ETV Bharat / international

ନ୍ୟୁୟର୍କରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଲେ, ଦୁଇ ସପ୍ତାହରେ ଦ୍ୱିତୀୟ ଘଟଣା

author img

By

Published : Aug 19, 2022, 8:10 PM IST

ନିୟୁୟର୍କରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଲେ, ଦୁଇ ସପ୍ତାହରେ ଦ୍ବିତୀୟ ଘଟଣା
ନ୍ୟୁୟର୍କରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଲେ, ଦୁଇ ସପ୍ତାହରେ ଦ୍ବିତୀୟ ଘଟଣା

କୁଇନ୍ସ ସିଟିରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ (Mahatma Gandhi statue vandalised in New York)। ଗତ ଦୁଇ ସପ୍ତାହ ମଧ୍ୟରେ ନିୟୁୟର୍କରେ ଏହା ଦ୍ବିତୀୟ ଘଟଣା । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ନ୍ୟୁୟର୍କରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ (Mahatma Gandhi statue vandalized in New York) । ଗତ ଦୁଇ ସପ୍ତାହ ମଧ୍ୟରେ ନ୍ୟୁୟର୍କରେ ଏହା ଦ୍ବିତୀୟ ଘଟଣା । କୁଇନ୍ସ ସିଟିର ଏକ ମନ୍ଦିର ବାହାରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିକୁ ୬ ଜଣ ଦୁର୍ବୃତ୍ତ ଭାଙ୍ଗି ଚୁର୍‌ମାର୍‌ କରିଛନ୍ତି । ଖାଲି ସେତିକି ନୁହେଁ ଦୁର୍ବୃତ୍ତମାନେ ପ୍ରତିମୂର୍ତ୍ତି ଥିବା ସ୍ଥାନରେ ପେଣ୍ଟ ସାହାଯ୍ୟରେ ଅପଶବ୍ଦ ଲେଖିବାକୁ ମଧ୍ୟ ପଛାଇ ନଥିଲେ ।

ଦୁଇ ସପ୍ତାହ ପୂର୍ବରୁ ଅଗଷ୍ଟ ୩ ତାରିଖରେ ମଧ୍ୟରେ ନ୍ୟୁୟର୍କରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ଦକ୍ଷିଣ ରିଚ୍‌ମଣ୍ଡ ହିଲ୍‌ରେ ଥିବ ତୁଳସୀ ମନ୍ଦିର ସମ୍ମୁଖରେ ଥିବା ଗାନ୍ଧଜୀଙ୍କ ପ୍ରତିମୂର୍ତ୍ତୀକୁ ଭାଙ୍ଗିଥିଲେ ଦୁର୍ବୃତ୍ତ । ନ୍ୟୁୟର୍କରେ ଧାର୍ମିକ ଘୃଣାଭାବ ତିଆରି କରିବା ଉଦ୍ଦେଶ୍ୟରେ ଏଭଳି କରାଯାଉଥିବା ସନ୍ଦେହ କରାଯାଉଛି । ପ୍ରବାସୀ ଭାରତୀୟ ଅସନ୍ତୋଷ ଜାହିର କରିଛନ୍ତି ।

ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିକୁ ଆକ୍ରମଣ କରୁଥିବା ଦୁର୍ବୃତ୍ତଙ୍କ ବୟସ ୨୫ରୁ ୩୦ ବର୍ଷ ହେବାନେଇ ଆକଳନ କରାଯାଉଛି । ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ତୁଳସୀ ମନ୍ଦିର ପ୍ରତିଷ୍ଠାତା ଲଖ୍‌ରାମ ମହାରାଜ । ସେପଟେ ନ୍ୟୁୟର୍କ ସଂସଦ ସଦସ୍ୟ ଜେନିଫର ରାଜକୁମାର ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି ।

ଜେନିଫର ରାଜକୁମାର ଟ୍ବିଟ୍‌ କରି କହିଛନ୍ତି, "ଦ୍ବିତୀୟ ଥର ପାଇଁ ତୁଳସୀ ମନ୍ଦିର ସମ୍ମୁଖରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଯାଇଛି । ଏଥର ସମ୍ପୂର୍ଣ୍ଣ ରୂପେ ପ୍ରତିମୂର୍ତ୍ତି ନଷ୍ଟ କରି ଦିଆଯାଇଛି । ଏହି ଭଳି ଭାବରେ ଘୃଣାଭାବକୁ ଜନ୍ମ ଦେବାକୁ ଚେଷ୍ଟା କରାଯାଉଛି । ଏଥିରେ ସେମାନଙ୍କୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ମୋର ଆଶା ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.