତି ନୁହେଁ, ଦେଶର ସ୍ୱାସ୍ଥ୍ୟ କ୍ଷେତ୍ର ମଧ୍ୟ ଅବନତି ଘଟାଇଛି । ଡିସେମ୍ବର ୨୦୨୨ ଠାରୁ, ମେଡ଼ିକାଲ ସରଞ୍ଜାମ ଏବଂ ଚିକିତ୍ସା ଉପକରଣରେ ମୂଲ୍ୟରେ ୧୬% ବୃଦ୍ଧି ଘଟିଛି।

ଏସୀୟ ଲାଇଟ୍ ରିପୋର୍ଟ ଅନୁଯାୟୀ , ଖାଦ୍ୟ ଅଭାବ ପାକିସ୍ତାନର ଆଉ ଏକ ଗୁରୁତତ୍ୱପୂର୍ଣ ପ୍ରସଙ୍ଗ। ୬୦ ଲକ୍ଷ ଲୋକ ଗୋଟିଏ ରୁଟି ପାଇବା ପାଇଁ ସଂଘର୍ଷ କରୁଛନ୍ତି । ଖାଦ୍ୟ ଅଭାବ, ଗହମ ଅଭାବ, ଦେଶର ପ୍ରମୁଖ କାରଣ ପାଲଟିଛି । ବନ୍ୟା ଯୋଗୁଁ ୯.୪ ନିୟୁତ ଏକର ଫସଲ ଜମି ନଷ୍ଟ ହୋଇ ସିନ୍ଧ ଏବଂ ବାଲୁଚିସ୍ତାନକୁ ଅଧିକ ପ୍ରଭାବିତ କରିଛି। ବିଦ୍ୟୁତ ଶକ୍ତି ଏବଂ କଞ୍ଚାମାଲର ଅଭାବ ହେତୁ ଶିଳ୍ପଗୁଡିକ ବନ୍ଦ ହୋଇଯାଉଛି । ଦେୟ ପାଇଁ ପର୍ଯ୍ୟାପ୍ତ ବିଦେଶୀ ମୁଦ୍ରା ବିନିମୟ ଅଭାବ ହେତୁ ହଜାର ହଜାର ପାକିସ୍ତାନରେ ଆମଦାନୀ ଠପ୍ ହୋଯାଇଛି।

ଗତ ଏକ ବର୍ଷ ମଧ୍ୟରେ ପାକିସ୍ତାନର ଅବସ୍ଥା ଅତି ଖରାପ ହୋଇଯାଇଛି । ପାକିସ୍ତାନରେ ଲୋକ ଗରିବ ହୋଇଯାଇଛନ୍ତି । ଖାଇବା ପାଇଁ ମିଳୁନି , ହେଲେ ସେଠାକାର ନେତାଙ୍କ ସମ୍ପତ୍ତି ବହୁ ପରିମାଣରେ ବୃଦ୍ଧି ପାଇଛି । ପାକିସ୍ତାନରେ ଦରବୃଦ୍ଧି ଏବଂ ମୁଦ୍ରସ୍ଫିତୀ ବୃଦ୍ଧି ପାଇଛି । ଏହା ୨୫ ପ୍ରତିଶତ ବୃଦ୍ଧି ପାଇଛି । ଲୋକମାନେ ଅଟା ବସ୍ତାଏ ପାଇଁ ମାରପିଟ୍‌ କରୁଛନ୍ତି । ଏବେ ପାକିସ୍ତାନରେ ପିଆଜ କିଲୋ ୩୬ ଟଙ୍କାରୁ ବଢି ୨୨୦ ଟଙ୍କା , ଚିକେନ କିଲୋ ୩୮୩ ଟଙ୍କା ସୋରିଷ ତେଲ ଲିଟର ୫୩୨ ଟଙ୍କା, କ୍ଷୀର ଲିଟର ୧୪୯ ଟଙ୍କା ଏବଂ ପାଉଁରୁଟି ପ୍ୟାକେଟ୍‌ ୮୯ ଟଙ୍କାରେ ବିକ୍ରି ହେଉଛି । ଏହାସହ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟର ଆକାଶ ଛୁଆଁ ରହିଛି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟର ୩୫ ଟଙ୍କା ବୃଦ୍ଧି ପାଉଥିବା ବେଳେ , କିରୋସିନ୍ ଏବଂ ଲାଇଟ ଡିଜେଲ ଅଏଲ୍ ର ମୂଲ୍ୟ ୧୮ ଟଙ୍କାକୁ ବୃଦ୍ଧି ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.